ନାଚି ନାଚି ପିଲାଙ୍କୁ ପାଠ ପଢ଼ାଉଛନ୍ତି ଏହି ଅଙ୍ଗନବାଡି ଦିଦି, ଦିଦିଙ୍କ ପାଠ ପଢା ଶୈଳୀ ଦେଖି ଅଭିଭାବକ କରୁଛନ୍ତି ପ୍ରଶଂସା।:-

ଆପଣମାନେ ବିଦ୍ୟାଳୟ ଏବଂ ଅଙ୍ଗନବାଡିରେ ଶିକ୍ଷକ ତଥା ଶିକ୍ଷୟତ୍ରୀମାନଙ୍କୁ ସାଧାରଣ ଢଙ୍ଗରେ ପାଠ ପଢ଼ାଉଥିବାର ଦେଖିଥିବେ। ପିଲାମାନଙ୍କୁ ପାଠ ପଢେଇବା ଛଡା ଏହି ଶିକ୍ଷକମାନେ ସେମାନଙ୍କୁ ଅନ୍ୟ କିଛି କାର୍ଯ୍ୟ କରାଇବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। କିନ୍ତୁ ସୋସିଆଲମିଡ଼ିଆ ତଥା ଟିଭିରେ ଆପଣ ଏପରି ଅନେକ ଭିଡ଼ିଓ ଦେଖିଥିବେ ଯେଉଁଥିରେ କିଛି ଶିକ୍ଷକ ତଥା ଶିକ୍ଷୟତ୍ରୀମାନେ ପିଲାମାନଙ୍କର ମନୋରଞ୍ଜନ କରାଇ ପାଠ ପଢ଼ାନ୍ତି। ଏପରି ଶିକ୍ଷକ ତଥା ଶିକ୍ଷୟତ୍ରୀମାନେ ନିଜେ ଗୀତ ଗାଇବା ସହ ଡ୍ୟାନ୍ସ କରି ପିଲାମାନଙ୍କର ଇଛା ଶକ୍ତି ବଢାନ୍ତି।

ତେବେ ଏହିପରି ପିଲାମାନଙ୍କର ମନୋରଞ୍ଜନ କରାଇ ପାଠ ପଢ଼ାଉଥିବା ଜଣେ ଶିକ୍ଷୟତ୍ରୀ ହେଉଛନ୍ତି ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଅଂଚଳର ଅଙ୍ଗନବାଡି 3ର ଶିକ୍ଷୟତ୍ରୀ। ଏହି ଶିକ୍ଷୟତ୍ରୀ ହେଉଛନ୍ତି ସୁଜାତା ଦିଦି। ସେ ପିଲାମାନଙ୍କୁ ପ୍ରତିଦିନ ଗୀତ ଗାଇ ନାଚ ଶିଖାଇବା ସହ ବହୁତ ଭଲରେ ପାଠ ମଧ୍ୟ ପଢ଼ାଉଛନ୍ତି।

ଏହିପରି ଭାବରେ ଶିକ୍ଷାଦାନ କରାଉଥିବାରୁ ଅଧିକାଂଶ ପିଲା ଅଙ୍ଗନବାଡି ଆସିବାକୁ ଇଛା ପ୍ରକାଶ କରୁଛନ୍ତି। ଏହି ଅଙ୍ଗନବାଡିରେ ପ୍ରାୟ 200 ରୁ ଅଧିକ ପିଲା ପାଠ ପଢୁଛନ୍ତି। ଏହି ଅଙ୍ଗନବାଡିର ଅନ୍ୟ ଅଭିଭାବକମାନେ ମଧ୍ୟ ସୁଜାତା ଦିଦିଙ୍କର ପାଠ ପଢ଼ାଇବାର ଏହି ନିଆରା ଶୈଳୀକୁ ପ୍ରଶଂସା କରୁଛନ୍ତି।

ତେବେ ଏପରି ନାଚ ଗୀତ ପୂର୍ବରୁ ପିଲାମାନେ ଅଙ୍ଗନବାଡି ଆସିବାକୁ ଇଛା ପ୍ରକାଶ କରୁନଥିଲେ ଯାହା ଫଳରେ ଅଙ୍ଗନବାଡି ଅଭିଭାବକ ମାନେ ବହୁତ ଚିନ୍ତିତ ଥିଲେ। ଏହାପରେ ସୁଜାତା ଦିଦିଙ୍କର ପାଠପଢ଼ାଇବାର ଏହି ନିଆରା ଶୈଳୀ ମୁଣ୍ଡକୁ ଆସିଲା। ତେବେ ସେବେଠାରୁ ପିଲାମାନେ ଆଉ ଅଙ୍ଗନବାଡିକୁ ନିଜ ଇଛାରେ ଖୁସିର ସହ ଆସୁଛନ୍ତି।

ତେବେ ଦେଖନ୍ତୁ ସେହି ସୁଜାତା ଦିଦିଙ୍କର ନୃତ୍ୟର ଏକ ଭିଡ଼ିଓ କ୍ଲିପ।

Leave a Reply

Your email address will not be published. Required fields are marked *