ବିବାହ କରିବାକୁ ଯାଉଛନ୍ତି ଓଲିଉଡ ହିରୋଇନ ଲିପ୍ସା ମିଶ୍ର ଏବଂ ରିୟା ଦେ, ପ୍ରଶଂସକମାନେ ଉଭୟଙ୍କୁ ଦେଉଛନ୍ତି ଶୁଭେଚ୍ଛା ଏବଂ ଶୁଭକାମନା।:-

ଏବେ ବିବାହ କରିବାକୁ ଯାଉଛନ୍ତି ଓଲିଉଡ୍‌ ହିରୋଇନ୍‌ ରିୟା ଦେ ଏବଂ ଲିପ୍ସା ମିଶ୍ର। ରିୟାଙ୍କରନିରାଡ଼ମ୍ବର ଠାରେ ତାଙ୍କର ନି-ର୍ବନ୍ଧ ହୋଇସାରିଛି। ଯେଉଁଥିରେ କେବଳ ଉଭୟଙ୍କ ପରିବାର ଲୋକେ ଯୋଗ ଦେଇଥିଲେ। ତେବେ ଏହି ବିବାହର ଋତୁରେ ଗୋଟିଏ ପରେ ଗୋଟିଏ ବିବାହ ଓଲିଉଡରେ ଦେଖିବାକୁ ମିଳୁଛି।

ଖୁବଶୀଘ୍ର ରିୟାଙ୍କର ବିବାହ ତାରିଖ ମଧ୍ୟ ଘୋଷଣା କରାଯିବ।ସେ ସୁନିଲ କୁମାର ଦଲାଇଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କର ମଧ୍ୟ ଆକାଶ ଆଚାର୍ଯ୍ୟଙ୍କ ସହ ନି-ର୍ବନ୍ଧ ସରିଛି।

ତେବେ ଓଲିଉଡ୍‌ ହିରୋଇନ ରିୟା ଅନେକ ହିରୋଙ୍କ ସହ ଅଭିନୟ କରି ନିଜର ଦକ୍ଷତା ଏବଂ ପ୍ରତିଭା ଦେଖାଇ ସାରିଛନ୍ତି। ସେ ନିଜ ଅଭିନୟ କ୍ୟାରିଅର ଭିତରେ କ୍ରିମିନାଲ, ଏମିତି ବି ପ୍ରେମ ହୁଏ, ତୁମ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଏମିତି ବି ପ୍ରେମ ହୁଏ, ଗୋଲାପୀ ଗୋଲାପୀ ଆଦି ଅନେକ ଫିଲ୍ମ କରିସାରିଛନ୍ତି।

ଓଡ଼ିଆ ସିରିଏଲ ଏବଂ ଫିଲ୍ମି ଜଗତ ରେ ଲିପ୍ସା ଙ୍କ ର ମଧ୍ୟ ଚର୍ଚ୍ଚା ବହୁତ ରହିଛି । ଚଳଚିତ୍ର ସହିତ ଅନେକ ସିନେମା ରେ ସେ ଜବ-ରଦସ୍ତ ଅଭିନୟ କରି ଥିବାର ନଜରରେ ଆସିଛନ୍ତି ଅଭିନେତ୍ରୀ ଲିପ୍ସା। ଲିପ୍ସା ଙ୍କ ସୁନ୍ଦର ଅଭିନୟ ପାଇଁ ଲୋକ ମାନେ ତାଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି। ତାହା ସହିତ ଅନେକ ଓଡ଼ିଆ ଆଲବମ୍ ଏବଂ ବଲିଓଡ ର ଆଲବମ୍ ରେ ମଧ୍ୟ ଅଭିନୟ କରିଥିବାର ନଜର ରେ ଆସିଛନ୍ତି ଅଭିନେତ୍ରୀ ଲିପ୍ସା ।

ତେବେ ଉଭୟ ନିଜ ନିଜ ଫଟୋ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ନେଇ ଫ୍ୟାନ୍ସମାନେ ଉଭୟ ଲିପ୍‌ସାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *