ସତ ହେବାକୁ ଯାଉଛି କିନ୍ନର ବଳରାମଙ୍କ ଅଧୁରା ସ୍ବପ୍ନ । ତାଙ୍କ ଭଉଣୀ ଲକ୍ଷ୍ମୀ ର ବାହାଘର ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କାହା ସହ ହେବ ଲକ୍ଷ୍ମୀଙ୍କ ବାହାଘର ।

ଭଉଣୀର ନିର୍ବନ୍ଧ ଦିନରେ ଉଠିଥିଲା ବଳରାମ ରାଉତଙ୍କ କୋକେଇ । ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ଜୀବନ ହାରିିଥିବା ନିମାପଡା ବ୍ଲକ ଗଡଇଟା ପୋଖରୀ ଗାଁର କିନ୍ନର ବଳରାମ ରାଉତଙ୍କ ଦୁଃ-ଖ-ଦ କାହାଣୀ ଏବେ ସାମ୍ନାକୁ ଆସିଛି । ରବିବାର ଭଉଣୀର ନିର୍ବନ୍ଧ ପାଇଁ ହସଖୁସିର ପରିବେଶ ଭିତରେ ଆସିଥିଲା ବଳରାମଙ୍କ ମୃ-ତ୍ୟୁ ଖବର । ଏହା ଶୁଣିବା ପରେ ଗଡଇଟା ପୋଖରୀ ଗାଁରେ ଶୋ-କର ଲହରି ଖେଳିଯାଇଛି । ଭଉଣୀ ବିବାହରେ ୧ ଲକ୍ଷ ଟଙ୍କା ଦେବ କହି ଘରୁ ଗୋଡ କାଢିଥିବା ବଳରାମଙ୍କ ଆ-ତ୍ମହ-ତ୍ୟା ଖବରକୁ ଏପର୍ଯ୍ୟନ୍ତ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ।

ବଳରାମ ରାଉତ କାହିଁକି ଆ-ତ୍ମହ-ତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।  ଆ-ତ୍ମହ-ତ୍ୟା କରିବା ପାଇଁ ଶ୍ରମନ୍ଦିରକୁ କାହିଁକି ଗଲେ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ । କୋଠସାହି ଗ୍ରାମର ଏହି ଅରକ୍ଷିତ ରାଉତଙ୍କ ରୋଜଗାରିଆ କିନ୍ନର ବଳରାମ ରାଉତ । ଗତ ଦୁଇ ଦିନ ତଳୁ ସେ ପୁରୀ ଯାଇଥିଲେ ଏହା କହି ଯେ ନାଚିବେ ଟଙ୍କା ରୋଜଗାର କରିବେ ଆଉ ସେହି ଟଙ୍କାରେ ଉଭଣୀର ପାଲଙ୍କି ଉଠିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ

ହେଲେ ବର୍ତମାନ ସମୟରେ ନିଜ ପୁଅ ଓ ଭାଇ କୁ ହରାଇ ସର୍ବ ହରା ହୋଇଯାଇଛନ୍ତି ବିଧବା ମା ଓ ଭଉଣୀ ଲକ୍ଷ୍ମୀ ଓ ଭାଇ । ବର୍ତ୍ତମାନ ବଳରାମ ଙ୍କୁ ହରାଇ ତାଙ୍କର ପରିବାର ପୁରା ତଳି ତଳାନ୍ତ ହୋଇ ଯାଇଛି । ତେବେ ନିଜ ପରିବାରର ଚିନ୍ତା କୁ ନେଇ ସେ ସବୁବେଳେ ମାନ-ସିକ ସ୍ତରରେ ବି-ଷା-ଦରେ ରହୁଥିଲେ । ବିଶେଷ କରି ତାଙ୍କ ଭଉଣୀର ବାହାଘରକୁ ନେଇ ବୋଧ ହୁଏ । ହେଲେ ଏବେ ତାଙ୍କର ସେଇ ଅଧୁରା ସ୍ବପ୍ନ ମଧ୍ୟ ପୂରଣ ହେବାକୁ ଯାଉଛି ।

ଯେଉଁ ଭଉଣୀର ନିର୍ବନ୍ଧ ଦିନ ସେ ଆ-ତ୍ମହ-ତ୍ୟା କରିଥିଲେ ଆଜି ସେଇ ଭଉଣୀ ହାତକୁ ଦି ହାତ ହେବ ତାହା ପୁଣି ସେଇ ପୁଅକୁ ଯାହା ସହ ତାର ନି-ର୍ବ-ନ୍ଧ ହୋଇଥିଲା । କାକଟପୁର ଥା-ନା କପାସାହିର ଅଲେଖ କାଣ୍ଡି ବିବାହ କରିବେ ଲକ୍ଷ୍ମୀଙ୍କୁ । ଆଲେଖଙ୍କ କହିବା କଥା ତାଙ୍କର କିଛି ଦରକାର ନାହିଁ । ଟଙ୍କା ପଇସା ସୁନା ଗହଣା କିଛି ନନେଇ ବିନା ଯୌ-ତୁ-କରେ ସେ ଲକ୍ଷ୍ମୀଙ୍କୁ ବୋହୂ କରି ନିଜ ଘରକୁ ନେଇଯିବେ । ହୁଏତ ଏସବୁ ଦେଖି ଉପରେ ଥିବା କି-ନ୍ନ-ର ବଳରାମ ଖୁସିରେ ହେବେ ଓ ନିଜ ଭଉଣୀକୁ ଆଶି-ର୍ବାଦ କରିବେ ।

Leave a Reply

Your email address will not be published. Required fields are marked *