ଅର୍ଚ୍ଚନାଙ୍କ ଏଣ୍ଡେଓଭର କାରକୁ ଖୋଜୁଛି ଇଡି, କାରଟି ଅର୍ଚ୍ଚନାଙ୍କୁ କରାଯାଇଥିଲା ଗିପ୍ଟ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମ-ଲାରେ ଆଉ ଏକ ଖୁଲାସା ଶୁଣିବାକୁ ମିଳୁଛି।ଅର୍ଚ୍ଚନାଙ୍କ ଫୋର୍ଡ ଏଣ୍ଡେଓଭର କାରକୁ ଖୋଜୁଛି ଇଡି। ଯାହା ଅର୍ଚ୍ଚନା ନାଗଙ୍କୁ ଗିପ୍ଟରେ ମିଳିଥିଲା। ଏହି କାରର ମୂଲ୍ୟ 40 ଲକ୍ଷ ଟଙ୍କା। ଏହାସହ ଇଡି ଅର୍ଚ୍ଚନାଙ୍କ ସତ୍ୟବିହାର ଘରେ ଚଢ଼ାଉ କରିଥିବା ବେଳେ ମହିନ୍ଦ୍ରା ଥାର କାରକୁ ଜବତ କରିଛି।କିନ୍ତୁ ଧଳା ରଙ୍ଗର ଫୋର୍ଡ ଏଣ୍ଡେଓଭର କାରର କୌଣସି ଠିକଣା ନାହିଁ।

ତେବେ ଏହି କାରକୁ କିଏ ଗିପ୍ଟ ରେ ଦେଇଥିଲା ଏବଂ କାହିଁକି ଦେଇଥିଲା ତାର ଚେର ଖୋଜିବାକୁ ଚେଷ୍ଟା କରିଛି ଇଡି। ଆପଣ ମାନେ ଅର୍ଚ୍ଚନାଙ୍କୁ ଏହି କାର ସହିତ ଠିଆ ହୋଇଥିବାର ଅନେକ ଫଟୋ ଦେଖିଥିବେ। ଅର୍ଚ୍ଚନା ଗି-ରଫ ହେବା ପରଠାରୁ କାରଟି ଆଉ ମିଳୁନାହିଁ। ତେବେ ରାସ୍ତାରେ ଯାଉଥିବା ପ୍ରତ୍ୟକ କାରକୁ ଯା-ଞ୍ଚ କରିବା ପାଇଁ ଇଡି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସହାୟତା ମାଗିଛି।

ଅର୍ଚ୍ଚନା ନାଗ ଯେଉଁ ସତ୍ୟବିହାରର ଘରେ ରହୁଥିଲେ ତାହା ଅତ୍ୟନ୍ତ ରାଜକୀୟ ଶୈଳୀରେ ତିଆରି ହୋଇଥିଲା। ତାଙ୍କ ପାଖରେ ଏହି କାର ବ୍ୟତୀତ ଆହୁରି ଅନେକ ଦାମୀ ଗାଡି, କୁକୁର ଏବଂ ଘୋଡା ମଧ୍ୟ ରହିଥିଲା। ତେବେ ଏହି ମାମ-ଲାରେ ଇଡି ଖଗେଶ୍ୱରଙ୍କୁ ଗି-ରଫ କରିବା ପରେ ଏବେ ଶ୍ରଦ୍ଧାଞ୍ଜଳୀ ନାମକ ଯୁବତୀଙ୍କୁ ଖୋ-ଜୁଛି।

ଆପଣମାନେ ଜାଣି ରଖନ୍ତୁ ଯେ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ଚ୍ଚନାଙ୍କ ସହଯୋଗୀ ଥିଲେ।କିନ୍ତୁ ପ୍ରଯୋଜକ ଅକ୍ଷୟ ପରିଜା ବ୍ଲାକମେଲିଂର ଶି-କାର ହୋଇଥିବା ନେଇ ଶ୍ରଦ୍ଧାଞ୍ଜଳି ନିଜେ ଅର୍ଚ୍ଚନାଙ୍କ ବିରୁ-ଦ୍ଧରେ ଖଣ୍ଡଗିରି ଥା-ନାରେ ଏତ-ଲା ଦେଇଥିଲେ। ଏହି ଏତ-ଲାରେ ହିଁ ଅର୍ଚ୍ଚନା ନାଗଙ୍କ କାମକୁ ପ-ର୍ଦାଫ-ସ କରିଥିଲା। ଏହି ମାମ-ଲାରେ ଏପର୍ଯ୍ୟନ୍ତ ତିନି ଜଣ ହିଁ ଗି-ରଫ ହେଇଛନ୍ତି।

ତେବେ ଖଗେଶ୍ବରଙ୍କୁ ଗତ 10 ତାରିଖରେ ଗି-ରଫ କରାଯାଇଥିବା ବେଳେ ତାଙ୍କୁ କିଛି ଦିନ ପାଇଁ ରିମାଣ୍ଡରେ ରଖି ଇଡିର ଅଧିକାରୀମାନେ ଜେ-ରା କରିଥିଲେ। ଜେରାକରିବା ବେଳେ ଖଗେଶ୍ବର ଅନେକ ଗୁମର କଥା ଇଡିକୁ କହି ସାରିଛନ୍ତି। ସେହି ସବୁ ଗୁମର କଥାର ପ୍ରକୃତ ପ୍ରମାଣ ସଂଗ୍ରହ କରିବାକୁ ଲାଗିପଡିଛି ଇଡି।

Leave a Reply

Your email address will not be published. Required fields are marked *