ଯଦି ପାଦରୁ ବାହାରୁଛି ଝାଳ ତେବେ ହୋଇପାରେ ଆପଣଙ୍କ ଶରୀରରେ ବଡ଼ ସମସ୍ୟା, ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହାକୁ ଅଣଦେଖା

ସାଧାରଣତଃ ପାଦରୁ ଝାଳ ବାହାରିଲେ ଏହା ସାଧାରଣ କଥା ଅଟେ। ଖରାଦିନ ସମୟରେ ସମସ୍ତଙ୍କ ପାଦରୁ ଝାଳ ବାହାରେ। କିନ୍ତୁ ଯଦି ଋତୁ ପରିବର୍ତ୍ତନ ବିନା ମଧ୍ୟ ହଠାତ ଆପଣଙ୍କ ପାଦରୁ ଝାଳ ବାହାରୁଛି ତେବେ ଅଣଦେଖା କରନ୍ତୁ ନାହିଁ। କାରଣ ପାଦରୁ ଝାଳ ବାହାରିବା ଏକ ବଡ଼ ରୋଗର ଲକ୍ଷଣ ମଧ୍ୟ ହୋଇପାରେ।ସେଥିପାଇଁ ଏହି ରୋଗକୁ ଚିହ୍ନି ଚିକିତ୍ସା କରିବା ନିହାତି ଦରକାର।

ଡାଇବେଟିସ (ମଧୁମେହ)।:-

ପାଦ ତଳୁ ଝାଳ ବାହାରିବା ଏକ ମଧୁମେହ ରୋଗର ଲକ୍ଷଣ ହୋଇପାରେ। ଏଥିରେ ଶରୀରରେ ସୁଗାର ମାତ୍ରା ବଢ଼ିଯାଇଥାଏ ଏବଂ ପାଦରୁ ଝାଳ ବାହାରିବା ଆରମ୍ଭ ହୋଇଯାଏ। ଯଦି ଖାଦ୍ୟ ଖାଇବା ପରେ ହଠାତ୍ ଆପଣଙ୍କ ପାଦରୁ ଝାଳ ବାହାରୁଛି ତେବେ ଏହା ମଧୁମେହର ଲକ୍ଷଣ ଏବଂ ଏହାକୁ ଅଣଦେଖା କରନ୍ତୁ ନାହିଁ।

ହୃଦୟ ସମସ୍ୟା।:-

ହୃଦୟ ସହ ଜଡ଼ିତ କିଛି ରୋଗ ଆପଣଙ୍କ ଶରୀରରେ ଦେଖାଦେଉଥିଲେ ପାଦ ତଳୁ ଝାଳ ବାହାରିବା ଆରମ୍ଭ ହୋଇଥାଏ। ଯଦି ହଠାତ ପାଦ ତଳୁ ଝାଳ ବାହାରିବା ସହ, ପାଦ ତଳ ଥଣ୍ଡା ହୋଇଯାଏ ତେବେ ଏହା ହୃଦୟ ସମସ୍ୟାର ସଙ୍କେତ ହୋଇପାରେ। ପ୍ରାୟତଃ ହୃଦଘାତ ପୂର୍ବରୁ ଏହି ଲକ୍ଷଣ ଦେଖାଦେଇଥାଏ। ସେଥିପାଇଁ ଏହି ପରି ଲକ୍ଷଣକୁ ଧ୍ୟାନରେ ରଖନ୍ତୁ।

ଥାଇରଏଡ଼।:-

ଥାଇରଏଡ କାରଣରୁ ଶରୀରରେ ପ୍ରାୟ ଅନେକ ଲକ୍ଷଣ ଦେଖାଯାଇଥାଏ। ଯେଉଁଥିରେ ପାଦରୁ ଝାଳ ବାହାରିବା ମଧ୍ୟ ଗୋଟିଏ ଲକ୍ଷଣ ଅଟେ। ଥାଇରଏଡ ମଣିଷର ଏକ ଗମ୍ଭୀର ରୋଗ। ଯଦି ଏହାର ଲକ୍ଷଣଗୁଡିକ ଆପଣ ଅଣଦେଖା କରନ୍ତି ଏବଂ ଚିକିତ୍ସା ନ କରନ୍ତି, ତେବେ ଏହା ଆହୁରି ଗୁରୁତର ହୋଇପାରେ।

ମେନୋପୋଜ।:-

ମହିଳାଙ୍କ ଋତୁସ୍ରାବ ହେବାକୁ ହିଁ ମେନୋପାଜ୍ କୁହାଯାଏ। ମେନୋପାଜ୍ ସମସ୍ୟା ବେଳେ ମନ ବିଚଳିତ ରହିବା ଏବଂ ପାଦ ତଳୁ ଝାଳ ବାହାରିବା ଭଳି ଳକ୍ଷଣ ଅତି ସାଧାରଣ ଅଟେ। କିନ୍ତୁ ଯଦି 40 ବର୍ଷ ବୟସ୍କ ମହିଳାମାନଙ୍କଠାରେ ଏହି ଲକ୍ଷଣଗୁଡିକ ବାର୍ ବାର୍ ଦେଖାଯାଏ, ତେବେ ଏହା ମେନୋପୋଜର ଲକ୍ଷଣ।

ତେବେ ଉପରକ୍ତ ଲକ୍ଷଣ ଗୁଡିକ ପାଦ ତଳୁ ଝାଳ ବାହାରିବାର ମୁଖ୍ୟ ଲକ୍ଷଣ ଥିଲା।କିନ୍ତୁ ପାଦରୁ ଝାଳ ବାହାରିବାର ସମସ୍ୟା ଅନ୍ୟ କେତେକ ରୋଗର କାରଣ ମଧ୍ୟ ହୋଇପାରେ। ଶରୀରରେ କିଛି ଇନଫେକ୍ସନ ହେଲେ ମଧ୍ୟ ପାଦରୁ ଝାଳ ବାହାରିଥାଏ। ଏହାସହ ଫୁସଫୁସ ଜନିତ ସମସ୍ୟା, ମେଡିସିନର ଅତ୍ୟଧିକ ବ୍ୟବହାର ଆଦି କାରଣରୁ ମଧ୍ୟ ପାଦରୁ ଝାଳ ବାହାରିଥାଏ।

Leave a Reply

Your email address will not be published. Required fields are marked *