ଅର୍ଚ୍ଚନାଙ୍କ ପ୍ଲାନରେ ଖଗେଶ୍ୱର ରୋଜଗାର କରୁଥିଲା ଲକ୍ଷେ ଲକ୍ଷେ ଟଙ୍କା, ଜେ-ରା କରିବାରୁ ଜଣାପଡିଲା ସବୁ ସତ୍ୟ

ଲେଡି ବ୍ଲାକ-ମେଲର ଅର୍ଚ୍ଚନାଙ୍କ ମାମ-ଲାରେ ସହଯୋଗୀ ଖଗେଶ୍ୱର ପାତ୍ରକୁ 20 ଘଣ୍ଟାର ଜେରା ପରେ ଗି-ରଫ କରିଛି ଇଡି ଏବଂ ଏହାସହ 10 ଦିନିଆ ରିମା-ଣ୍ଡରେ ମଧ୍ୟ ନେଇଛି। ଜେ-ରା କରିବା ବେଳେ ଅନେକ ବଡ ବଡ ତଥ୍ୟ ମିଳିଛି। ଅର୍ଚ୍ଚନା ଆଣୁଥିବା କଳା ଟଙ୍କାକୁ ସୋରୁମ ଜରିଆରେ ଧଳା ଟଙ୍କା କରୁଥିଲା ଖଗେଶ୍ୱର।

ଏହାସହ 5ଟି ଆକାଉଣ୍ଟରେ 50 ଲକ୍ଷ ଟଙ୍କାର ନେଣଦେଣ ହୋଇଥିବା ଜାଣିବାକୁ ପାଇଛି ଇଡି। ଖଗେଶ୍ୱରଙ୍କ ନାମରେ ରୁଜୁ ହୋଇଥିବା ଅଭି-ଯୋଗକୁ ଆଧାର କରି ଇଡି ଗତକାଲି ଖଗେଶ୍ବରକୁ ଉଠାଇ ନେଇଥିଲା। କାଲିଠାରୁ ଖଗେଶ୍ବରକୁ 20 ଘଣ୍ଟା ପଚ-ରାଉଚରା କରିବାପରେ ଆଜି ଇଡି ଗି-ରଫ କରିଥିଲା। ଏହା ପରେ ଖଗେଶ୍ବରକୁ କୋର୍ଟ ଚା-ଲାଣ କରାଯାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଚ୍ଚନା, ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କର 12ଟି ଆକାଉଣ୍ଟର ସୁରାକ ମିଳିଛି। ତେବେ ଅର୍ଚ୍ଚନା ସେତେବେଳେ ଗି-ରଫ ହେବାପରେ ପାଖାପାଖି 50 ଟି ଲୋକେସନ୍‌ରେ ରହୁଥିଲେ ଜଗବନ୍ଧୁ ଏବଂ ଖଗେଶ୍ୱର। ଆଗକୁ କୋଟି କୋଟି ଟଙ୍କା କାରବାର ତଥ୍ୟ ପଦାକୁ ଆସିବ ବୋଲି ସ-ନ୍ଦେହ କରୁଛି ଇଡି।

ଖଗେଶ୍ୱରଙ୍କର ଆହୁରି ଅନେକ ଆକାଉଣ୍ଟ ତଥ୍ୟ ଯା-ଞ୍ଚ ଚାଲିଛି। କେଉଁମାନେ ଟଙ୍କା ପଠାଇଥିଲେ ? କେତେ ଟଙ୍କା ପଠାଇଥିଲେ ? ଟଙ୍କା ପଠାଇବାର କାରଣ କଣ ? ଏସବୁର ତଥ୍ୟ ଯୋଗାଡ଼ କରୁଛି ଇଡି।

Leave a Reply

Your email address will not be published. Required fields are marked *