ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ: ବାତ୍ୟା ASANI ଯାଉ ଯାଉ ଓଡିଶାକୁ ପୁଣି ଥରେ ଆସୁଛି ଆଉ ଏକ ବାତ୍ୟା କରିମ୍

ଆମ ଓଡିଶାରେ ବାତ୍ୟା ଆସିବା ଏକ ସାଧାରଣ କଥା । ତେବେ ବାତ୍ୟାରେ ଅନେକ କ୍ଷୟ ଖ୍ଯାତି ହୋଇଥାଏ । ଲୋକମାନେ ବହୁତ ହଇରାଣ ହୋଇଥାନ୍ତି । ଖାଦ୍ୟ ପେୟ ପାଇଁ ବହୁତ ଅସୁବିଧା ହୋଇଥାଏ । ତେବେ ସେହିଭଳି ଆଗକୁ ଆଉ ବାତ୍ୟା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହି ସୂଚନା ପାଣିପାଗ ବିଭାଗ ତରଫରୁ ପଶୁପାଳକ ପୂର୍ବ ଅନୁମାନ ଲଗାଇଛନ୍ତି । ତେବେ ଆଶଙ୍କା କରାଯାଉଥିବା ବେଳେ ଏ ପର୍ଯ୍ଯନ୍ତ କୌଣସି ସଠିକ୍ ସୂଚନା ଆସିନାହିଁ । ବାତ୍ୟା, ଏଇ ଦୁଇଟି ଅକ୍ଷର ଯେମିତି ଓଡ଼ିଶାବାସୀଙ୍କ ପାଇଁ ଏକ ଚିର ସହଚର ପାଲଟି ଗଲାଣି

ନିକଟରେ ବାତ୍ୟା ‘ଅସାନୀ’କୁ ନେଇ ରାଜ୍ୟବାସୀ ଭୟଭୀତ ରହିଥିବା ବେଳେ ତାହା ସେତେଟା ପ୍ରଭାବ ପକାଇ ପାରି ନଥିଲା । ତେବେ ପୁଣି ଆଉ ଏକ ଲଘୁଚାପ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ।ଭାରତ ମହାସାଗର ରେ ଆସାନୀ ସହିତ ଆଉ ଏକ ଘୂର୍ଣ୍ଣି ବଳୟ ଶୀଘ୍ର ରୂପ ନେଉଛି । ଦକ୍ଷିଣ ଆଫ୍ରିକା ର ଦେଶ ସେଚେସ ଦ୍ୱାରା ଏହାର ନାମ କରଣ ହୋଇଛି । ଏହା ବର୍ତମାନ 112 କିଲୋମିଟର ବେଗରେ ଗତି କରୁଛି । ଜାହା ପରେ 140 କିଲୋମିଟର ବେଗ ରେ ପହଁଚି ପାରେ । ପାଣିପାଗ ବିଜ୍ଞାନୀ ମାନେ କହିଛନ୍ତି ।

ତେବେ ଏବେ ଭୟ ବଢ଼ାଉଛି ବାତ୍ୟା କରିମ୍ ତେବେ କେଉଁଠି କରିବ ଲ୍ୟାଣ୍ଡଫଲ୍ ଫନୀ ଠାରୁ ଅଧିକ ଭୟଙ୍କର ହେବ କି ?ବଙ୍ଗୋପାସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଆସନ୍ତା ୩-୪ ଦିନ ଭିତରେ ଏହାର ଝଲକ ଦେଖାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି । ଆଇଏମଡି ଜାରି କରିଥିବା ଫୋରକାଷ୍ଟ ମୁତାବକ, ଆସନ୍ତା ୧୩ ତାରିଖରୁ ୧୯ ତାରିଖ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ସୃଷ୍ଟି ହୋଇ ଅବପାତର ରୂପ ନେଇପାରେ । ତେବେ ଲଘୁଚାପ ହେବ ବୋଲି କୁହାଯାଇ ଥିଲେ ହେଁ ଅବପାତ ସମ୍ଭାବନାକୁ ଅଧିକାଂଶ ମଡେଲ ଖଣ୍ଡନ କରିଛନ୍ତି । ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ନେଇ ଅନେକ ବିଦେଶୀ ପାଣିପାଗ ମଡେଲ ସୂଚନା ଦେଇଛନ୍ତି । ସେହିପରି ମୌସୁମୀକୁ ନେଇ ଆଇ-ଏମ-ଡି ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ୧୫ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ । କିନ୍ତୁ ଏହାର ପ୍ରଭାବ ଓଡ଼ିଶାରେ କିପରି ରହିବ ତାହା ଏବେଠାରୁ ଆକଳନ କରାଯାଇ ପାରିବ ନାହିଁ । ୧୯ ତାରିଖରୁ ୨୫ ମଧ୍ୟରେ ରାଜ୍ୟରେ ପୁଣି ତାତି ବଢିବା ସହିତ ଗ୍ରୀଷ୍ମ ପ୍ରକୋପ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *