ପୁଣି ମାଡ଼ି ଆସିଲା ଆଉ ଏକ ନୂଆ ଭାଇରସ।୮୦ ରୁ ଉର୍ଦ୍ଧ୍ୱ ଶିଶୁ ‘ଟାମଟର ଫ୍ଲୁ’ରେ ଆ-କ୍ରା-ନ୍ତ।

କୋରନା ର ପ୍ରୋକପ ହ୍ରାସ ପାଇ ନାହିଁ। ଏହି କୋରନା ଭାଇରସ୍ ୨୦୧୯ ମସିହା ଠାରୁ ସାରା ବିଶ୍ୱ କୁ ନିଜ ଅଧୀନରେ ରଖିଛି। ଏହି କୋରନା ଲୋକମାନଙ୍କ ବଞ୍ଚିବା ଶୈଳୀ କୁ ଛାରଖାର କରିଦେଇଥିଲା। ଲୋକମାନଙ୍କୁ ନିଜ କାରାଗାର ରେ ରଖିବା ପାଇଁ କରୋନା ବାଧ୍ୟ କରିଦେଇଥିଲା। କିଏ ଖାଇବାକୁ ପାଇନଥିଲା ତ କିଏ ପୁଣି କୋରନା ରେ ଆ-କ୍ରା-ନ୍ତ ହୋଇ ପୋକ ମାଛି ପରି ମ-ରିଯାଉଥିଲା। କିନ୍ତୁ ଏହି କୋରନା ର ଲହର ନ ସରୁଣୁ ବର୍ତ୍ତମାନ ପୁଣି ଥରେ ଏହାର ନୂଆ ଭାଇରସ ହଇଚଇ ସୃଷ୍ଟି କରିବା ଆରମ୍ଭ କଲାଣି।ଟମାଟର ଫ୍ଲୁ’ ନାମକ ଏକ ରୋଗ ପୁଣି ଥରେ ଚିନ୍ତା ବଢ଼ାଇଛି।

ଗୋଟିଏ ସମସ୍ୟା ଦୂର ହବାର ନାଁ ଧରୁ ନାହିଁ, କିନ୍ତୁ ପୃଥିବୀ ଉପରେ ସମସ୍ୟା ଉପରେ ସମସ୍ୟା ବଢିଚାଲିଛି।ଏପର୍ଯ୍ୟନ୍ତ ୮୦ରୁ ଅଧିକ ପିଲା ଏହି ରୋଗ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଛୋଟ ପିଲାମାନେ ଏହାର ଅଧିକ ଶି-କା-ର ହେଉଛନ୍ତି।ତେବେ ଏହା ଭାଇରାଲ ଫିବର, ଚିକନଗୁନିଆ କିମ୍ୱା ଡେଙ୍ଗୁର ସାଇଡ ଇଫେକ୍ଟ ବୋଲି ଅନୁମାନ କରାଯାଉଛି।ତେବେ ଏହି ରୋଗ କେବଳ କେରଳର କେତେକ ଅଞ୍ଚଳରେ ଦେଖିବାକୁ ମିଳିଛି।

‘ଟାମଟର ଫ୍ଲୁ’ ହେଉଛି ଏକ ପ୍ରକାର ଜ୍ୱର। ବର୍ତ୍ତମାନ କେରଳରେ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କଠାରେ ଏହା ଦେଖିବାକୁ ମିଳିଛି। ଏହା ସଂକ୍ର-ମିତ ପିଲାମାନଙ୍କ ଶରୀରରେ ଘା ’ଏବଂ ଫୁଲା ସୃଷ୍ଟି କରିଥାଏ। ତେବେ ଏହା ଲାଲ ରଙ୍ଗର ହୋଇଥିବାରୁ ଏହାକୁ ‘ଟାମଟର ଫ୍ଲୁ’ କୁହାଯାଏ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଉଛି ଲାଲ୍ ଦାଗ ଏବଂ ଫୁଲା।

ଏହା ରୋଗୀର ଚର୍ମରେ ସଂକ୍ର-ମଣ କରିଥାଏ। ସଂକ୍ରମିତ ହେବା ପରେ ଜ୍ୱର, ଶରୀରରେ ଯ-ନ୍ତ୍ର-ଣା, ଫୁଲା ଗଣ୍ଠି, ଥକାପଣ, ପେଟରେ ଥକାପଣ, ବାନ୍ତି, ଝାଡା, କାଶ, ଛିଙ୍କ, ନାକରୁ ପାଣି ବାହାରିବା ପରି ସମସ୍ୟା ଆଦି ଦେଖା ଦେଇଥାଏ।ଆ-କ୍ରା-ନ୍ତ ଶରୀରରେ ଜୋର୍ ରେ ଜ୍ଵର ହେବା ସହ ଗୋଡ ଘୋଳା ବିନ୍ଧା ଏବଂ ଆଣ୍ଠୁ ଗଣ୍ଠି ଫୁଲିବା ଭଳି ଲକ୍ଷଣ ଦେଖା ଯାଉଛି । ଏହା ବ୍ୟତୀତ ମଧ୍ୟ ଛୋଟ ଛୁଆ ଙ୍କ ଶରୀର ରେ ଆଲର୍ଜି ଭଳି ଲକ୍ଷଣ ରହିଛି ।ତେବେ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆ ନ ଗଲେ ସଂକ୍ରମଣ ବିସ୍ତାର ହୋଇପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *