ଶେଷରେ ସତ ହେଲେ କିନ୍ନର ବଳରାମ ରାଉତଙ୍କ ଅଧୁରା ସ୍ବପ୍ନ । ହାତକୁ ଦୁଇ ହାତ ହେଲେ ଭଉଣୀ ଲକ୍ଷ୍ମୀ ।

ଭଉଣୀର ନିର୍ବନ୍ଧ ଦିନରେ ଉଠିଥିଲା ବଳରାମ ରାଉତଙ୍କ କୋକେଇ । ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ଜୀବନ ହାରିିଥିବା ନିମାପଡା ବ୍ଲକ ଗଡଇଟା ପୋଖରୀ ଗାଁର କିନ୍ନର ବଳରାମ ରାଉତଙ୍କ ଦୁଃ-ଖ-ଦ କାହାଣୀ ସାମ୍ନାକୁ ଆସିଥିଲା । ଭଉଣୀର ନିର୍ବନ୍ଧ ପାଇଁ ହସଖୁସିର ପରିବେଶ ଭିତରେ ଆସିଥିଲା ବଳରାମଙ୍କ ମୃ-ତ୍ୟୁ ଖବର । ଏହା ଶୁଣିବା ପରେ ଗଡଇଟା ପୋଖରୀ ଗାଁରେ ଶୋ-କର ଲହରି ଖେଳିଯାଇଥିଲା । ଭଉଣୀ ବିବାହରେ ୧ ଲକ୍ଷ ଟଙ୍କା ଦେବ କହି ଘରୁ ଗୋଡ କାଢିଥିବା ବଳରାମଙ୍କ ଆ-ତ୍ମହ-ତ୍ୟା ଖବରକୁ ଏପର୍ଯ୍ୟନ୍ତ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ବଳରାମ ରାଉତ କାହିଁକି ଆ-ତ୍ମହ-ତ୍ୟା କଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ଆ-ତ୍ମ-ହ-ତ୍ୟା କରିବା ପାଇଁ ଶ୍ରମନ୍ଦିରକୁ କାହିଁକି ଗଲେ ତାହାର ଉତ୍ତର ମଧ୍ୟ ଏବେ ବି କାହା ପାଖରେ ନାହିଁ । କୋଠସାହି ଗ୍ରାମର ଏହି ଅରକ୍ଷିତ ରାଉତଙ୍କ ରୋଜଗାରିଆ କିନ୍ନର ବଳରାମ ରାଉତ । ଗତ ଦୁଇ ଦିନ ତଳୁ ସେ ପୁରୀ ଯାଇଥିଲେ ଏହା କହି ଯେ ନାଚିବେ ଟଙ୍କା ରୋଜଗାର କରିବେ ଆଉ ସେହି ଟଙ୍କାରେ ଉଭଣୀର ପାଲଙ୍କି ଉଠିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ ।

ନିଜ ପୁଅ ଓ ଭାଇକୁ ହରାଇ ସର୍ବହରା ହୋଇଯାଇଛନ୍ତି ବିଧବା ମା ଓ ଭଉଣୀ ଲକ୍ଷ୍ମୀ ଓ ଭାଇ । ବର୍ତ୍ତମାନ ବଳରାମଙ୍କୁ ହରାଇ ତାଙ୍କର ପରିବାର ପୁରା ତଳିତଳାନ୍ତ ହୋଇ ଯାଇଛି । ତେବେ ନିଜ ପରିବାରର ଚିନ୍ତାକୁ ନେଇ ସେ ସବୁବେଳେ ମାନ-ସିକ ସ୍ତରରେ ବିଷାଦରେ ରହୁଥିଲେ ସେ । ବିଶେଷ କରି ତାଙ୍କ ଭଉଣୀର ବାହାଘରକୁ ନେଇ । ହେଲେ ବର୍ତମାନ ସମୟରେ ଯାହା ଖବର ରହିଛି ଏବେ ତାଙ୍କର ସେଇ ଅଧୁରା ସ୍ବପ୍ନ ମଧ୍ୟ ପୂରଣ ହୋଇ ଯାଇଛି । ବଳରାମଙ୍କ ଭଉଣୀ ଲକ୍ଷ୍ମୀଙ୍କ ବାହାଘର ବୈଦିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ।

ସମ୍ପୂର୍ଣ କିନ୍ନର ସମାଜ ଏହାର ଦାୟିତ୍ଵ ନେଇ ସୂଚାର ରୂପେ ତୁଲାଇଛନ୍ତି । ଭାଇ ନଥିଲା ତୋ କଣ ହେଲା କିନ୍ନର ସମାଜ ସୁଭଦ୍ରାଙ୍କ ବାପା ମା ଭାଇ ଭଉଣୀ ସବୁର ଦାୟିତ୍ଵ ପୁରା କରିଛନ୍ତି । ଧୁମଧାମ୍ ରେ ସରିଲା ଲକ୍ଷ୍ମୀଙ୍କ ବାହାଘର । ଏବଂ ଏହାର ସମସ୍ତ କାର୍ଯ୍ୟଭାର ଗ୍ରହଣ କରିଥିଲେ ଓଡ଼ିଶା କିନ୍ନର ସମାଜର ଜେନେରାଲ ସେକ୍ରେଟାରୀ । ଏବଂ ତା ସହିତ ଅନ୍ୟ କିଛି ସହୃଦୟ ବ୍ୟକ୍ତି ମଧ୍ୟ ଏଥିରେ ତାଙ୍କର ସହାୟତା କରିଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *