48 ବର୍ଷ ବୟସରେ, ମଲାଇକା ପ୍ରକାଶ କାଳେ ଅର୍ଜୁନଙ୍କ ସହ ଥିବା ତାଙ୍କର ବିବାହ କରିବାର ଇଚ୍ଛା, କହିଲେ – ମୁଁ ତାଙ୍କ ସହ ବୁଢ଼ୀ ହେବାକୁ ଚାହୁଁଛି |

ହିନ୍ଦୀ ସିନେମା ଜଗତର ଦୁଇଜଣ ଜଣାଶୁଣା କଳାକାର ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କ ମଧ୍ୟରେ ସମ୍ପର୍କ କାହାଠାରୁ ଲୁଚି ନାହିଁ | ଉଭୟ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ଉଭୟ ଖୋଲାଖୋଲି ଭାବରେ ପରସ୍ପର ଉପରେ ପ୍ରେମ ବର୍ଷା କରୁଥିବାର ମଧ୍ୟ ନଜର ଆସନ୍ତି | ଉଭୟଙ୍କ ଯୋଡି ବହୁତ ଲୋକପ୍ରିୟ ଏବଂ ଚର୍ଚ୍ଚିତ ଅଟେ |

48 ବର୍ଷିୟ ମଲାଇକା ଆରୋରା ଏବଂ 36 ବର୍ଷିୟ ଅର୍ଜୁନ କପୁରଙ୍କ ସମ୍ପର୍କ ସମୟ ସହିତ ମଜବୁତ ହେବାରେ ଲାଗିଛି ଏବଂ ସେମାନଙ୍କ ପ୍ରେମ ମଧ୍ୟ ଅତି ମାତ୍ରାରେ ବଢିବାକୁ ଲାଗିଛି | ଏପର୍ଯ୍ୟନ୍ତ ଏହି ଦମ୍ପତିଙ୍କ ବିବାହ ବିଷୟରେ ମଧ୍ୟ ଅନେକ ଥର ଆଲୋଚନା ହୋଇସାରିଛି | ଉଭୟ କହିଛନ୍ତି ଯେ ସେମାନେ ବିବାହ କରିବେ, ଯଦିଓ ଏହି ଦୁଇଜଣ ବାହାଘଟ କେବେ ହେବ ତାହାର କିଛି ସୂଚନା ଏପର୍ଯ୍ୟନ୍ତ ଦେଇନାହାନ୍ତି ଏବଂ ତାଙ୍କ ବିବାହ କେବେ ହେବ ତାହା ବି କେବଳ ତାଙ୍କୁ ହିଁ ଜଣା ଥିବ |

ପ୍ରାୟତଃ ସୋସିଆଲ ମିଡିଆରେ ଉଭୟେ ପରସ୍ପରଙ୍କ ପାଇଁ ପ୍ରେମ ବର୍ଷା କରୁଥିବାର ଦେଖିବାକୁ ମିଳନ୍ତି | ଉଭୟେ ଅନେକ ଥର ନିଜ ସାକ୍ଷାତକାରରେ ପରସ୍ପର ବିଷୟରେ ମଧ୍ୟ କରିଛନ୍ତି ଏବଂ ଗୋଟେ ଥର ପୁଣି ମଲାଇକା ତାଙ୍କ ସାକ୍ଷାତକାରରେ ବହୁତ କିଛି କହିଦେଇଛନ୍ତି | ସେ ଏହା ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଅର୍ଜୁନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି | ଏହି ନିକଟରେ ହିଁ ସେ ଅର୍ଜୁନ କପୁରଙ୍କ ସହ ତାଙ୍କ ବିବାହ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି |

ଅଭିନେତ୍ରୀ ନିକଟରେ ଏକ ସାକ୍ଷାତକାର୍ ରେ କହିଛନ୍ତି କି,” ସେମାନେ ଦୁହେଁ ତାଙ୍କ ସମ୍ପର୍କକୁ ଭବିଷ୍ୟତ ପାଇଁ ଦେଖୁଛନ୍ତି । ସେ ଅର୍ଜୁନ କପୁରଙ୍କୁ ନିଜ ପାଇଁ ସବୁଠୁ ଠିକ ଲୋକ ମାନୁଛନ୍ତି ଆଉ ସେ ପ୍ରାୟତ ତାଙ୍କ ସମ୍ପର୍କକୁ ଗୋଟିଏ ନାମ ଦେବାକୁ ଚାହିଁଛନ୍ତି । ସବୁଠୁ ଜରୁରୀ କଥା ଏହା ହେଉଛି କି,ଆମେ ଜାଣିଛୁ କି ଆମେ ପରସ୍ପର ସହିତ ଖୁସି ଅଛୁ ଆଉ ଭବିଷ୍ୟତକୁ ମଧ୍ୟ ଖୁସି ରହିବୁ ତେବେ ଆପଣ ସବୁକିଛି ବୁଝିପାରୁଛନ୍ତି” ।

ନିଜ ସାକ୍ଷାତକାର୍ ରେ ଅଭିନେତ୍ରୀ ଆଗକୁ କହିଛନ୍ତି କି,” ମୋତେ ଲାଗୁଚି କି ଆମ ସମ୍ପର୍କ ଏମିତି ଏକ ଜାଗାରେ ଅଛି ଯାହାକୁ ଆମେ ତାକୁ ଆଗକୁ ନେଇପାରିବୁ । ଆମେ ବହୁତ ଜିନିଷ ଉପରେ ଚର୍ଚ୍ଚା କରୁଛୁ । ଆମେ ଗୋଟିଏ ହିଁ ସ୍ତରରେ ଅଛୁ । ପରସ୍ପର ଭାବନା ଆଉ ବିଚାର ସହିତ । ଆମେ ସତରେ ପରସ୍ପରକୁ ଭଲପାଉଛୁ ଆଉ ଅନେକ ଜିନିଷ ଅଲଗା ମଧ୍ୟ ଅଛି”

ମଲାଇକା ଆରୋରା ତାଙ୍କ କଥା ଜାରି ରଖି ଆଗକୁ କହିଛନ୍ତି କି,”ଆମେ ଏହା ବିଷୟରେ ହସୁ ଆଉ ମଜାକ କରୁଛୁ, କିନ୍ତୁ ଆମେ ଏହାକୁ ନେଇକି ବହୁତ ଗମ୍ଭୀର ମଧ୍ୟ ଅଛୁ । ମୁଁ ସବୁବେଳେ ତାଙ୍କୁ କହୁଛି କି ମୁଁ ତୁମ ସାଥିରେ ବୁଢ଼ୀ ହେବାକୁ ଚାହୁଁଛି । ଆମେ ବାକି ଜାଣିଯିବୁ,କିନ୍ତୁ ମୁଁ ଜାଣିଛି କି ସେ ମୋ ପାଇଁ ବିଲକୁଲ ଠିକ ଅଛନ୍ତି ” ।

ଉଲ୍ଲେଖନୀୟ କି ଅର୍ଜୁନ ଏବଂ ମଲାଇକାଙ୍କ ବିବାହର ଚର୍ଚ୍ଚା ଲମ୍ବା ସମୟରୁ ହେଉଛି । ବର୍ତ୍ତମାନ ମଲାଇକା ଏହି ବିବୃତି ପରେ ଚର୍ଚ୍ଚା ଆଉ ତେଜ ହେଇଯାଇଛନ୍ତି । ବର୍ତ୍ତମାନ ବିଶ୍ୱାସ କରାଯାଉଛି କି ଉଭୟ କଳାକାର ବହୁତ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧିହୋଇପାରନ୍ତି

Leave a Reply

Your email address will not be published. Required fields are marked *