ମୋର କେହି ପୁଅ ନାହିଁ.. ତୁ ଫେରିଯା .. ମୁଁ ଆଉ ଯିବିନି..

ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ବ୍ଲକ ଓ ସହାୟତା ଯୋଗାଇ ଦେବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ହେଲେ ସେଗୁଡ଼ିକ କାର୍ଯ୍ୟକାରୀ କରାଯାଇ ନଥିବାରୁ ସେମାନେ ଉଚିତ ନ୍ୟା-ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରତିଦିନ ନ୍ୟା-ୟ ପାଇଁ ସେମାନେ ଆ-ଇ-ନର ଆଶ୍ରୟ ଲୋଡ଼ିବାକୁ ଆସୁଥିବା ବଡ଼ ଚିନ୍ତାର ବିଷୟ ହୋଇଛି। କେଉଁଠି ପୁଅବୋହୂ ମାଆବାପାଙ୍କୁ ଖାଇବାକୁ ନଦେଇ ମା-ଡ଼ ମା-ରିଲାଣି । କେଉଁଠି ଘରୁ ତଡ଼ି ବେଲାଣି। ନିଜ ପୁଅବୋହୂଙ୍କ ବିରୋ-ଧରେ ଏଭଳି ଏକ ଅଭି-ଯୋଗ ନେଇ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାୟରେ ଦ୍ବାରସ୍ଥ ହେବାକୁ ଆସିଥିଲେ ଜଣେ ବୟସ୍କା ମହିଳା ତାଙ୍କ ସ୍ବାମୀଙ୍କ ମୃ-ତ୍ୟୁ ପରେ ଦୁଇ ପୁଅ ଓ ବୋହୂ ତାଙ୍କୁ ଶାରୀ-ରିକ ଓ ମାନ-ସିକ ନିର୍ଯା-ତନା ଦେବା ସହ ଖାଇବା ପିଇବାକୁ ନଦେଇ ଘରୁ ବିଦା କରିଦେଇଥିବା ସେ ଅଭି-ଯୋଗ କରିଛନ୍ତି।

ବାଲିଆପାଳ ଆଳା ଦକ୍ଷିଣଯିବା ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ପାତ୍ରଙ୍କ ପତ୍ନୀ ହେଉଛିକି ବାସନ୍ତା। ଏବେ ତାଙ୍କୁ ୨୨ ବର୍ଷ ବୟସ ୨ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର ଦେଶ ହସଖୁସିରେ ଚାଲିଥିଲା। ଏବେ ପୁଅଝିଅ ସମସ୍ତେ ବିବାହିତ। ଗତ ୬ ବର୍ଷ ପୂର୍ବରୁ ସ୍ବାମୀଙ୍କ ମୃ-ତ୍ୟୁ ପରେ ବାସନ୍ତୀ ୨ ପୁଅଙ୍କ ପାଖରେ ରହିଥିଲେ। ତେବେ ରାମଚନ୍ଦ୍ର ମୃ-ତ୍ୟୁ ପୂର୍ବରୁ ବାସନ୍ତୀଙ୍କ ନାମରେବାଲେଶ୍ବର ଖସଭାପଦାସ୍ଥିତ ଗ୍ରାମ୍ୟବ୍ୟାଙ୍କରେ ୨ ଲକ୍ଷ ଟଙ୍କାର ଫିକ୍ସଚ୍ ଡିପୋଜିଟ୍‌କୁ ଏବେ ୨ ପୁଅ ନିଜ ନିଜ ଭିତରେ ବାଣ୍ଟିନେବାକୁ ମା’କୁ ବାଧ୍ୟ କରୁଛନ୍ତି। ଏଥିରେ ସେ ଗା-ଳି ହେଉ ନଥିବାରୁ ୨ ପୁଅ ଓ ବୋହୂ ତାଙ୍କୁ ନାନା ପ୍ରକାର ନିର୍ଯା-ତନା ଦେବା ଆରମ୍ଭ କରିଛନ୍ତି। ଏପରିକି ତାଙ୍କ ଖାଇବା ପିଇବା ମଧ୍ୟ ଠିକ କହିଛନ୍ତି।

ଏନେଇ ବାସନ୍ତୀ କିଛିଦିନ ପୂର୍ବରୁ ବାଲିଆପାଳ ଥାନାରେ ୨ ପୁଅଙ୍କ ବିରୋ-ଧରେ ଅଭି-ଯୋଗ କରିବା ପରେ ପୁ-ଲି-ସ ୨ ପୁଅଙ୍କୁ ଥା-ନାକୁ ଡାଳି ମା’ଙ୍କ ଭଲମନ୍ଦ ବୁଝିବାକୁ ତା-ଗିଦ କରିଥିଲେ। କିନ୍ତୁ ଗତ ୧୯ ତାରିଖ ଦିନ ରାତିରେ ୨ ପୁଅ ଓ ବୋହୂ ହଠାତ୍ ତାଙ୍କ ଉପରେ ଅତ୍ୟା-ଚାର ଆରମ୍ଭ କରିଛନ୍ତି। ମୃ-ତ୍ୟୁ ପୂର୍ବରୁ ସ୍ବାମୀ ତାଙ୍କ ନାମରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଖପରାପଦା ଶାଖାରେ ରଖ୍ ଯାଇଥିବା ୨ ଲକ୍ଷ ଟଙ୍କାକୁ ନେଇ ଏବେ ପୁଅବୋହୂ ତାଙ୍କ ଉପରେ ନିର୍ଯା-ତନା କରୁଥିବା ବୃଦ୍ଧା ଶ୍ରୀମତୀ ପାତ୍ର କହିଛନ୍ତି । ତାଙ୍କ କହିବା ଅନୁସାରେ ଶ୍ରୀମତୀ ପାତ୍ର ସେହି ୨ ଲକ୍ଷ ଟଙ୍କା ବ୍ୟାଙ୍କରେ ଫିକ୍ସଡ ରଖି ସାଙ୍ଗକୁ ଦୁଇ ପୁଅଙ୍କ ପୁଅ ଅର୍ଥାତ ନାତିଙ୍କୁ ନୋମିନି ଭାବେ ରଖୁଛନ୍ତି ।

ପାଉଥିବା ୫ ଶହ ଟଙ୍କାର ବିଧବା ଭତ୍ତା ଓ ମିଳୁଥିବା ଚାଉଳ ସେ ପ୍ରତିମାସ ପୁଅଙ୍କୁ ଦେଇଥାନ୍ତି । ମାତ୍ର ବ୍ୟାଙ୍କରେ ଥିବା ଟଙ୍କାକୁ ଉଠାଇ ତାଙ୍କୁ ଦେବା ପାଇଁ ପୁଅବୋହୂ ସବୁବେଳେ ଜିଦ ଧରିବା ସହ ତାଙ୍କୁ ବିଭିନ୍ନ ସମୟରେ ଗାଳି ମାଡ଼ ଦେଉଥିବା ଶ୍ରୀମତୀ ପାତ୍ର ଆ-ରୋ-ପ କରିଛନ୍ତି । ଏମିତିକି ଖାଇବାକୁ ନ ଦେଇ ସେମାନେ ତାଙ୍କୁ ବହୁବାର ଘରୁ ବାହାର କରିଦିଅନ୍ତି । ତେଣୁ ସେ ବାଧ୍ୟ ହୋଇ ଝିଅର ଶାଶୂ ଘରକୁ ଯାଇ କିଛିଦିନ ରହିଥାନ୍ତି । ଜମିବାଡ଼ି ଥିଲେ ସୁଦ୍ଧା। ପୁଅବୋହୂ ତାଙ୍କୁ ଦେଉଥିବା ନିର୍ଯା-ତନାକୁ ନେଇ ସେ ପୂର୍ବରୁ ବାଲିଆପାଳ ଥା-ନାକୁ ବି ଯାଇଛନ୍ତି।

ପୁ-ଲିସ ଅଧିକାରୀ ଦୁଇ ପୁଅଙ୍କୁ ଥା-ନାକୁ ଡକାଇ ବୁଝାସୁଝା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ଦୌରାତ୍ମ୍ୟ ବଢ଼ିବା ଦେଖ୍ ନ୍ୟା-ୟ ପାଇଁ ଶ୍ରୀମତୀ ସାହୁ ବାଲେଶ୍ଵର ଉପଜିଲାପାଳଙ୍କୁ ଆ-ପ-ତ୍ତି ଜଣାଇଛନ୍ତି। ଏନେଇ ସେ ଏକ ଲିଖ୍ ଅଭି-ଯୋଗପତ୍ର ବି ଦେଇଛନ୍ତି । ଯଦି କେହି ନ ବୁଝିବେ ବାଧ୍ୟ ହୋଇ ଆ-ତ୍ମହ-ତ୍ୟା କରିବେ ବୋଲି ସେ ଉପଜିଲାପାଳଙ୍କୁ ଚେତା-ବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *