ପ୍ରେମିକକୁ ପାଇବା ଆଶାରେ ନିଜ ସ୍ୱାମୀଙ୍କୁ ଛାଡିଲେ ମହିଳା, କିନ୍ତୁ ଏବେ ଧାରଣା ଦେଇ ବସିଛନ୍ତି ପ୍ରେମିକ ଘର ଆଗରେ।:-

ପ୍ରେମକୁ ନେଇ ଘଟିଛି ଆଉ ଏକ କା-ଣ୍ଡ। ପ୍ରେମିକର ଘର ଆଗରେ ଧାରଣା ଦେଇ ବସିଛନ୍ତି ପ୍ରେମିକା। ପ୍ରେମିକର ପରିବାର ଲୋକେ ମହିଳାଙ୍କୁ କରୁନାହାନ୍ତି ଗ୍ରହଣ। ତେବେ ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥା-ନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ। ପ୍ରେମିକର ନାମ ଶ୍ରୀବତ୍ସ ଗୁରୁ। ପ୍ରେମିକାର ନାମ ମିତା ସିଂ।

ତେବେ ଘ-ଟଣା ଅନୁସାରେ ଶ୍ରୀବତ୍ସ ନାମକ ଏହି ଯୁବକ ଜଣକ ମିତା ସିଂ ନାମକ ଜଣେ ମହିଳାଙ୍କୁ ଦୀର୍ଘ 14 ବର୍ଷ ଧରି ଭଲ ପାଉଥିଲେ। ଏପରିକି ଉଭୟ ଅନେକ ଥର ପରସ୍ପର ସହ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଛନ୍ତି। କିନ୍ତୁ ଝିଅର ପ୍ରେମ କୁ ସ୍ୱୀକୃତି ନଦେଇ ଝିଅର ପରିବାର ଲୋକ ମିତାଙ୍କୁ 2021ରେ କଙ୍କଡାହାଡ଼ ଥା-ନା ଡଙ୍ଗାପାଳ ଗାଁରେ ଜଣେ ଯୁବକଙ୍କ ସହ ବିବାହ କରାଇଥିଲେ।

ବିବାହ ହେବାର ମାତ୍ର 4 ରୁ 5 ମାସ ପରେ ପ୍ରେମିକ କଥାରେ ପଡି ମିତା ନିଜ ସ୍ୱାମୀଙ୍କୁ ଛାଡି ଚାଲି ଯାଇଥିଲେ। ଏହାପରେ ମିତା ଏବଂ ଶ୍ରୀବତ୍ସ ଏକାଠି ରହିବାକୁ ଲାଗିଲେ। ଏକାଠି ରହିବା ସହ ଉଭୟ ଚେନ୍ନାଇରେ କାମ ମଧ୍ୟ କରୁଥିଲେ। ଏହାପରେ ସେଠାରୁ ଆସି ମହାରାଷ୍ଟ୍ରର ଏକ ଚକୋଲେଟ କମ୍ପାନିରେ କାମ କରିବାକୁ ଲାଗିଲେ।

ଏକାଠି ରହିବା ବେଳେ ପ୍ରେମିକ ଜଣକ ମିତାଙ୍କୁ ଓଡିଶା ଯାଇ ବିବାହ କରିବେ ବୋଲି ପ୍ରତି-ଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଗତ 10 ତାରିଖ ଦିନ ଉଭୟ ଓଡିଶାକୁ ଫେରିବା ପରେ ପ୍ରେମିକ ଜଣକ ହଠାତ ପ୍ରେମିକାକୁ ଛାଡି କୁଆଡେ ଚାଲି ଯାଇଥିଲେ।

ଏହାପରେ ମିତା ବାଧ୍ୟହୋଇ କଙ୍କଡାହାଡ଼ ଥା-ନାରେ ଅଭି-ଯୋଗ କରିଥିଲେ ଏବଂ ଏହାସହ ପ୍ରେମିକ ଘର ଆଗରେ ଶଙ୍ଖା ସିନ୍ଦୁର ଧରି ଧାରଣାରେ ବସିରହିଛନ୍ତି। ତେବେ ପ୍ରେମିକର ଘର ଲୋକ ଝିଅଟିକୁ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି। ଘଟ-ଣାକୁ ନେଇ ପ୍ରେମିକର ବାପା ପଙ୍କଜ ଗୁରୁ କହିଛନ୍ତି ଯେ,” ପୁଅଟି ଯେତେବେଳେ ଏହି ଝିଅ ସହ ପ୍ରେମ ସମ୍ପ-ର୍କ ରଖିଥିଲା ଏବଂ ତା ସହ ରହୁଥିଲା ସେତେବେଳେ ସେ ଏହି କଥାଟି ଆମକୁ କହିଲା ନାହିଁ କାହିଁକି। ତେବେ ହଠାତ ଏକ ଝିଅ ଆସି ଦାବି କଲେ ଆମେ ତାକୁ କିପରି ଗ୍ରହଣ କରିବୁ। ଆଉ ଏମିତିରେ ବି ଦେଖିବାକୁ ଗଲେ ଘରେ ପୁଅ ଏବେ ନାହିଁ। ସେ ଫେରିଲେ ସବୁ କଥା ସମାଧାନ ହେବ।”

Leave a Reply

Your email address will not be published. Required fields are marked *