ଏହି କନେଷ୍ଟବଳଙ୍କୁ ଦେଖି ଥରି ଉଠନ୍ତି ଅପ-ରାଧୀ, ବଡିବିଲ୍ଡିଂଗ କରିବା ସହ ଖାଆନ୍ତି ଦିନକୁ ଚାରି ଜଣଙ୍କର ଖାଦ୍ୟ

ଦୁନିଆରେ ଏପରି ଲୋକ ଅଛନ୍ତି ଯେଉଁମାନଙ୍କର ବଡିବିଲ୍ଡିଂରେ ପ୍ରତି ବହୁତ ରୁଚି ରହିଥାଏ। ଏପରିକି ସେ ସାଧାରଣ ବ୍ୟକ୍ତି ହୁଅନ୍ତି ବା ପୋ-ଲିସ ଅଫିସର ହୁଅନ୍ତୁ। ବଡିବିଲ୍ଡିଂଗର ସଉକ ରଖୁଥିବା ବ୍ୟକ୍ତିମାନେ ଏପରି ବଡି ତିଆରି କରନ୍ତି ଯେ ଆପଣ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହିପରି ଜଣେ ବଡିବିଲ୍ଡର ପୋ-ଲିସ ଅଫିସରଙ୍କୁ ଦେଖିବାକୁ ମିଳିଛି। ପୋ-ଲିସ ଅଫିସରଙ୍କର ନାମ ନରେନ୍ଦ୍ର ଯାଦବ।

ଏହି ବ୍ୟକ୍ତି ଜଣକ ଦିଲ୍ଲୀ ପୋଲି-ସରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି। ପୋ-ଲିସ ଚାକିରୀରେ ରହିବା ସହ ସେ ବଡିବିଲ୍ଡିଂକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି। ତାଙ୍କର ବଡି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ନିଜ ବଡି ପାଇଁ ସେ ଅନେକ ମେଡାଲ ଜିତିସାରିଛନ୍ତି। 2006ରେ ସେ ହେଡ଼କନେଷ୍ଟବଳ ଚାକିରି ପାଇବା ପରେ 2009ରୁ ଜିମ୍ ଯିବା ଆରମ୍ଭ କଲେ। କିଛି ବର୍ଷ ଭିତରେ ତାଙ୍କର ଫିଟନେସ୍ ଦେଖି ସାଙ୍ଗମାନେ ତାଙ୍କୁ ପ୍ରୋଫେସନାଲ ବଡିବିଲ୍ଡିଂ ପାଇଁ ଉତ୍ସାହିତ କରିଥିଲେ।

2015 ରେ ପ୍ରଥମେ ସେ ପ୍ରତିଯୋଗିତାରେ ଭାଗ ନେଇଥିଲେ। କିନ୍ତୁ ଠିକ ଭାବେ ପ୍ରସ୍ତୁତ ନଥିବାରୁ କୌଣସି ମେଡାଲ ଜିତିପାରିନଥିଲେ। 2018ରେ ପୁଣି ବଡିବିଲ୍ଡିଂ ପ୍ରତିଯୋଗୀତାରେ ଭାଗନେଲେ। ତେବେ ସେ 2018 ଏବଂ 2019 ରେ ଦୁଇଥର ମିଷ୍ଟର ଇଣ୍ଡିଆ, ଦୁଇ ଥର ନର୍ଥ ଇଣ୍ଡିଆ ଏବଂ ଦୁଇ ଥର ମିଷ୍ଟର ଦିଲ୍ଲୀ ମେଡାଲ ଜିତି ଥିଲେ।

ଏହାସହ ନରେନ୍ଦ୍ର ଯାଦବଙ୍କ ଉଚ୍ଚତା 5ଫୁଟ୍ 8ଇଂଚ୍ ଏବଂ ଓଜନ 108କେଜି। ସେ ପ୍ରତିଦିନ ତାଙ୍କ ଡାଏଟରେ 5000 କ୍ୟାଲୋରିର ଖାଦ୍ୟ ଖାଇଥାନ୍ତି। ଜଣେ ସାଧାରଣ ଲୋକ 15ଶହରୁ 2ହଜାର କ୍ୟାଲୋରି ପ୍ରତିଦିନ ଶରୀରକୁ ନେଉଥିବା ବେଳେ ନରେନ୍ଦ୍ର ପାଖାପାଖି ୪ଜଣଙ୍କ ଖାଇବା ଖାଇଥାଆନ୍ତି।

ନରେନ୍ଦ୍ର ଦିନକୁ 6ଥର ଖାଦ୍ୟ ଖାଆନ୍ତି। ଡାଏଟରେ 2କେଜି ଚିକେନ୍, 10 ପଟ ରୁଟି, ଗୋଟେ ବ୍ରେଡ୍ ପ୍ୟାକେଟ୍, 20ଟି ଅଣ୍ଡା ଏବଂ ଅଢେଇ ଲିଟର କ୍ଷୀର ପିଇଥାଆନ୍ତି। ପ୍ରତିଦିନର ବ୍ୟାୟାମ କଥା କହିବାକୁ ଗଲେ ସେ ସକାଳୁ ଉଠି ଅଧଘଣ୍ଟା କାର୍ଡିଓ କରିଥାନ୍ତି। କାର୍ଡିଓ ପରେ ରନିଂ କିମ୍ବା ସାଇକ୍ଲିଂ କରିଥାନ୍ତି। ଏହା ପରେ ସେ ଘରକୁ ଆସି କିଛି ଖାଆନ୍ତି ଏବଂ ପରେ ଦୁଇରୁ ଅଢେଇ ଘଣ୍ଟା ଜିମରେ ହେବି ୱେଟ୍ ୱର୍କଆଉଟ୍ କରିଥାନ୍ତି।

ସେ ସପ୍ତାହକୁ ପାଞ୍ଚ ଦିନ ଏକ୍ସରସାଇଜ୍ କରିଥାନ୍ତି ଏବଂ ଦୁଇ ଦିନ ରେଷ୍ଟ ନିଅନ୍ତି। ତାଙ୍କ ବାହୁର ସାଇଜ୍ 20 ରୁ 21 ଇଞ୍ଚ ହୋଇଥିବା ବେଳେ ଛାତିର ସାଇଜ୍ 58 ଇଞ୍ଚ ରହିଛି। ନରେନ୍ଦ୍ରଙ୍କର ଏହି ଶରୀର ତାଙ୍କୁ ଅନେକ ଲାଭ ଦେବା ସହ ଅନେକ ଅସୁବିଧାରେ ମଧ୍ୟ ପକାଇଥାଏ। ସେ କହିଛନ୍ତି ଯେ ନିଜ ଶରୀର ପାଇଁ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡେ।

ପୋଲିସ ଡ୍ରେସ୍ ପିନ୍ଧିବା ପରେ ଆଉ ଓହ୍ଲାଇପାରନ୍ତି ନାହିଁ। ପୋଷାକ ଓହ୍ଲାଇବା ପାଇଁ ତାଙ୍କୁ ଜଣେ ବ୍ୟକ୍ତିଙ୍କର ସାହାଯ୍ୟ ନେବାକୁ ପଡିଥାଏ। ଏହାସହ ସାଧାରଣ ସାର୍ଟ ତାଙ୍କୁ ଫିଟ ହୁଏନାହିଁ ।

Leave a Reply

Your email address will not be published. Required fields are marked *