ଫୁଲ ସଜା କାର୍‌ ନୁହେଁ, ବରଂ ସାଇକଲ ଚଢ଼ି ବାହା ହେବା ପାଇଁ ମଣ୍ଡପକୁ ଗଲା ବର

ହିନ୍ଦୁ ସମାଜରେ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି ବିଚାର କରାଯାଏ । ପ୍ରତ୍ୟେକ ବାଡୁଅ ଯୁବକ ଯୁବତୀ ଏହି ପବିତ୍ର ଦିନକୁ ଉତ୍କଣ୍ଠାର ସହିତ ଚାହିଁ ରହିଥାନ୍ତି । ଜୀବନରେ ଏହି ଦିନଟି ଥରେ ମାତ୍ର ଆସୁଥିବାରୁ ଅନେକ ଏହାକୁ ନିଆରା ଢଙ୍ଗରେ ପାଳନ କରିବାକୁ ଚାହିଁଥାନ୍ତି । ବିହାହରେ ଅନେକ ତ କୋଟି କୋଟି ଟଙ୍କା ପାଣି ଭଳି ଢାଳି ଦେଇଥାନ୍ତି । ବିବାହ ଦିନ କନ୍ୟା ଚାହିଁ ବସିଥାଏ ତା’ ମନର ମଣିଷକୁ । ତା’ ଜୀବନସାଥୀ କେମିତି ଆସିବ, ଗାଁ ଦାଣ୍ଡ କେମିତି ବାଜା ବାଣରେ କମ୍ପିବ ।

ଆକାଶ ମାର୍ଗ କିପରି ଝକମକ ହୋଇଉଠିବ ବିଭିନ୍ନ ଆଜସବାଜୀରେ ଏହି ଭାବନାରେ ଥାଏ କନ୍ୟା । ବର ବେଶ ସାଜି ପୁଅ କନ୍ୟାକୁ ଆଣିବା ନେଇ ନିଜର ବରଯାତ୍ରୀ ନେଇ ଝିଅ ଘରକୁ ଯାଇଥାଏ । କିଏ କାର୍ ନେଇ ଯାଏ ତ ପୁଣି କିଏ ଘୋଡା ତ ପୁଣି କିଏ ବିଭିନ୍ନ କାରୁକାର୍ଯ୍ୟରେ ସଜ୍ଜା ହୋଇଥିବା ରଥରେ ଯାଇ କନ୍ୟାକୁ ଆଣିଥାଏ । କିନ୍ତୁ ଆଜି ଆମେ ଏଭଳି ଏକ ନିଆରା ବର ଓ ତା’ର କନ୍ୟାକୁ ଆଣିବାର ଯୋଜନା ବିଷୟରେ କହିବୁ ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସାଇକେଲରେ ବାହା ହେବାକୁ ଗଲେ ଜଣେ ବର । ଆଉ ତାଙ୍କ ସହ ଚାଲି ଚାଲି ଗଲେ ବରଯାତ୍ରୀ । ଏପରି ଏକ ନିଆରା ବାହାଘର ହୋଇଛି ରାଜଧାନୀ ଭୁବନେଶ୍ୱରରେ । ୟୁନିଟ୍-୩ ଅଞ୍ଚଳର ଶୁଭ୍ରାଂଶୁ ସାମଲଙ୍କ ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ହୋଇଛି । ୟୁନିଟ୍-୩ ଅଞ୍ଚଳର ସିପ୍ରାଙ୍କ ସହ ତାଙ୍କର ବାହାଘର ହୋଇଥିଲା । ରୀତିନୀତି ଅନୁଯାୟୀ ବାହାଘର ପାଇଁ ଉଭୟ ପକ୍ଷ ପ୍ରସ୍ତୁତ ହୋଇଥିଲେ । ହେଲେ ସାଇକେଲରେ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଶୁଭ୍ରାଂଶୁ । କନ୍ୟା ପକ୍ଷ ମଧ୍ୟ ଏଥିରେ ରାଜି ହୋଇଥିଲେ

ଆଉ ବରଯାତ୍ରୀ ବିଭିନ୍ନ ଅଞ୍ଚଳରୁ ଆସି ରବି ଟକିଜ୍ ନିକଟରେ ପହଞ୍ଚିବା ପରେ ପୁରୀ ରୋଡ୍ ସ୍ଥିତ ବିବାହ ମଣ୍ଡପକୁ ଯାଇଥିଲେ । ବାଜା ରୋଷଣୀରେ ଫାଟି ପଡ଼ୁଥାଏ ପରିବେଶ । ଶୁଭ୍ରାଂଶୁଙ୍କ ବିବାହରେ ସବୁ କିଛି ଥିଲା କିନ୍ତୁ ଗୋଟିଏ ବ୍ୟତିକ୍ରମ ହେଉଛି, ବର ଫୁଲ ସଜା ଦାମୀ କାର୍‌ରେ ନୁହେଁ ବରଂ ସାଇକେଲରେ କନିଆ ଆଣିବାକୁ ଯାଇଥିଲେ । କିତେଲ ଦର ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁ ଶୁଭ୍ରାଂଶୁ ଏପରି ନିଷ୍ପତ୍ତି ନେଇଥିଲେ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *