ଆଶ୍ରମ – ୩ : ଏହିଥର ତ୍ରିଧା ଚୌଧୁରୀ ନୁହେଁ,ଇଶା ଗୁପ୍ତା ଲଗେଇଲେ ବୋଲ୍ଡନେସର ତଡ଼କା,ପାରି କଲେ ସବୁ ସୀମା

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ବବି ଦେଓଲଙ୍କ ୱେବ ସିରିଜ ‘ଆଶ୍ରମ’ର ତୃତୀୟ ସିଜିନର ଟ୍ରେଲର ରିଲିଜ ହୋଇସାରିଲାଣି । କହିରଖୁଛୁ ଏହି ୱେବ ସିରିଜର ଟ୍ରେଲର ପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ଥିଲେ । ଏମିତିରେ ଯେମିତି ହିଁ ଟ୍ରେଲର ରିଲିଜ ହେଲା ତ ଚାରିଆଡେ ଏହାର ଚର୍ଚ୍ଚା ଆରମ୍ଭ ହୋଇଗଲା । ଉଲ୍ଲେନୀୟ ଏହା କି ଏହା ପୂର୍ବରୁ ଆଶ୍ରମର ସିରିଜ ସବୁ ହଇଚଇ କରିଦେଇଥିଲା ।

ତେବେ ଆଶ୍ରମର ତୃତୀୟ ସିଜିନରୁ ମଧ୍ୟ ବହୁତ ଆଶା କରାଯାଉଛି,ଯଦିଓ ପୂର୍ବ ସିଜନରେ ନିଜ ଅଭିନୟରେ ଲୋକମାନଙ୍କ ହୃଦୟରେ ରାଜ୍ କରୁଥିବା ତ୍ରିଧା ଚୌଧୁରୀ ଟ୍ରେଲର ରେ କମ୍ ହିଁ ଦେଖାଦେଲେ । ବରଂ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଇଶା ଗୁପ୍ତା ଟ୍ରେଲର ରେ ବବି ଦେଓଲଙ୍କ ସହ ଇଣ୍ଟିମେଣ୍ଟ ହେଉଥିବାର ଦେଖାଯାଉଛି ।

ଏହିଥର ତ୍ରିଧା ନୁହେଁ ଇଶା ଗୁପ୍ତା ଦେଖାଇବେ ବୋଲ୍ଡ ରୂପ :-

ଉଲ୍ଲେଖଯୋଗ୍ୟ କି ୨୦୨୦ ମସିହାରେ ଆଶ୍ରମର ଦୁଇଟି ସିରିଜ ରିଲିଜ ହୋଇଥିଲା ଯାହା ବହୁତ ଲୋକପ୍ରିୟ ହୋଇଥିଲା ଏବଂ ଲୋକମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଲା । ଏମିତିରେ ବହୁତ ଲମ୍ବା ସମୟରୁ ଦର୍ଶକ ଏହାର ତୃତୀୟ ସିଜିନକୁ ଅପେକ୍ଷା କରିଥିଲେ

କିନ୍ତୁ ତ୍ରିଧା ଚୌଧୁରୀଙ୍କର ଏଥିରେ ଅଭାବ ନଜର ଆସିଲା, ଯଦିଓ ଦର୍ଶକମାନେ ଆଶା କରୁଛନ୍ତି ଯେ ସେ ମଧ୍ୟ ଏହି ସିଜିନରେ ନିଜର ବୋଲ୍ଡ ଆକ୍ଟ ଦେଖାଇବାକୁ ଯାଉଛନ୍ତି । ଯଦିଓ ଇଶା ଗୁପ୍ତା ମଧ୍ୟ ଏହି ପ୍ରସଙ୍ଗରେ କମ୍ ନୁହଁନ୍ତି, ଯେଉଁ ପ୍ରକାରରେ ସେ ଟ୍ରେଲରରେ ବବି ଦେଓଲଙ୍କ ସହ ଦେଖାଯାଉଛନ୍ତି,ତାକୁ ଦେଖି ଅନୁମାନ କରାଯାଇପାରେ ଯେ ଇଶା ଗୁପ୍ତା ମଧ୍ୟ ଲୋକଙ୍କୁ ପ୍ରଭାବିତ କରିବାରେ ସମର୍ଥ ହେବେ ।

ବବି ଦେଓଲଙ୍କ ଅଭିନୟର ଦିୱାନା ହେଲେ ଫ୍ୟାନ୍ସ :-

ତେବେ ବବି ଦେଓଲଙ୍କ ଅଭିନୟର ଚାରିଆଡେ ଚର୍ଚ୍ଚା ହେଉଛି । କହିରଖୁଛୁ ୟୁଟ୍ୟୁବ୍ ରେ ମଧ୍ୟ ଅନେକ ୟୁଜର୍ସ କମେଣ୍ଟ କରି ବବି ଦେଓଲଙ୍କ ପ୍ରସଂସା କରିଛନ୍ତି ।

ଜଣେ ୟୁଜର କମେଣ୍ଟ କରି ଲେଖିଲେ କି,”ସିରିଜ ରେ ସଫା ଦେଖାଯାଉଛି କି ବବି ଖରାପ ଅଭିନେତା ନୁହନ୍ତି,ତାଙ୍କୁ ବାସ ଭଲ ସ୍କ୍ରିପ୍ଟର ଆବଶ୍ୟକତା ରହିଛି ।”ଆଉ ଜଣେ ଲେଖିଲେ କି,”ତ୍ରିଧା ଟ୍ରେଲର ରେ କେବଳ ଗୋଟିଏ ସେକେଣ୍ଡ ପାଇଁ ଦେଖାଗଲେ । ଆଶା କରୁଛୁ କି ତାଙ୍କ ସିନ୍ସ ଥିବ । କାରଣ ସିରିଜ ଲୋକପ୍ରିୟ ହେବାର ଗୋଟିଏ ହିଁ କାରଣ ସେ ମଧ୍ୟ ଅଟନ୍ତି ।”ଅନ୍ୟଜଣେ ଲେଖିଛନ୍ତି,”ସତ କହିଲେ ଟ୍ରେଲର୍ ଦେଖିବାକୁ କେବଳ ତ୍ରିଧା ଙ୍କ ପାଇଁ ଆସିଛୁ “।

କହିରଖୁଛି କି ପୂର୍ବ ଦିନରେ ଆଶ୍ରମ ରେ ବୋଲ୍ଡ ସିନ୍ସକୁ ନେଇକି ତ୍ରିଧା ଚୌଧୁରୀଙ୍କ ସହ କଥା ହୋଇଥିଲା । ଏହି ସମୟରେ ସେ କହିଥିଲେ କି, “ଏହି ଦୃଶ୍ୟ ତକିଆ ସାହାଯ୍ୟରେ ସୁ-ଟିଂ କରାଯାଇଥିଲା ଏବଂ ସେଟରେ ଅନେକ ଲୋକ ଥିଲେ ।ଲୋକମାନେ ଯାହା ଦେଖନ୍ତି ତାହା ଅନୁଭବ କରନ୍ତି ।

ଏହିପରି ଦୃଶ୍ୟଗୁଡ଼ିକ କିପରି ସୁଟିଂ କରାଯାଏ ତାହା ସେମାନେ ଜାଣନ୍ତି ନାହିଁ । ଏହା ବ୍ୟତୀତ ତ୍ରିଧା ବବି ଦେଓଲଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ବିବାହିତ ଏବଂ ମୋର କୌଣସି ଅସୁବିଧା ନହେବା ପାଇଁ ସେ ଯତ୍ନବାନ ହୁଅନ୍ତି ।

ତ୍ରିଧା ଚୌଧୁରୀ କିଏ ?

କହିରଖୁଛୁ କି ତ୍ରିଧା ଚୌଧୁରୀ ୨୦୧୩ ମସିହାରେ ବଙ୍ଗାଳି ଫିଲ୍ମରୁ ଡେବ୍ୟୁ କରିଥିଲେ । ଏହା ପରେ ତ୍ରିଧାକିଂ ବିକ୍ରମ ଭଟଙ୍କ ୱେବ ସିରିଜ’ସ୍ପର୍ଟଲାଇଟ’ରେ ମଧ୍ୟ ଦେଖାଯାଇ ସାରିଥିଲା ଯେଉଁଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଗଲା । ଏହା ପରେ ତାଙ୍କୁ ଆଶ୍ରମ ସିରିଜରେ କାମ କରିବାକୁ ମୌକା ମିଳିଲା ଏବଂ ଏହି ୱେବ ସିରିଜ ଜରିଆରେ ସେ ବହୁତ ଲୋକପ୍ରିୟ ହେଲେ ।

କହିରଖୁଛୁ କି ତ୍ରିଧା ଚୌଧୁରୀ ସୋସିଆଲ୍ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି ଏବଂ ପ୍ରାୟ ତାଙ୍କର ହର୍ଟ ଆଉ ବୋଲ୍ଡ ଫୋଟୋ ସେୟାର କରିଥାନ୍ତି ।ତେବେ ତାଙ୍କ ଫ୍ୟାନ ଫୋଲୋଇଙ୍ଗ ମଧ୍ୟ ଜବରଦସ୍ତ ଅଛି ଏବଂ ଲକ୍ଷ ଲକ୍ଷ ଲୋକ ତାଙ୍କୁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *