ସ୍ଵାମୀ ନାଁ ରେ କେସ କରିବେ କିନ୍ତୁ ସାବିତ୍ରୀ ବ୍ରତରେ ଲମ୍ବା ସିନ୍ଦୂର ଲଗାଇବେ…….

କେନ୍ଦ୍ରାପଡା ସାଂସଦ ତଥା ଓଡିଆ ଅନୁଭବ ମହାନ୍ତିଙ୍କ ପାରିବାରିକ ସମସ୍ୟାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା-ଆଲୋଚନା ଲାଗି ରହିଛି । ଅଭିନେତା ସ୍ବାମୀ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବେଶ କିଛିଦିନ ହେବ ପାରିବାରିକ ସମସ୍ୟା ଅନବରତ ଚାଲିଛି ଯାହାକି ସମସ୍ତେ ଜାଣିଛନ୍ତି । ଏନେଇ କୋର୍ଟରେ ମଧ୍ୟ କେ-ସ ରହିଛି । ଉଭୟଙ୍କ ମଧ୍ୟରେ ଲାଗିରହିଥିବା ପାରିବାରିକ ବି-ବା-କୁ ନେଇ ବହୁବାର ଫ୍ୟାମିଲ କୋର୍ଟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ ।

ଏହାରି ମଧ୍ୟରେ ଗତ ବୁଧବାର ଅନୁଭବ ମହାନ୍ତି ନିଜ ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ ଦୁଃ-ଖକୁ ନେଇ ଏକ ଭିଡିଓ ସେୟାର କରିଥିଲେ । ତେବେ ସେ କହିଛନ୍ତି ଯେ ସାବିତ୍ରୀ ବ୍ରତ ରେ ସ୍ତ୍ରୀ ବଢିଆ ଶାଢ଼ୀ ପିନ୍ଧି,ମୁଣ୍ଡରେ ସିନ୍ଦୂର ଲଗାଇ ସାବିତ୍ରୀ ବ୍ରତ କରନ୍ତି।ସ୍ଵାମୀ କେଉଁଠୀ ଅଛନ୍ତି ସେ ଜାଣି ନାହାନ୍ତି ବର୍ଷା କିନ୍ତୁ ସେ ଭଲ ଶାଢ଼ୀ ଓ ସିନ୍ଦୂର ଲଗାଇ ସାବିତ୍ରୀ ବ୍ରତ କରନ୍ତି, ଫୋଟୋ ଭିଡ଼ିଓ କରିବେ।

ମାଆ ଙ୍କ ଫୋଟୋ କୁ ପୂଜା କରିବେ ଯେଉଁ ଟେବୁଲ୍ ରେ ଜୋତା ରଖୁଥିଲେ। ଯେଉଁ ଭିଡିଓରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଡକୁ ପରୋକ୍ଷରେ ଇସାରା କରି ଅନୁଭବ କହିଥିଲେ ଯେ ଭଲପାଇ ସେ ଭୁଲ କରି ଦେଇଛନ୍ତି । ସେ ତାଙ୍କ ଜୀବନରେ କେବେ କୋର୍ଟ, କ-ଚେ-ରୀ, ଥା-ନା, ପୁ-ଲି-ସ୍ ଦେଖି ନଥିଲେ । କେବେ ଭାବି ନଥିଲେ ଯେ ତାଙ୍କୁ ବି ଏମିତି ଦୌଡ଼ିବାକୁ ପଡ଼ିବ । ଆଉ ସିଏ ବି ଜଣଙ୍କୁ ଏତେ ମାତ୍ରାରେ ଭଲ ପାଇକି ।

Leave a Reply

Your email address will not be published. Required fields are marked *