ସମାଜ ରେ ବିଧବା ନାରୀ ମାନଙ୍କ ପ୍ରତି ହେଉଥିବା ଅ-ତ୍ୟାଚା-ର ସମ୍ପ-ର୍କ ରେ ନିଜର ମତ ରଖିଲେ ବିଦ୍ୟାଶ୍ରୀ।

ସମାଜ ମଣିଷ ମାନଙ୍କୁ ନେଇ ଗଠିତ।ଏହି ସମାଜ ରେ ଯାହା ବି କିଛି ନିୟମ କାନୁନ୍ ରହିଛି ସବୁ ଏହି ଈଶ୍ୱର ଙ୍କ ଶ୍ରେଷ୍ଠ ପ୍ରାଣୀ ମଣିଷ ଦ୍ଵାରା ଗଠିତ।କିନ୍ତୁ ପ୍ରାୟତଃ ନିୟମ କେବଳ ନାରୀ ମାନଙ୍କ ପାଇଁ ରହିଛି।ସମାଜ ପୁରୁଷ ଓ ନାରୀ କୁ କେବେ ସମାନ ଆଖି ରେ ଦେଖେ ନାହିଁ।ପୁରୁଷ ଓ ନାରୀ ମଧ୍ୟ ରେ ସମାଜ ନାରୀ କୁ ଦୁ-ର୍ବଳ ବୋଲି ଭାବେ।ଘରେ ଗୋଟିଏ ଝିଅ ଜନ୍ମ ହବା ପର ଠାରୁ ସେ ନିୟମ ଦେଇ ଗତି କରିଥାଏ। ତାର ଖାଇବା ରହିବା ଚାଲି ଚଳଣି କଥା ହେବା ଢଙ୍ଗ ବାଗ ସବୁଥିରେ ସମାଜ ର ଦୃଷ୍ଟି ରହିଥାଏ।ନାରୀ ମାନଙ୍କ ମଧ୍ୟ ରେ ବିଧବା ନାରୀ ଉପରେ ବହୁତ ନିୟମ ରହିଛି।

ତେବେ ଏହି ବିଧବା ନାରୀ ମାନଙ୍କ ଉପରେ ଥିବା ନିୟମ କୁ ନେଇ ବିଦ୍ୟାଶ୍ରୀ ନିଜର ମତ ରଖିଛନ୍ତି।ପାଠକ ଗଣ ଆପଣ ମାନେ ସମାଜ ପ୍ରେମୀ ଆଦିତ୍ୟ ଙ୍କ ମୃ-ତ୍ୟୁ ସହିତ ଜ-ଡ଼ିତ ଖବର ସମ୍ପ-ର୍କ ରେ ଜାଣିଥିବେ ତ।ତେବେ ତାଙ୍କ ମୃ-ତ୍ୟୁ ପରେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଏବେ ବିଧବା।ତେବେ ସେ କହିଛନ୍ତି ଯେ ସମାଜ ରେ ସବୁଠୁ ବେଶି ନିର୍ଯା-ତିତ ହେଉଛନ୍ତି ଯିଏ,ସେମାନେ ହେଉଛନ୍ତି ବିଧବା ନାରୀ।ଜଣେ ନାରୀ ବିଧବା ହେବା ପରେ କେତେ ନିୟମ ରହିଛି ଯେ ସେ ନିଜେ ସଜ ହୋଇପାରିବ ନାହିଁ,ସବୁ ବେଳେ ଧଳା ଶାଢ଼ୀ ପିନ୍ଧିବ,କୌଣସି ପୂଜା ପର୍ବ କିମ୍ବା ଓଷା କରିପାରିବ ନାହିଁ, ଆଇଁଷ ଛାଡ଼ିଦେବ ଏହିପରି ଅନେକ କିଛି।

ତେବେ ବିଦ୍ୟାଶ୍ରୀ କହିଛନ୍ତି ଯେ ଗୋଟେ ବିଧବା ନାରୀ ଉପରେ ଏତେ ସବୁ ଅ-ତ୍ୟାଚା-ର କାହିଁକି।କାହିଁ କେବେ କେହି ପୁରୁଷ କୁ କୁହାଯାଇନାହିଁ କି ସେ ଆଇଁଷ ଛାଡ଼ୁ ବୋଲି,ତେବେ ଗୋଟେ ନାରୀ କୁ କ’ଣ ପାଇଁ କୁହାଯାଏ। ତେବେ ଏବେ ସମୟ ରେ ଏହି ସବୁ ନିୟମ କୁ ବ-ନ୍ଦ କରିବା ଉଚିତ୍।କାରଣ ଗୋଟେ ବିଧବା ନାରୀ ର ବି ମନ ଅଛି।ସେ ଆହୁରି କହିଛନ୍ତି ଯେ ଗୋଟେ ନାରୀ ବିଧବା ହବା ପରେ ଯଦି ତାର ଘର ଲୋକ ତାକୁ ସପୋ-ର୍ଟ କରିବେ ତେବେ ସେ ଭଲ ରେ ରହିପାରିବ।

ବିଦ୍ୟାଶ୍ରୀ କହିଛନ୍ତି ଯେ ଆଦିତ୍ୟ ଙ୍କ ମୃ-ତ୍ୟୁ ପରେ ତାଙ୍କ ଶାଶୁ ଶ୍ଵଶୁର ଯିଏ ତାଙ୍କୁ ନିଜ ବୋହୂ କି ଝିଅ ନା ଭାବି ପୁଅ ବୋଲି ଭାବନ୍ତି ତାଙ୍କୁ ବହୁତ ସ-ପୋର୍ଟ କରିଛନ୍ତି।ତାଙ୍କ ଶ୍ୱଶୁର ନିଜେ କହିଥିଲେ ଯେ “ସେ ତା’ର ଯାହା ଇଚ୍ଛା ପିନ୍ଧି କି ଅଫିସ ଯାଉ,ଧଳା ଶାଢ଼ୀ ପିନ୍ଧିକି ନ ଯାଉ”।ବିଦ୍ୟାଶ୍ରୀ ଆହୁରି କହିଛନ୍ତି ଯେ ଜଣେ ନାରୀ ଯିଏ କି ତାର ଆଇଁଷ ନହେଲେ ଭାତ ଯାଏନି ସେ ହଠାତ୍ କିପରି ଆଇଁଷ ଛାଡ଼ିବ।ଏଭଳି ନିୟମ ବନ୍ଦ ହବା ଦରକାର। ଏ ସବୁ କ୍ଷେତ୍ର ରେ ଶାଶୁ ଘର ଲୋକ ଗୋଟେ ନାରୀ କୁ ସ-ପୋର୍ଟ କରିବା ନିହାତି ଜରୁରୀ।

Leave a Reply

Your email address will not be published. Required fields are marked *