ରାଜସ୍ଥାନ ର ଜଣେ ଶିକ୍ଷୟିତ୍ରୀ ପ୍ରେମ ରେ ପଡ଼ି ଛାତ୍ରୀଙ୍କ ପାଇଁ ମହିଳା ରୁ ହେଲେ ପୁରୁଷ।

ଏ ଜଗତରେ ପ୍ରେମ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଶବ୍ଦ।ଯେଉଁ ସମ୍ପ-ର୍କ ରେ ପ୍ରେମ ନାହିଁ ସେହି ସମ୍ପ-ର୍କ କୁ ସ-ମ୍ପର୍କ କୁହାଯାଏ ନାହିଁ।ସବୁ ସମ୍ପ-ର୍କ ରେ ପ୍ରେମ ନିହାତି ଆବଶ୍ୟକ।ତେବେ କଥା ତ ଅଛି ଯେ ମଣିଷ ବେଳେ ବେଳେ ପ୍ରେମ ରେ ଅନ୍ଧ ହୋଇଯାଏ।ଆଉ ସେଇ ପ୍ରେମ ପାଇବା ପାଇଁ କିଛି ବି କରିପାରେ।ଏମିତି କିଛି ଘ-ଟଣା ଦେଖିବାକୁ ମିଳିଛି ରାଜସ୍ଥାନ ର ଭରତପୁର ରେ।ସେଠାରେ ଏକ ଦମ୍ପତି ଙ୍କ ବିବାହ ଚର୍ଚ୍ଚା ରେ ରହିଛି।

କାରଣ ସେହି ଦମ୍ପତିଙ୍କର ସ-ମ୍ପର୍କ କିଛି ଦିନ ତଳେ ଶିକ୍ଷୟିତ୍ରୀ ଓ ଛାତ୍ରୀ ର ଥିଲା।ପ୍ରେମ ରେ ସବୁକିଛି ସମ୍ଭବ,ଏହାକୁ ପ୍ରମାଣ କରି ଦେଖିଛନ୍ତି ଅରଭ୍।ଅରଭ୍ ଙ୍କ ପ୍ରକୃତ ନାମ ହେଉଛି ମୀରା କୁନ୍ଦଲ। ସେ ପେଶା ରେ ଜଣେ ଶିକ୍ଷୟିତ୍ରୀ।ତେବେ ସେ ପଢ଼ାଉଥିବା ସ୍କୁଲ୍ ରେ ଜଣେ ଛାତ୍ରୀ କଳ୍ପନାଙ୍କୁ ମନେ ମନେ ଭଲ ପାଇ ବସିଥିଲେ।ତେବେ କଳ୍ପନାଙ୍କୁ ବିବାହ କରିବା ପାଇଁ ଅରଭ୍ ତାଙ୍କ ଲି-ଙ୍ଗ ପରିବର୍ତ୍ତନ କରିବା ପାଇଁ ନିଷ୍ପତି ନେଇଥିଲେ।

ତେବେ ଅରଭ୍ ଙ୍କ କହିବା ଅନୁଯାୟୀ ସେ ନିଜର ଲି-ଙ୍ଗ ପରିବର୍ତ୍ତନ କରିବା ପାଇଁ ବହୁତ ଜଣଙ୍କ ସହ କଥା ହୋଇଥିଲେ।ତେବେ ଶେଷ ରେ ସେ ଜଣେ ଡକ୍ଟର ଙ୍କ ଖବର ପାଇଥିଲେ ଯିଏ କି ସେହି ସ-ର୍ଜରୀ କରନ୍ତି।ତାପରେ ତାଙ୍କର ୨୦୧୯ ରେ ଲି-ଙ୍ଗ ପରିବର୍ତ୍ତନ ପାଇଁ ସ-ର୍ଜରୀ ଆରମ୍ଭ ହେଲା ଏବଂ ସର୍ଜରୀ ୨୦୨୧ ରେ ସଫଳତା ପୂର୍ବକ ଶେଷ ହେଲା।ତାପରେ ସେ କଳ୍ପନାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ କଳ୍ପନା ମଧ୍ୟ ଏଥିରେ ରାଜି ହୋଇଥିଲେ।

ତେବେ କଳ୍ପନାଙ୍କ କହିବା ଅନୁଯାୟୀ ଅରଭ୍ ଯଦି ଲି-ଙ୍ଗ ପରିବର୍ତ୍ତନ କରିନଥାନ୍ତେ ତାହେଲେ ବି ସେ ତାଙ୍କୁ ବିବାହ କରିଥାନ୍ତେ।କାରଣ ସେ ବି ତାଙ୍କୁ ଭଲ ପାଉଥିଲେ। ଅରଭ୍ ଙ୍କ ସ-ର୍ଜରୀ ବେଳେ କଳ୍ପନା ମଧ୍ୟ ତାଙ୍କ ସହ ଯାଇଥିଲେ ଓ ତାଙ୍କୁ ସେହି ନିଷ୍ପତି ରେ ସମର୍ଥନ କରିଥିଲେ।ତେବେ ଦୁଇଜଣଙ୍କ ପରିବାର ଲୋକ ମଧ୍ୟ ଏହି ବିବାହ ପାଇଁ ରାଜି ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *