ଲିଙ୍ଗରାଜ ମନ୍ଦିରକୁ ବୁଲି ଯିବା ବାହାନାରେ ନେଇ ସ୍ୱାମୀକୁ ମା-ରି-ଲା ନବ ବିବାହିତା ସ୍ତ୍ରୀ

ମୋହିନୀ ଏକାଦଶୀରେ ବୈଦିକ ରୀତିରେ ବିବାହ ହୋଇଥିଲା । ଦିନକ ପରେ କୁନ୍ତୁ ସ୍ୱାମୀଙ୍କୁ ଛାଡ଼ିଦେବା ପାଇଁ ମନ ସ୍ଥିର କରି ଷ-ଡଯ-ନ୍ତ୍ର ରଚିଥିଲେ ସ୍ତ୍ରୀ । କୌଣସି କାରଣରୁ ମନୋମାଳିନ୍ୟ ଏପରି ଚରମ ରୂପ ନେଲା ଯେ, ଜନଗହଳି ପୁର୍ଣ୍ଣ ସ୍ଥାନରେ ସ୍ୱାମୀଙ୍କୁ ଅଧ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ମା-ଡ଼ ମା-ରି ଚା-ଲିଲେ ସ୍ତ୍ରୀ ସହ ତାଙ୍କ ପରିବାର । ସେବାୟତ, ପୁ-ଲି-ସ ଓ ଜନସାଧାରଣଙ୍କ ବାରଣକୁ ବି ମାନିଲେନି । ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାରଥଖଳାରେ ନିକଟରେ ଏମିତି ଘ-ଟ-ଣା ଘ-ଟି ଯାଇଛି ।

ଖବର ଅନୁଯାୟୀ, ପୁରୀ ଜିଲ୍ଲାର ଛଦ୍ମନାମ ନନ୍ଦୀନୀ ନାମକ ଜଣେ ଯୁବତୀ ଭରତପୁର ଅଞ୍ଚଳର ଜଣେ ଯୁବକଙ୍କୁ ଗୁରୁବାର ବିବାହ କରିଥିଲେ । ଶୁକ୍ରବାର ଅପରାହ୍ନରେ ମନ୍ଦିର ଦର୍ଶନ କରିବେ ବୋଲ ଶ୍ବଶୁରଙ୍କୁ କହି ଘରୁ ଆସିଥିଲେ । ସନ୍ଧ୍ୟା ୫ଟା ପାଖାପାଖି ଆସି ପହଞ୍ଚିଥିଲେ ଶ୍ରୀଲିଙ୍ଗରାଜ ମନ୍ଦିର । ରଥ ମହାଖଳା ପାଖରେ ବାଇକ ରଖି ପୂଜା ସାମଗ୍ରୀ କିଣିବା ଲାଗି ସ୍ୱାମୀ ଯାଉଥିଲେ । ହେଲେ ପତ୍ନୀ ତାଙ୍କ ସହ ଗଲେନାହିଁ । ସ୍ତ୍ରୀ ପାଖକୁ ଆସି ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ନଶୁଣି ମାନିନୀ ସ୍ୱାମୀଙ୍କୁ ଚା-ପୁ-ଡ଼ା ପରେ ଚା-ପୁ-ଡ଼ା ମା-ରିଚା-ଲିଲେ ।

କେବଳ ସେତିକି ନୁହଁ ଯୁବକଙ୍କ କହିବା ଅନୁସାରେ ସେ ତାଙ୍କ ପତ୍ନୀଙ୍କ ସହ ମନ୍ଦିରରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କ ଶ୍ବଶୁର ଘର ଲୋକ ସେଠାରେ ଉପସ୍ଥିତ ଥିଲେ । ଯୁବକ ଜଣଙ୍କ ଶାଶୁ, ଶ୍ବଶୁର, ଭିଣୋଇ, ଭଉଣୀ ସମସ୍ତେ ଥିଲେ । ଆଉ ସମସ୍ତଙ୍କ ଆଗରେ ତାଙ୍କ ପତ୍ନୀ ତାଙ୍କୁ ନି-ର୍ଦ୍ଧୁ-ମ ମା-ଡ଼ ମା-ରି ଚାଲିଥିଲେ । ପୋ-ଲି-ସ୍, ମନ୍ଦିର ସେବାୟତ ଆସି ସହଯୋଗ କରି ଯୁବକଙ୍କୁ ବଞ୍ଚାଇଥିଲେ । ଏହିଭଳି ଅଧ ଘଣ୍ଟାରୁ ଅଧିକ ସମୟ ଧରି ସେଠାରେ ଲାଗି ରହିଥିଲା ଡ୍ରାମା । ପରେ ସେଇ ସ୍ଥାନରେ ନିୟୋଜିତ ଥିବା ଜଣେ ମହିଳା ସୁର-କ୍ଷା କର୍ମୀ ଶ୍ରୀଲିଙ୍ଗରାଜ ଥା-ନାକୁ ଏକଥା ଜଣାଇଥିଲେ । ସମସ୍ତଙ୍କୁ ଶ୍ରୀଲିଙ୍ଗରାଜ ଥା-ନାକୁ ନିଆଯାଇଥିଲା ।

ଆଉ ଥା-ନା ଅଧିକାରୀ ଉଭୟ ପକ୍ଷର ଅଭିଭାବକଙ୍କୁ ଡକାଇ ଆଲୋଚନା କରିବା ପାଇଁ ଯୁବକଙ୍କ ପରିବାର ଲୋକଙ୍କୁ ଡକାଇଲେ । ତେବେ ଉକ୍ତ ଯୁବକଙ୍କ ବାପା ପହଞ୍ଚି ମିଡ଼ିଆ ସାମ୍ନାରେ ତାଙ୍କୁ ବୋହୂ ଷ-ଡଯ-ନ୍ତ୍ର କରି ମନ୍ଦିର ବାହାନାରେ ପୁଅକୁ ଆଣି ମା-ଡ଼ ମା-ରିଥି-ବା ଅଭି-ଯୋଗ କରିବା ସହିତ ତାଙ୍କର ବାହାଘରରେ ଯାହା ଖର୍ଚ୍ଚ ହୋଇଛି ତାର କ୍ଷ-ତି ପୂରଣ ମାଗିବା ସହିତ ଝିଅକୁ ଆଉ ଘରକୁ ନନେବା ପାଇଁ କହିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଘଟ-ଣାର କୌଣସି ନିଷ୍କର୍ସ ବାହାରିନଥିବାର ସୂଚନା ରହିଛି ।

Leave a Reply

Your email address will not be published. Required fields are marked *