ଜୀବନ ଯୁ-ଦ୍ଧରେ ନିରୁପମା,ନିଜ ସ୍ତ୍ରୀର ଜୀବନ ର-କ୍ଷା କରିବା ପାଇଁ ସ୍ଵାମୀ ମାଗୁଚି ସହାୟତା ର ଭିକ୍ଷା।

ହସଖୁସିରେ ଚାଲିଥିଲା ଜୀବନ,ମାତ୍ର ହଠାତ୍ ମାଡ଼ି ଆସିଲା ଦୁଃ-ଖର କରାଳ ଛାୟା।ତେବେ ଘଟ-ଣାଟି ହେଉଛି ଅନୁଗୁଳ ତାଳଚେର ର ଦମ୍ପତି ତୁଷାର ଓ ନିରୁପମାଙ୍କ କଥା। ମୃ-ତ୍ୟୁ ସହ ଲଢ଼ୁଛନ୍ତି ନିରୁପମା।ତେବେ ତିନି ବର୍ଷ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦମ୍ପତି। ଦୁଇ ବର୍ଷ ହେବ ବ୍ରେନଷ୍ଟୋକ୍ ରେ ପୀ-ଡ଼ି-ତ ହୋଇ ଜୀବନ ଯୁ-ଦ୍ଧ ରେ ଲଢ଼ୁଛନ୍ତି ସ୍ତ୍ରୀ ନିରୁପମା।ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ନିରୁପମାଙ୍କୁ ବଞ୍ଚାଇବା ପାଇଁ ସ୍ଵାମୀ କରୁଛନ୍ତି ସଂ-ଘ-ର୍ଷ।

ନିଜେ ରଖିଥିବା ଟଙ୍କା ସବୁକୁ ନିରୁପମା ଙ୍କ ପାଇଁ ଖର୍ଚ୍ଚ କରିବା ପରେ ଏବେ ରାଜ୍ୟବାସୀଙ୍କୁ ମାଗିଛନ୍ତି ସହାୟତା ର ହାତ।ତେବେ ଦୁଃ-ଖରେ ଭାଙ୍ଗି ପଡିଛନ୍ତି ତୁଷାର,ଏମିତି ସମୟ ଆସିବ କେବେ ଭାବି ନଥିଲେ।ନିଜର ପୁରୁଣା ଦିନର ସ୍ମୃତି କୁ ସ୍ତ୍ରୀ ନିରୁପମାଙ୍କୁ ଦେଖାଉଛନ୍ତି।

ତେବେ ସେ କହିଛନ୍ତି ଯେ କଥାରେ ଅଛି କଟା ଘା ଦେଖାଇ ହୁଏ ନାହିଁ କି କହି ହୁଏ ନାହିଁ, ସେହିଭଳି ତାଙ୍କ ମନର ଦୁଃ-ଖ କୁ ସେ ପ୍ରକାଶ କରି ପାରୁ ନାହାଁନ୍ତି।ତାଙ୍କୁ ସାହାଯ୍ୟ କରିବା ପାଇଁ ବି କେହି ନାହାନ୍ତି କି ସେମିତି ଅର୍ଥ ସମ୍ବଳ ନାହିଁ।ତେବେ ୨୦୧୭ ରେ ତୁଷାର ଓ ନିରୁପମା ଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ।୨୦୧୯ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦମ୍ପତି,ମାତ୍ର ତାଙ୍କ ଖୁସିର ସଂସାର ପାଣି ଫୋଟକା ଭଳି ଫା-ଟିଗଲା।

ବ୍ରେନଷ୍ଟୋକ୍ ହେବା ଠାରୁ ବେଡ ରେ ପଢ଼ିଛନ୍ତି ନିରୁପମା ଓ ସବୁକିଛି ବୁଝିଛନ୍ତି କେୟାର ଟେକର ସସ୍ମିତା।ତେବେ ଆପଣ ମାନଙ୍କ ସାହାଯ୍ୟ ପୁଣିଥରେ ନିରୂପମାଙ୍କ ଜୀବନରେ ଖୁସି ଆଣି ଦେଇ ପାରିବ।ଯଦି କୌଣସି ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଇବା ପାଇଁ ଚାହୁଁଛନ୍ତି ତାହେଲେ ୯୯୮୭୪୬୬୧୦୨ ନମ୍ବର ରେ କଲ୍ କରି ଯୋଗାଯୋଗ କରନ୍ତୁ।

Leave a Reply

Your email address will not be published. Required fields are marked *