ମାତ୍ର ୫୦ ହଜାର ଟଙ୍କା ବିନିଯୋଗ କରି ଆରମ୍ଭ କରନ୍ତୁ ଏହି ବ୍ୟବସାୟ , ପ୍ରବଳ ମାତ୍ରାରେ ହେବ ରୋଜଗାର, ସରକାର ଦେଉଛନ୍ତି ସବସିଡି

ପ୍ରତ୍ୟକ ଲୋକଙ୍କର ନିଜର ଏକ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଥାଏ। କିଛି ଲୋକଙ୍କର ଇଛା ନଥିଲେ ମଧ୍ୟ ବାଧ୍ୟ ହୋଇ ଚାକିରୀ କରନ୍ତି। ବୋଧହୁଏ ଆପଣଙ୍କ ସହିତ ମଧ୍ୟ ଏପରି ହୋଇଥାଇ ପାରେ। ଯଦି ଆପଣ ଏକ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ କମ ବିନିଯୋଗରେ କିପରି ଏକ ବ୍ୟବସାୟ ଆରମ୍ଭ କରିପାରିବେ ସେ ବିଷୟରେ କହିବୁ।

50 ହଜାରରେ ଆରମ୍ଭ ହେବ ଏହି ବ୍ୟବସାୟ।

ଏହି ବ୍ୟବସାୟରେ ମଧ୍ୟ ଆପଣଙ୍କୁ ବହୁତ ଲାଭ ହେବ। ଆମେ ଯେଉଁ ବ୍ୟବସାୟ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି LED ବଲବ ତିଆରି ବ୍ୟବସାୟ। ଯଦି ସ୍ଥାନ କମ ଅଛି ତେବେ ଆପଣ ଏହାକୁ ଘରେ ଆରମ୍ଭ କରିପାରିବେ। ଏହା 50 ହଜାର ଟଙ୍କାରେ ଆରମ୍ଭ କରାଯାଇପାରିବ।

ସବସିଡ଼ି ମଧ୍ୟ ଦିଅନ୍ତି ସରକାର।

ସରକାରଙ୍କ ତରଫରୁ ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ସବସିଡ଼ି ମଧ୍ୟ ମିଳୁଛି। ଏଥିରେ ଆପଣଙ୍କୁ ଅଧିକ ରୁ ଅଧିକ 50 ହଜାର ଟଙ୍କା ବିନିଯୋଗ କରିବାକୁ ପଡିବ।

ପ୍ରତିଦିନ ହେବ ଏତେ ଟଙ୍କାର ରୋଜଗାର।

ଏକ ଏଲଇଡି ବଲବ ତିଆରି କରିବା ପାଇଁ ଅଧିକ ରୁ ଅଧିକ 40- 50 ଟଙ୍କା ଖର୍ଚ୍ଚ ହୁଏ। ବଜାରରେ ଏହି ବଲବକୁ ସହଜରେ 80ରୁ 100 ଟଙ୍କା ଭିତରେ ବିକ୍ରି କରାଯାଇପାରିବ। ଆପଣ ଏହି କାମକୁ ଛୋଟ ସ୍ତରରେ ଆରମ୍ଭ କରିଛନ୍ତି। ସେଥିପାଇଁ ମାନିନିଅନ୍ତୁ ଯଦି ଆପଣ ଗୋଟେ ଦିନରେ 100ଟା ବଲବ ତିଆରି କରନ୍ତି ତେବେ ସେଥିରୁ ଆପଣଙ୍କୁ 4 ରୁ 5 ହଜାର ଟଙ୍କା ରୋଜାଗାର କରିପାରିବେ।

କମ୍ପାନୀ ଗୁଡିକ ଦିଅନ୍ତି ଟ୍ରେନିଂ।

ଏଲଇଡି ବଲବ କିପରି ତିଆରି ହେବ ସେଥିପାଇଁ ମାନ୍ୟତା ପ୍ରାପ୍ତ ଅନେକ କମ୍ପାନୀ ଏଥିପାଇଁ ଟ୍ରେନିଙ୍ଗ ଦେଉଅଛି। ଏହି ଟ୍ରେନିଙ୍ଗ ରେ ପ୍ରାକ୍ଟିକାଲ ଏବଂ ଥିଓରି ଉଭୟର ସୂଚନା ଦିଆଯାଇଥାଏ।

ଲଗାତାର ବଢ଼ୁଅଛି ଡିମାଣ୍ଡ।

ଏଲଇଡି ବଲବର ଡିମାଣ୍ଡ ସହର ଏବଂ ଗାଁରେ ଦିନକୁ ଦିନ ବଢ଼ିବାରେ ଲାଗୁଛି। ଏହି ବଲବ ର ଆଲୋକ ବହୁତ ଭଲ ହୋଇଥାଏ ଏବଂ ବିଜୁଳି ଖର୍ଚ୍ଚ ମଧ୍ୟ କମ ଆସିଥାଏ। ପ୍ଲାଷ୍ଟିକରେ ଏହି ବଲବ ତିଆରି ହେଉଥିବାରୁ ଏହା ବହୁତ ଦିନ ଧରି ଚାଲିଥାଏ।

Leave a Reply

Your email address will not be published. Required fields are marked *