ଆଇଏଏସ ଅଫିସରଙ୍କ ଘରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା । କ୍ଷମତାରେ ରହି ଜନତାଙ୍କୁ ଲୁ-ଟୁଥିଲେ ମ୍ୟାଡ଼ାମ

ଓଡିଶାର ଅନେକ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ର ଅନେକ ଚିତ୍ର ଆପଣ ଦେଖିଛନ୍ତି । ସର୍ବାଧିକ ୨ କୋଟି ପର୍ଯ୍ୟନ୍ତ ନଗଦ ଟଙ୍କାର ରେଡ୍ ଆପଣ ଦେଖିଛନ୍ତି । କିନ୍ତୁ ଆୟ ବହିର୍ଭୂତ ଟଙ୍କା ରଖିବାର ରେ-କ-ର୍ଡ କରୁଛନ୍ତି । ୨ କୋଟି କି ୩ କୋଟି ନୁହେଁ ନଗଦ ୧୯ କୋଟି ଟଙ୍କା ମିଳିଛି ଜଣେ ବାବୁଙ୍କ ଘରୁ । ପେଟି ପେଟି ୫୦୦ ଶହ, ୨୦୦ ଓ ଶହେ ଟଙ୍କିଆ ନୋଟ୍ । ଟଙ୍କା ଗଣିବାକୁ ଆସିଛି ଦୁଇଟି ମେସିନ । ତାକୁ ଗଣିବାରେ ଲାଗିଛନ୍ତ ଅନେକ କର୍ମଚାରୀ । ନଗଦ ୧୯ କୋଟି ଟଙ୍କା ଜ-ବ-ତ । ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଜଣେ ଆଇଏଏସ ଅଫିସରଙ୍କ ଦୁଇ ସହଯୋଗୀଙ୍କ ଘରେ ରେଡ୍ କରି ପୁଳା ପୁଳା ଟଙ୍କା ସହିତ ବିଭିନ୍ନ ଦସ୍ତାବିଜ ଜ-ବ-ତ କରିଛି ।

ଏହି ଆଇଏଏସ ଅଫିସର ଜଣଙ୍କ ଝାଡଖଣ୍ଡର । ତାଙ୍କ ନାମ ପୂଜା ସିଙ୍ଘଲ । ମୋଟ୍ ୧୯ କୋଟିରୁ ଆଇଏଏସ ପୂଜାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କ ଘରୁ ନଗଦ ୧୭ କୋଟି ଟଙ୍କା ଜ-ବ-ତ କରିଥିବା ବେଳେ ବାକି ୧.୮ କୋଟି ଟଙ୍କା ଆଉ ଏକ ସ୍ଥାନରୁ ରେଡ୍ ହୋଇଛି । ନଗଦ ଟଙ୍କାର ପରିମାଣ ଏତେ ଅଧିକ ଥିଲା ଯେ ଇଡି ମେସିନ ବ୍ୟବହାର କରି ଟଙ୍କା ଗଣିଥିଲା ।

ମନରେଗା ଦୁ-ର୍ନୀ-ତି ଅଭି-ଯୋଗରେ ଇଡି ଏହି ରେଡ୍ କରିଥିଲା ବୋଲି ଯାହା ସୂଚନା ରହିଛି । ନିକଟରେ ଇଡି ଜଣେ ସେକ୍ସନ ଅଫିସର ରାମ ବିନୋଦ ପ୍ରସାଦ ସିହ୍ନା ନାମକ ବ୍ୟକ୍ତିଙ୍କୁ ଗି-ର-ଫ କରିଥିଲା । ଏହା ପୂର୍ବରୁ ଏହି ସେକ୍ସନ ଅଫିସରଙ୍କ ବି-ରୋ-ଧରେ ଝାଡଖଣ୍ଡ ଭିଜିଲାନ୍ସ ଦୂର୍ନୀତି ଅଭି-ଯୋଗରେ ୧୬ଟି ଏଫଆଇର ରୁ-ଜୁ କରିଥିଲା । ସେକ୍ସନ ଅଫିସରଙ୍କୁ ଜେ-ରା କରିବା ବେଳେ ଆଇଏଏସ ପୂଜା ସିଙ୍ଗଲଙ୍କ ନାମ ସାମ୍ନାକୁ ଆସିଥିଲା ।

ଏହି ଦୂର୍ନୀତି ଅଭି-ଯୁକ୍ତ ଆଇଏଏସ ଅଫିସରଙ୍କ ଝାଡଖଣ୍ଡ, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମୁମ୍ବାଇରେ ଥିବା ଫାର୍ମ ହାଉସରେ ଇଡି ରେଡ୍ କରିଥିବା ସୂଚନା ରହିଛି । ଏହି ଆଇଏଏସ ଅଫିସର ଏବେ ଝାଡଖଣ୍ଡ ସରକାରର ଖଣି ବିଭାଗର ସଚିବ ପଦରେ ରହିଛନ୍ତି । ନିକଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନିର୍ବାଚନ କମିସନ ମାଇନିଂ ସମ୍ପର୍କିତ ଲାଇସେନ୍ସ ନେବା ଘଟ-ଣାରେ ନୋଟିସ କରିଛନ୍ତି । ଏତେ ଟଙ୍କା ରୋଜଗାର ପାଇଁ ଏ ବ୍ୟକ୍ତିଙ୍କୁ କେତେ ସମୟ ଲାଗିଲା । କେଉଁ ଦୁର୍ନିତିରେ ସାମିଲ ଥିଲେ ଏହି ଅଫିସର । ଏହି ବ୍ୟକ୍ତିଙ୍କ ଫଛରେ ଆଉ କିଏ ରହିଛି ତାହା ତ-ଦ-ନ୍ତ ପରେ ଜଣାପଡିବ ।

Leave a Reply

Your email address will not be published. Required fields are marked *