ହେଲିକପ୍ଟର ଦୁର୍ଘ-ଟଣା ରେ ପ୍ରା-ଣ ହରାଇଲେ ଦୁଇ ଓଡ଼ିଆ ପାଇଲଟ।

ମୃ-ତ୍ୟୁ କେତେବେଳେ କେଉଁ ମୁହୂର୍ତ୍ତରେ ଆସିବ ତାହା କେହି କହିପାରିବେ ନାହିଁ।ଛତିଶଗଡ଼ର ରାଜଧାନୀ ରାୟପୁର ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦରରେ ଏକ ହେଲିକପ୍ଟର ଦୁର୍ଘ-ଟଣାଗ୍ରସ୍ତ ହୋଇଛି । ଗତକାଲି ରାତିରେ ରାୟପୁର ବିମାନ ବନ୍ଦରରେ ଗୋପାଳ ତାଙ୍କ ସାଥୀ ପାଇଲଟ କ୍ୟାପଟେନ ଏପି ଶ୍ରୀବାସ୍ତବଙ୍କ ସହ ହେଲିକପ୍ଟର ଅଭ୍ୟାସ ଉଡାଣ ପାଇଁ ବାହାରିଥିଲେ। ଏହି ସମୟରେ କୌଣସି କାରଣରୁ ହେଲିକପ୍ଟର ଟି ଖସି ଦୁର୍ଘ-ଟଣାଗ୍ରସ୍ତ ହୋଇଥିଲା। ଏଥିରେ ଉଭୟଙ୍କ ଘଟ-ଣାସ୍ଥ-ଳରେ ମୃ-ତ୍ଯୁ ହୋଇଯାଇଛି।ଏମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଥିବା କୁହାଯାଉଛି ।

ସେ ହେଉଛନ୍ତି ଗୋପାଳକୃଷ୍ଣ ପଣ୍ଡା । ତାଙ୍କ ଘର ସମ୍ବଲପୁରର ବାହାମ ବୋଲି ଜଣାପଡ଼ିଛି । ରାୟପୁର ବିମାନ ବନ୍ଦରରୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ହେଲିକପ୍ଟର ଭିଟି-ସିଏଚଜି ହେଲିକପ୍ଟରଟି ନିୟମିତ ଅଭ୍ୟାସ ଲାଗି ଉଡାଣ ଭରିଥିଲା ।ତେବେ କିଛି ସମୟ ପରେ ତାହା ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ରନୱେ ନିକଟରେ ଦୁର୍ଘ-ଟଣାଗ୍ରସ୍ତ ହୋଇଥିଲା । କୌଣସି ଯା-ନ୍ତ୍ରି-କ ତ୍ରୁ-ଟି ଯୋଗୁଁ ହେଲିକପ୍ଟରଟି କ୍ରା-ଶ ହୋଇଥିବା ଜଣାପଡ଼ିଛି ।

ହେଲିକପ୍ଟର ଉଡାଉଥିବା ଓଡ଼ିଆ ପାଇଲଟ୍ ଗୋପାଳ କୃଷ୍ଣ ପଣ୍ଡା ଓ କ୍ୟାପଟେନ୍ ଏପି ଶ୍ରୀବାସ୍ତବ ଏହି ଦୁର୍ଘ-ଟଣାରେ ପ୍ରା-ଣ ହରାଇଛନ୍ତି । ତେବେ ଦୁର୍ଘ-ଟଣାର ପ୍ରକୃତ କାରଣ ଖୋଜିବା ଲାଗି ଡିଜିସିଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।ଦିନକ ତଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ହେଲିକପ୍ଟରରେ ଯାତ୍ରା କରି ଫେରିଥିବା ଜଣାପଡ଼ିଛି ।

ଏହି ଦୁର୍ଘ-ଟଣା ପରେ ରାୟପୁର ଆସିବାକୁ ଥିବା ସମସ୍ତ ବିମାନକୁ ଦିନକ ପାଇଁ ବନ୍ଦ ରଖାଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟୁଇଟ୍ କରି ଦୁର୍ଘ-ଟଣା ସମ୍ପର୍କରେ ସୂଚନା ଦେବା ସହ ମୃ-ତ ଦୁଇ ପାଇଲଟଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।ତାଙ୍କ ବିୟୋଗରେ ସମ୍ବଲପୁରରେ ମଧ୍ଯ ଶୋ-କର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *