୪ ବର୍ଷ ଭିକ ମାଗି ସ୍ତ୍ରୀ କୁ ୯୦ ହଜାର ଟଙ୍କାର ବାଇକ୍ ଉପହାର ଦେଲେ ଏହି ବ୍ୟକ୍ତି

ପ୍ରେମ ସାସ୍ୱତ ଆଉ ପ୍ରେମ ଚିରନ୍ତନ,ଆଉ ପ୍ରେମ ପୂଜନ ବୟସ ପାଇଁ ତାରତମ୍ୟ। ଏମିତି ଏକ ପ୍ରେମ ର ଘ-ଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ର ଚିନ୍ଦୁଆଲା ଜିଲ୍ଲାରେ।ଏହି ଜିଲ୍ଲାର ଜଣେ ଭିକାରୀ ତାଙ୍କ ସ୍ତ୍ରୀ ଙ୍କୁ ୯୦ ହଜାର ଟଙ୍କାର ବାଇକ୍ ଉପହାର ଦେଇଥିବାର ଦେଖିବାକୁ ମିଳିଛି । ଏହି ୯୦ ହଜାର ଟଙ୍କାକୁ ସେ ଦୀର୍ଘ ୪ ବର୍ଷ ହେବ ସଞ୍ଚୟ କରି ରଖୁଥିଲେ ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି ।

ସନ୍ତୋଷ ସାହୁ ନାମକ ଏହି ଭିକାରୀ ପ-କ୍ଷାଘା-ତି ରୋଗୀ ହେଇଥିବାରୁ ସେ ଚଲାବୁଲା କିଛି ବି କରିପାରୁ ନଥିଲେ, ଚଲାବୁଲା ପାଇଁ ଅସୁବିଧା ହେଉଥିଲା । ତ ସରକାର ଙ୍କ ତରଫରୁ ଖାଲି ସାହାଯ୍ୟ ହିସାବରେ ତିନି ଚକିଆ ସାଇକଲ ମିଳିଥିଲା।

ପତ୍ନୀ ସ୍ବାମୀ ସନ୍ତୋଷ ଙ୍କୁ ଏହି ତିନିଚକିଆ ସାଇକେଲ ରେ ବସାଇ ଠେଲିଠେଲି ନେଇକି ଯାଉଥିଲେ। ତେବେ ଖରାପ୍ ରାସ୍ତାରେ ଏହି ସାଇକଲ ଠିକ୍ ସେ ନଗଡିଲାରୁ ଦମ୍ପତି ଙ୍କୁ ଅନେକ କ-ଷ୍ଟ ସହିବାକୁ ପଡ଼ିଥାଏ। ଦିନସାରା ତିନି ଚକିଆ ସାଇକଲ ଠେଲୁଥିବାରୁ ପତ୍ନୀ ଥକି ଯାଉଥିଲେ ଆଉ ଅସୁସ୍ଥ ମଧ୍ୟ ହୋଇଯାଇଥାଆନ୍ତି ।

ତେଣୁ ଟଙ୍କା ସଞ୍ଚୟ କରି ମୋବେଟ୍ କିଣିବାକୁ ମନସ୍ତ କରିଥିଲେ। ପରିଶେଷରେ ସେମାନଙ୍କ ଏହି ସ୍ବପ୍ନ ସତରେ ପୁରଣ ହେଇଛି । ବର୍ତ୍ତମାନ ସେମାନେ ସେହି ମୋବେଟ ରେ ବସି ଭି-କ୍ଷାବୃ-ତ୍ତି କରୁଛନ୍ତି । ସେମାନଙ୍କର କି ଭଲପାଇବା,ଭଲ ପାଇବ ତ ଏମିତି ନହେଲେ ନାହି।

Leave a Reply

Your email address will not be published. Required fields are marked *