“ବାପାବୋଉ ମୋତେ କ୍ଷମା କରିଦେବ” , ଯୌତୁକ ମା-ମ-ଲାରେ ପ୍ରାଣ ହରାଇଲେ ରାହୁଲ

ବାପା ମା ମୁ ତୁମର ଦୋ-ଷୀ ଅଟେ । କିନ୍ତୁ ମୁଁ ଆପଣମାନଙ୍କୁ ଏମିତି ପରିସ୍ଥିତିରେ ଦେଖି ପାରିବି ନାହିଁ । ମୁଁ ଜାଣିଛି ବାପା ମା ମୁ ଗଲା ପରେ ଆପଣ ଭାବିବେ କି ମୁ ଆପଣମାନଙ୍କୁ ଏକା ଛାଡି ଚାଲି ଗଲି ।ସତ କହୁଛି ମୋ ପାଖରେ ଆଉ କିଛି ବାଟ ନାହିଁ। ମୁଁ ଜାଣିଛି ବାପା ମା ମୁ ଯେତେ ଦିନ ସେଠି ରହିବି ଆପଣମାନେ ଦେଖିବେ ମୋତେ ହେଲେ କିଛି କହିବେନି ଆଉ ମୁଁ ସେମିତି ଜମା ଚାହୁଁ ନାହିଁ ବାପା ମା। ଘରେ ଆପଣ ମାନଙ୍କର ଧ୍ୟାନ ରଖିବା ପାଇଁ ସମସ୍ତେ ଅଛନ୍ତି । ମୋ ଦୁଇ ଭାଇ ଅଛନ୍ତି ସେମାନେ ଆପଣଙ୍କର ଭଲରେ ଦେଖା ଶୁଣା କରିବେ । ଆପଣଙ୍କର ସବୁ କଥା ବୁଝିବେ,ମୁଁ ସେମାନଙ୍କୁ ବହୁତ ଭଲ ପାଏ।

ମୁଁ ଜାଣେ ମୁ ଗଲାପରେ ଆପଣମାନେ ବହୁତ କଷ୍ଟ ପାଇବେ। ହେଲେ 6 ମାସ ବର୍ଷେ ପରେ ଧିରେ ଧିରେ ସବୁ ଠିକ୍ ହେଇଯିବ । ଆପଣ ବି ତ ଭଲ ସେ ଜାଣିଛନ୍ତି କି ମୁଁ ବର୍ଷା ଓ ମୋ ପିଲାଙ୍କୁ କେତେ ଭଲ ପାଏ ।ତାଙ୍କୁ ଛାଡି ରହିବା ବହୁତ କଷ୍ଟ ମୋ ପାଇଁ । ସେମାନେ ମୋତେ ମୋ ସହିତ ଯାହା କରୁଥିଲେ ସେଟା ତ ସହିଯାଇଥିଲି ,ହେଲେ ସେମାନେ ତୁମ ସହିତ ବି ସେୟା କଲେ ଯାହା ମୋ ପାଇଁ ବହୁତ କଷ୍ଟ ଦେଇଥିଲା ।

ମୋତେ ଆପଣ ମାନେ କ୍ଷମା କରି ଦେବେ । ମୁଁ ଆପଣ ସମସ୍ତଙ୍କର ଦୋ-ଷୀ । ଏମିତି କହି ସମସ୍ତକୁ କ୍ଷମା ମାଗିଛନ୍ତି। ରାଉରକେଲା ର ରହୁଥିବା ରାହୁଲ ଅଗ୍ରୱାଲ ଜାମସେଦପୁର ରେ ଆ-ତ୍ମହ-ତ୍ୟା କରିଛନ୍ତି। ମିଛ ଯୌ-ତୁ-କ ମା-ମ-ଲାରେ ତାଙ୍କର ମୃ-ତ୍ୟୁ ହେଇଚି ବୋଲି ସେ କହିଛନ୍ତି। ଯାହାର ଖବର ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *