ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ । ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ହେତୁବାଦୀଙ୍କ ବିରିୟାନୀ ଷ୍ଟଲ ଓ ବାଇକ୍ ରେ ନି-ଆଁ ଲଗେଇଲେ ଦୁ-ର୍ବୁତ୍ତ ।

ମଣିଷ ଏକ ସାମାଜିକ ପ୍ରାଣୀ । ଆଉ ସମାଜରେ ରହିବାକୁ ହେଲେ ତାକୁ ଅନେକ ନୀତି ନିୟମକୁ ଧ୍ୟାନରେ ରଖିବାକୁ ପଡିଥାଏ । ଏହା ସତ୍ୟ ଅଟେ କି ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜିର ଦୁନିଆଁରେ ବସବାସ କରୁଛନ୍ତି କିନ୍ତୁ ଆମେ କେବେ ବି ଆମ ପୁରାଣ ଶାସ୍ତ୍ରକୁ ଏଡ଼ାଇ ଦେଇ ପାରିବା ନାହିଁ । ମାତ୍ର ବର୍ତ୍ତମାନ ଆମ ରାଜ୍ୟରେ ଏହିପରି କିଛି ହେତୁବାଦୀ ମା-ତିଛନ୍ତି ଯେଉଁମାନେ କୌଣସି ନୀତିନିୟମକୁ ମାନୁ ନାହାନ୍ତି ଏବଂ ଲୋକଙ୍କୁ ମଧ୍ୟ ନୀତି ନିୟ-ମକୁ ଭ-ଙ୍ଗ କରିବାର ପ୍ରବଚନ ଦେଉଛନ୍ତି ।

ତେବେ ଚଳିତ ବର୍ଷ ଏହିଭଳି ଘ-ଟଣା ଦେଖିବାକୁ ମିଳିଥିଲା ଅକ୍ଟୋବର ମାସର ଅମାବାସ୍ୟାର ସୂର୍ଯ୍ୟପରାଗରେ ଏବଂ ପୁଣିଥରେ ଏହା ଚନ୍ଦ୍ର ଗ୍ରହଣରେ ମଧ୍ୟ ଦେଖିବାକୁ ମିଳିଥିଲା ଯାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ତାଣ୍ଡବଲୀଳା ଯାହା ଜାଣିଲେ ଆପଣ ଚକିତ ହୋଇଯିବେ ।ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ଚଳିତ ସୂର୍ଯ୍ୟପରାଗ ରେ ବ୍ରହ୍ମପୁରରେ କିଛି ହେତୁବାଦୀ ପାକ ନିଷେ-ଧକୁ ଆମାନ୍ୟ କରି ମାଂସ ଭାତ ଖାଇଥିଲେ । ତେବେ ଚନ୍ଦ୍ର ଗ୍ରହଣରେ ମଧ୍ୟ ସେମାନେ ସେହିପରି କରିଥିଲେ ଯଦିଓ ଆମ ଶାସ୍ତ୍ରରେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗରେ ପାକ ନି-ଷେଧ ରହିଛି ।

ତେବେ ଏହାକୁ କଡା ବି-ରୋଧ କରିଥିଲେ ପରମ୍ପରାବାଦୀ ମାନେ ଆଉ ଉଭୟ ଗ୍ରୁପଙ୍କ ମଧ୍ୟରେ ତି-କ୍ତତା ମଧ୍ୟ ଦେଖା ଦେଇଥିଲା । ଆଉ ଏବେ ଧୀରେ ଧୀରେ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି । ହେତୁବାଦୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ତୀବ୍ର ବି-ରୋଧ କରାଯାଇଛି । ହେତୁବାଦୀଙ୍କ ଖାଦ୍ୟ ସେବନସ୍ଥଳରେ ପହଞ୍ଚି ଭ-ଙ୍ଗାରୁ-ଜା କରିଛନ୍ତି ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବ୍ରାହ୍ମଣ ସମାଜ । ଏପରିକି ସୋସିଆଲ ମିଡ଼ିଆରେ ପୋଷ୍ଟକୁ ନେଇ ହେତୁବାଦୀ ମାନଙ୍କ ବିରିୟାନୀ ଷ୍ଟଲ, ଦୋକାନ ସମେତ ବାଇକ୍ ରେ ମଧ୍ୟ ନି-ଆଁ ଲଗାଇ ଦିଆ ଯାଇଛି ।

ଟେଣ୍ଟ ଭା-ଙ୍ଗିବା ସହ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହେଉଛି । ଫଳରେ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଲା-ଠିଚା-ର୍ଜ କରିଥଲା । ଘଟ-ଣାସ୍ଥଳରେ ପୋ-ଲିସ୍ ପହଞ୍ଚି ହେତୁବାଦୀଙ୍କୁ ଘଟ-ଣାସ୍ଥଳରୁ ନେଇ ନିଜ ନିଜ ଘରକୁ ପଠାଇବା ପରେ ଆଇ-ନଶୃ-ଙ୍ଖଳା ସ୍ଥିତିରେ ସୁଧାର ଆସିଛି । ତେବେ ଏପରି କରିବା ଦ୍ୱାରା ଆମ ଜଗନ୍ନାଥ ସଂସ୍କୃତିକୁ ହେତୁବାଦୀମାନେ ନ-ଷ୍ଟ କରିବା ସହ ଅପସଂ-ସ୍କୃତିର ପ୍ରଚାର ପ୍ରସାର କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରୁଛି ।

Leave a Reply

Your email address will not be published. Required fields are marked *