ଅମିତାଭ – ଧର୍ମେନ୍ଦ୍ରଙ୍କ ଠୁ ଅକ୍ଷୟ – ଶାହରୁଖ ପର୍ଯ୍ୟନ୍ତ,’ରାମାୟଣ’ ର ‘ମନ୍ଥରା’ ଏହି ମାମଲାରେ ଅଛି ସବୁ ମହାନ କଳାକାରମାଙ୍କ ଆଗରେ ।

‘ରାମାୟଣ’ ର ମନ୍ଥରାଙ୍କ ନାମ ସାମିଲ୍ ଅଛି ଏହି ସର୍ବୋତ୍ତମ ରେକର୍ଡରେ,ଅମିତାଭ – ଧର୍ମେନ୍ଦ୍ରଙ୍କ ଭଳି ମହାନ ଅଭିନେତା ମଧ୍ୟ ଭାଙ୍ଗିପାରିଲେ ନାହିଁ

ହିନ୍ଦୀ ସିନେମାରେ ପ୍ରାୟତଃ ଅନେକ ରେକର୍ଡ ବନିଥାଏ ଆଉ ଅନେକ ରେକର୍ଡ ଭାଙ୍ଗିବି ଥାଏ । ବଲିଉଡରେ ପ୍ରାୟତଃ କଳାକାର ଭିନ୍ନ ଭିନ୍ନ ପ୍ରକାରର ରେକର୍ଡ ବନେଇଥାନ୍ତି । କିଛି ରେକର୍ଡ଼ ଏମିତି ହୋଇଥାଏ ଯାହାକୁ ବନେଇବା ରେ ଦଶକ ଲାଗିଯାଏ ଆଉ କିଛି ରେକର୍ଡ଼ ଅଜିଯାଏଁ ଭାଙ୍ଗିନାହିଁ । ହିନ୍ଦୀ ସିନେମାର ମହାନ ଅଭିନେତ୍ରୀ ଲଲିତା ପୱାରଙ୍କ ନାମ ମଧ୍ୟ ଗୋଟିଏ ଖାସ ଆଉ ବଡ଼ ରେକର୍ଡ କରିଛି ।

ଲଲିତା ପୱାର ହିନ୍ଦୀ ସିନେମାର ଅନେକ ଫିଲ୍ମରେ କାମ କରିଥିଲେ । ସେ ଐତିହାସିକ ଧାରାବାହିକ ‘ରାମାୟଣ’ ରେ ‘ମନ୍ଥରା’ ର ଭୂମିକା ରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇଥିଲେ । ହିନ୍ଦୀ ସିନେମା ସହିତ ସେ ମରାଠୀ ଆଉ ଗୁଜୁରାତି ଫିଲ୍ମରେ ମଧ୍ୟ କାମ କରିଥିଲେ । ତାଙ୍କର ଫିଲ୍ମୀ କ୍ୟାରିଅର ବହୁତ ଲମ୍ବା ରହିଲା ଏବଂ ସେ ୭୦୦ ରୁ ଅଧିକ ଫିଲ୍ମ ରେ କାମ କରିଥିଲେ ।

ଲଲିତା ପୱାର ୭୦୦ରୁ ବି ଅଧିକ ଫିଲ୍ମ ରେ କାମ କରିକି ନିଜ ନାଁରେ ଗୋଟିଏ ଖାସ ଏବଂ ବଡ଼ ରେକର୍ଡ଼ ଦର୍ଜ କରିଥିଲେ । ଆସନ୍ତୁ ଆପଣଙ୍କୁ କହିରଖୁଛୁ କି ତାଙ୍କ ପରେ ବଲିଉଡରେ ସବୁଠୁ ଅଧିକ ଫିଲ୍ମ ରେ କାମ କରିଥିବା କିଛି କଳାକାର ମାନଙ୍କ ନାମ ।

ଶକ୍ତି କପୁର (Shakti Kapoor)…

ହିନ୍ଦୀ ସିନେମାର ପ୍ରସିଦ୍ଧ କଳାକାର ଶକ୍ତି କପୁର (Shakti Kapoor) ବହୁତ ସାରା ଫିଲ୍ମରେ କାମ କରିଛନ୍ତି । ଶକ୍ତି କପୁରଙ୍କର ନକାରାତ୍ମକ ଏବଂ ସକାରାତ୍ମକ ଉଭୟ ଭୂମିକାକୁ ବହୁତ ପସନ୍ଦ କରାଯାଇଛି । ଏହି ଶୁଚି ରେ ଶକ୍ତିଙ୍କ ନାଁ ଦ୍ୱିତୀୟ ନମ୍ବରରେ ଆସିଛି । କହିରଖୁଛୁ କି ଲଲିତା ପୱାରଙ୍କ ପରି ଶକ୍ତି ମଧ୍ୟ ୭୦୦ ରୁ ଅଧିକ ଫିଲ୍ମ ରେ କାମ କରିଛନ୍ତି ।

ଅନୁପମ ଖେର୍ (Anupam Kher)…

ଅନୁପମ ଖେର (Anupam Kher)ଙ୍କ ଗଣତି ହିନ୍ଦୀ ସିନେମାର ମହାନ ଅଭିନେତା ମାନଙ୍କ ମଧ୍ୟରେ ହୋଇଥାଏ । ନିକଟରେ ଆସିଥିବା ବ୍ଲକବଷ୍ଟର୍ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ଠୁ ଅନୁପମ ଖେର ବହୁତ ତାରିଫ ହାସଲ କରିଥିଲେ । କହିରଖୁଛୁ କି ଅନୁପମ ଖେର ୧୯୮୪ ମସିହାରେ ଆସିଥିବା ଫିଲ୍ମ ‘ସାରାଂଶ’ ଠୁ ତାଙ୍କ କ୍ୟାରିଅରର ଆରମ୍ଭ ହୋଇଥିଲା ଆଉ ସେ ୩୮ ବର୍ଷର କ୍ୟାରିଅର ରେ ୫୦୦ ରୁ ଅଧିକ ଫିଲ୍ମ ରେ କାମ କରିସାରିଛନ୍ତି ।

ଅରୁଣା ଇରାନି (Aruna Irani)

ଅରୁଣା ଇରାନି (Aruna Irani) ହେଉଛନ୍ତି ହିନ୍ଦୀ ସିନେମାର ବହୁତ ଲୋକପ୍ରିୟ ଅଭିନେତ୍ରୀ । ବଲିଉଡ ରେ ସାଇଡ ଅବା ସହାୟକ ରୋଲ୍ ପ୍ଲେ କରି ଅରୁଣା ଇରାନୀ ବଡ଼ ଏବଂ ଖାସ ଜାଗା ହାସଲ କରିଛନ୍ତି । ହିନ୍ଦୀ ସିନେମାର ସବୁଠୁ ଅଧିକ ଫିଲନ କରିବା ମାମଲାରେ ଅରୁଣା ଇରାନିଙ୍କ ନାଁ ମଧ୍ୟ ସାମିଲ ଅଛି । କହିରଖୁଛୁ କି ଅରୁଣା ୫୦୦ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ସେ କେତେବେଳେ ସକରାତ୍ମକ ଭୂମିକା ରେ ଅଭିନୟ କରନ୍ତି ତ କେବେ ‘ମା’ ହୋଇଥାନ୍ତି ତ ପୁଣି କେବେ ନକରାତ୍ମକ ଭୂମିକାରେ ଅଭିନୟ କରନ୍ତି । ସେ ଖଲନାୟୀକା ମଧ୍ୟ ବନିଛନ୍ତି ।

ଏଥିସହିତ ଆପଣଙ୍କୁ କହିରଖୁଛୁ କି ହିନ୍ଦୀ ସିନେମାର ଅମରିସ ପୁରି (Amrish Puri),ଓମପୁରି (Ompuri),ଶ୍ରୀଦେବୀ (Sridevi),ଧର୍ମେନ୍ଦ୍ର(Dharmendra),କାଦର ଖାନ (Kader Khan) ଏବଂ ମିଥୁନ ଚକ୍ରବର୍ତ୍ତୀ (Mithun Chakraborty) ପରି ମହାନ କଳାକାରମାନେ ୩୦୦ ରୁ ୪୦୦ ଫିଲ୍ମ କରିଛନ୍ତି ।

ସୂଚନାଯୋଗ୍ୟ ଯେ ‘ସଦି କେ ମହାନାୟକ’ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଶାହାରୁଖ ଖାନ, ଅଜୟ ଦେବଗନ, ସଲମାନ ଖାନ, ଆମୀର ଖାନ, ସଞ୍ଜୟ ଦତ୍ତ, ସନ୍ନି ଦେଓଲ, ଜ୍ୟାକି ଶ୍ରଫ, ଅନିଲ କପୁରଙ୍କ ଭଳି ବଡ-ବଡ଼ ତାରକାଙ୍କ ନାମ ଏହି ତାଲିକାରେ ଦୂର-ଦୂର ପର୍ଯ୍ୟନ୍ତ ନାହିଁ।

Leave a Reply

Your email address will not be published. Required fields are marked *