ୟୁଏସ ଗଲେ ସେଠାରେ ଶାରୀ-ରିକ ସ-ମ୍ପ-ର୍କ ରଖିବା ବୋଲି ବର୍ଷା ମୋତେ କହିଥିଲେ…ମାତ୍ର ସେଠାକୁ ଗଲାପରେ ଯଉ ବାହାନା କଲେ ….

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଆଉ ଏକ ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଛନ୍ତି । ନିଜର ୟୁଟ୍ୟୁବ୍‌ ଚାନେଲରେ ‘ଅନ୍‌ଟୋଲ୍ଡ ଟ୍ରୁଥ୍‌’ ଶୀର୍ଷକ ଭିଡିଓର ୨ୟ ଭାଗ ସେୟାର କରିଛନ୍ତି । ଏଥିରେ ସେ ବର୍ଷା ଓ ତାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ଟଣାଓଟରା ଉପରୁ ପରଦା ହଟାଇଛନ୍ତି । ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛା-ଡ଼ପ-ତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି ।

ଏଥିରେ ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ,ଗଣମାଧ୍ୟମମାନେ ତାଙ୍କ କଥାକୁ ବିଶ୍ବାସକୁ ନ ନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରିଦେଇଛନ୍ତି । ଯେଉଁଥିପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ ‘ସତ କ’ଣ’ ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି । ତେବେ ଶନିବାର ଜାରି ହୋଇଥିବା ଏହି ଭିଡିଓଟିରେ ଅନୁଭବ କହିଛନ୍ତି ଯେ, ବିବାହର ୮ ବର୍ଷ ପରେ ମଧ୍ୟ ବର୍ଷା ତାଙ୍କୁ ‘ସ୍ବାମୀର ଅଧିକାର’ ଦେଇ ନଥିଲେ । କିମ୍ବା ପିତା ହେବାର ସୁଯୋଗ ମଧ୍ୟ ଦେଇ ନାହାଁନ୍ତି । ତେଣୁ ସେ ବାଧ୍ୟ ହୋଇ ଛା-ଡ଼ପ-ତ୍ର ଆବେଦନ କରିଥିଲେ ।

ଏହି ଭିଡିଓ ଜରିଆରେ ଅନୁଭବ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ‌କି ବିବାହ ପରେ ବର୍ଷା ତାଙ୍କ ସହ ‘ଶାରୀ-ରିକ ସଂ-ପର୍କ’ ସ୍ଥାପନ ଲାଗି ଅନୁମତି ଦେଇ ନଥିଲେ । ଯାହାକୁ ଅନୁଭବ ସମ୍ମାନ ଦେଇଛନ୍ତି । ସ୍ବାମୀ-ସ୍ତ୍ରୀ ମଧ୍ୟରେ ଶାରୀ-ରିକ ସଂପର୍କ ଅତ୍ୟନ୍ତ ପବିତ୍ର । ତେଣୁ ବିବାହ ପରେ ଏହା ସ୍ଥାପନ ହେବାକୁ ନଦେବାକୁ ଅନୁଭବ ଗ୍ରହଣ କରିପାରିନାହାନ୍ତି । ଅନୁଭବ ଅଭି-ଯୋଗ ଆଣିଛନ୍ତି ଯେ, ବିଭିନ୍ନ ଆଳ ଦେଖାଇ ବର୍ଷା ତାଙ୍କଠାରୁ ଦୂରେଇ ରହି ଆସିଛନ୍ତି । ପ୍ରଥମେ ସେ ଆମେରିକା ଗଲେ ଶାରୀ-ରିକ ସ-ମ୍ପର୍କ ରଖିବେ ବୋଲି କହିଥିଲେ ହେଲେ ସେଠାରେ ମଧ୍ୟ ବହନା କରି ପରେ ଓହରି ଯାଇଥିଲେ । ଏହି ଅଭି-ଯୋଗକୁ ସେ ତାଙ୍କ ଜୀବନରେ ଘଟିଥିବା ବିଭିନ୍ନ ଘ-ଟଣା ବର୍ଣ୍ଣନା କରି ସ୍ପଷ୍ଟ କରିବାକୁ ଚାହିଁଛନ୍ତି ।

ସେ ନିଜକୁ ‘ମ୍ୟାରେଡ ବ୍ୟଚେଲର’ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଅନୁଭବ ଦାବି କରିଛନ୍ତି ଯେ କିଛି ଲୋକ ବର୍ଷାଙ୍କୁ ବ୍ୟବହାର କରି ତାଙ୍କୁ ତଳିତଳାନ୍ତ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନଙ୍କ ଦ୍ବାରା ବର୍ଷା ପରୋକ୍ଷରେ ବ୍ୟବହୃତ ହେଉଥିଲେ ହେଁ, ସେ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି ଅନୁଭବ । ଯେହେତୁ ତାଙ୍କ କଥା କେହି ଶୁଣୁନାହାନ୍ତି ଗଣମାଧ୍ୟମ ଗୁରୁତ୍ବ ଦେଉନାହାନ୍ତି ତେଣୁ ଏହି ଭିଡିଓ ମାଧ୍ୟମରେ ସବୁକିଛି ଜଣାଇବାକୁ ଚାହିଁଛନ୍ତି । ଭିଡିଓରେ ଅନୁଭବ ‘ସତ’ କହୁଥିବା ଦାବି କରିଛନ୍ତି ଓ ସେ ତାଙ୍କୁ ନ୍ୟା-ୟ ମିଳୁ ଓ ସତ୍ୟର ଜୟ ହେଉ ବୋଲି କହିଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *