ଜାତି ସାଜିଲା ବାଧକ । ସ୍ତ୍ରୀର ମାନ୍ୟତା ଦାବିରେ ସ୍ୱାମୀ ଦୁଆରେ ଧାରଣାରେ ବସିଛନ୍ତି ମହିଳା ।

ଜଣେ ଯୁବକ ଏଭଳି ଭାବେ ଯୁବତୀଙ୍କର ସରଳତାର ସୁଯୋଗ ନେଇ କରିଛି ପ୍ରତା-ରଣା । ଶାରୀ-ରିକ ସ-ମ୍ପର୍କ ରଖିବା ବେଳେ କେଉଁଠି ଥିଲା ଝିଅର ଜାତି । ଅଜାତି ଝିଅର ପ୍ରେମ ସେତେବେଳେ ଏତେ ମିଠା ଲାଗୁଥିଲା କେମିତି । ଆଉ ମନ ଭରି ଗଲା ପରେ ଝିଅ ହୋଇଗଲା ଛୋଟ ଜାତିର । ଏବେ କୁଆଡେ ଗଲା ସେ ରସିକ ନାଗର ସ୍ୱାମୀର ଅଢେଇ ଦିନିଆ ପ୍ରେମ । ସବୁକିଛି ଲୁଟି ନେବା ପରେ କେମିତି ବଦଳିଗଲା ଧୋକେ-ବାଜ୍ ସ୍ୱାମୀର ମନ । ନୂଆ ନୂଆ ପ୍ରେମ ଲାଗୁଥିଲା ଭଲ ।

ପ୍ରେମରେ ଉବୁଡୁବୁ ହୋଇ ପରସ୍ପରକୁ ହଜାଇ ଦେଉଥିଲେ ପ୍ରେମୀ ଯୁଗଳ । ପ୍ରେମରେ ଅନ୍ଧ ହୋଇ ଭୁଲିଗଲେ ଜାତି ପ୍ରଥା ସମାଜର ପରମ୍ପରା । ପ୍ରେମର ଅସୁମାରୀ ସାଗରର ଢେଉ ସତେ ଯେମିତି ଦୁହିଁଙ୍କୁ ପ୍ରେମର ଦୁନିଆରେ ହଜାଇ ଦେଇଥିଲା । ଶେଷରେ ଦୁହେଁ ବିବାହ କରି ହୋଇଗଲେ ପରସ୍ପରର ଜୀବନସାଥି । ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଦୁହେଁ ବାନ୍ଧି ହେଲେ । ଝିଅ ଅଜାତି ଜାଣି ମଧ୍ୟ ପ୍ରେମିକାକୁ ସ୍ତ୍ରୀ ରୂପରେ ଗ୍ରହଣ କରିନେଲା ରୋମିଓ ପ୍ରେମିକ । ବାହାଘରର କିଛି ଦିନ ଦୁହେଁ ବେଶ୍ ହଁସ ଖୁସିରେ କାଟିଦେଲେ ଓ ଜୀବନକୁ ମନଭରି ଉପଭୋଗ କଲେ ନବ ଦମ୍ପତି ।

କିନ୍ତୁ ଠିକ୍ ସେତିକି ବେଳେ ବଦଳିଯାଏ ପୂରା କାହାଣୀର ମୋଡ଼ । ସ୍ବାମୀର ସ୍ତ୍ରୀ ଠାରୁ ଉତୁରି ଗଲା ପ୍ରେମ ନି-ଶା । ଆଉ ସ୍ତ୍ରୀର ପ୍ରେମ ସ୍ୱାମୀକୁ ଲାଗୁନଥିଲା ମିଠା । ଆଉ ଏବେ ସ୍ତ୍ରୀର ମାନ୍ୟତା ଦାବିରେ ଶଶୁର ଘର ବାହାରେ ଧାରଣା ଦେଇଛି ସ୍ତ୍ରୀ । ତେବେ ଘ-ଟଣା ଅନୁସାରେ ଜାତିଆଣ ଭେଦଭାବ ଯୋଗୁ ଉପୁଜିଛି ସମସ୍ୟା । ଏଭଳି ଘଟ-ଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ଭାଟପଡା ଶଙ୍ଖିଡା ଗାଁରେ । ଗାଁର ଯୁବକ ପ୍ରଭାସ ଖଡିମାହାରର ଜଣେ ଯୁବତୀ ସ୍ମୃତିଙ୍କୁ ପ୍ରେମ ବିବାହ କରିଥିଲେ । ୨୦୧୦ରେ ସେ ନୋଟାରୀରେ ଓ ପରେ ମନ୍ଦିରରେ ବିବାହ କରିଥିଲେ ।

ଉଭୟ ପରିବାର ପକ୍ଷରୁ ସମ୍ମତି ମିଳିନଥିବାରୁ ସେ ତାଙ୍କୁ ନେଇ ବାହାରେ ରହୁଥିଲେ । ପ୍ରଭାସ ଓ ମହିଳା ଭିନ୍ନ ଜାତିର ହୋଇଥିବାରୁ ପ୍ରଭାସ ଘର ଲୋକ ତାଙ୍କୁ ଗ୍ରହଣ କରିନଥିଲେ । ତେବେ ପ୍ରଭାସ ବାହାରକୁ ଚାକିରୀ ପାଇଁ ଯାଇଥିବା ବେଳେ ମହିଳା ଜଣଙ୍କୁ ତାଙ୍କ ପରିବାର ଲୋକ ଘରେ ପୁରାଇ ଦେଇନଥିଲେ । ୩ଲକ୍ଷ ଟଙ୍କା ଆଣିବା ପରେ ପୁରି ମୁକ୍ତି ମଣ୍ଡପରେ ତାଙ୍କୁ ଜାତି କରାଇ ଗୋତ୍ରରେ ପୂରାଇବେ ବୋଲି କହିଥିଲେ । ଆଉ ଏନେଇ ନିଜ ସ୍ୱାମୀ ମଧ୍ୟ କୌଣସି ପ୍ରତି-କ୍ରିୟା ନ ଦେବାରୁ ବାଧ୍ୟ ହୋଇ ମହିଳା ଜଣକ ଦୁଇ ଦିନ ଧରି ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିରହିଛନ୍ତି ।

Leave a Reply

Your email address will not be published. Required fields are marked *