ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦରେ ମୁହଁ ଖୋଲିଲେ ସିଦ୍ଧାନ୍ତ ମହାପାତ୍ର । କହିଲେ ଭଲ ପାଇବା କେବେ ହେଲେ ଭୁଲ୍ କଥା ନୁହଁ ।

ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦରେ ମୁହଁ ଖୋଲି ନିଜର ପ୍ରତି-କ୍ରିୟା ରଖିଲେ ସିଦ୍ଧାନ୍ତ ମହାପାତ୍ର । କହିଲେ ଭଲ ପାଇବା କେବେ ହେଲେ ଭୁଲ୍ କଥା ନୁହଁ ।

କେନ୍ଦ୍ରାପଡା ସାଂସଦ ତଥା ଓଡିଆ ଅନୁଭବ ମହାନ୍ତିଙ୍କ ପାରିବାରିକ ପାରିବାରିକ ସମସ୍ୟାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା-ଆଲୋଚନା ଲାଗି ରହିଛି । ଅଭିନେତା ସ୍ବାମୀ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବେଶ କିଛିଦିନ ହେବ ପାରିବାରିକ ସମସ୍ୟା ଅନବରତ ଚାଲିଛି ଯାହାକି ସମସ୍ତେ ଜାଣିଛନ୍ତି । ଏନେଇ କୋ-ର୍ଟରେ ମଧ୍ୟ କେ-ଶ ରହିଛି । ଉଭୟଙ୍କ ମଧ୍ୟରେ ଲାଗିରହିଥିବା ପାରିବାରିକ ବିବା-ଦକୁ ନେଇ ବହୁବାର ଫ୍ୟାମିଲ କୋର୍ଟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ ।

ଏହାରି ମଧ୍ୟରେ ଗତ ବୁଧବାର ଅନୁଭବ ମହାନ୍ତି ନିଜ ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ ଦୁଃ-ଖକୁ ନେଇ ଏକ ଭିଡିଓ ସେୟାର କରିଥିଲେ । ଯେଉଁ ଭିଡିଓରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଡକୁ ପରୋକ୍ଷରେ ଇସାରା କରି ଅନୁଭବ କହିଥିଲେ ଯେ ଭଲପାଇ ସେ ଭୁଲ କରି ଦେଇଛନ୍ତି । ସେ ତାଙ୍କ ଜୀବନରେ କେବେ କୋର୍ଟ, କ-ଚେ-ରୀ, ଥା-ନା, ପୁ-ଲି-ସ୍ ଦେଖି ନଥିଲେ । କେବେ ଭାବି ନଥିଲେ ଯେ ତାଙ୍କୁ ବି ଏମିତି ଦୌଡ଼ିବାକୁ ପଡ଼ିବ । ଆଉ ସିଏ ବି ଜଣଙ୍କୁ ଏତେ ମାତ୍ରାରେ ଭଲ ପାଇକି ।

ଏପରି ଆହୁରି ଅକୁହା କଥା ଅନୁଭବ ଗତ ବୁଧବାର ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ସେୟାର କରି କହିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା କରାଯାଇଛି । ତେବେ ଓଡ଼ିଆ ଚଳଚିତ୍ର ଜଗତର ସଫଳ ଯୋଡି ବର୍ଷା-ଅନୁଭବଙ୍କ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ନିକଟରେ ମୁହଁ ଖୋଲିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଚର୍ଚ୍ଚା ଲାଗି ରହିଥିବା ଭିଡ଼ିଓ ଟି ବିଷୟରେ ମିଡ଼ିଆ ସାମ୍ନାରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ମୁଁ ତୋ ଜାଣିନାହିଁ ଭିଡ଼ିଓରେ ଅନୁଭବ କଣ କହିଛନ୍ତି ।

ହେଲେ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବହୁତ୍ ଭଲ ପାଇବା ଅଛି । ଭଲ ପାଇବା ଟା କେବେ ହେଲେ ଭୁଲ ନୁହେଁ । ଭଲ ପାଇବା ପାଇଁ ହିଁ ମଣିଷ ପରସ୍ପର ମଧ୍ୟରେ ବାନ୍ଧି ହୋଇ ଥାଏ । କିଛି ଗୋଟେ ଭୁଲ ବୁଝାମଣା ସେମାନଙ୍କ ମଧ୍ୟରେ ହୋଇଛି । ଯାହାଦ୍ବାରା ଏହି ସମସ୍ୟା ସୃଷ୍ଟି ହୋଇଛି । ସାନ ଭାଇ ଭାବି କହିବି ଦୁହେଁ ଧ-ର୍ଯ୍ୟ ରଖନ୍ତୁ ଏବଂ ଆପୋଷ ବୁଝମଣା କରିବାକୁ ଚେଷ୍ଟା କଲେ ଭବିଷ୍ୟତରେ ଦୁହେଁ ନିଶ୍ଚୟ ମିଶିଯିବେ ।

Leave a Reply

Your email address will not be published. Required fields are marked *