ଜାଣନ୍ତୁ କାହିଁକି ଏହି ସ୍ଥାନରେ ଅଟକି ଯାଏ ଟ୍ରେନ?କଣ ରହିଚି ଏହି ସ୍ଥାନର ମହତ୍ତ୍ଵ?

କୁହାଯାଏ ମାନିଲେ ଠାକୁର ନ ମାନିଲେ ପଥର | ପୃଥିବୀରେ ଯେତେ ଲୋକ ଅଛନ୍ତି କେତେଜଣ ବିଶ୍ୱାସ କରନ୍ତି ଭଗବାନ ଅଛନ୍ତି କିନ୍ତୁ ପୁଣି କେତେ ଲୋକ କୁହନ୍ତି ଯଦି ଅଛନ୍ତି ଦେଖା କଣ ପାଇଁ ଯାଉନାହାନ୍ତି |ଭଗବାନ ବୋଲି କିଛି ନାହିଁ |ସେପରି ଆମ ଦେଶରେ ଆନେକ ମନ୍ଦିର ଅଛି ଅନେକ ଲୋକ ବହୁତ ଭକ୍ତି କରିଥାନ୍ତି ଆଉ କିଛି ବିଶ୍ୱାସ କରନ୍ତିନି ହେଲେ ଏ ଦୁନିଆରେ ଭଗବାନଙ୍କ ଆଦେଶରେ ସବୁ କିଛି ଚାଲିଥାଏ ଆଜି ଆମେ ଆସନ୍ତୁ ଏକ ଚମତ୍କାର ହନୁମାନ ମନ୍ଦିର ବିଷୟରେ ଜାଣିବା |

ସେ ହନୁମାନ ମନ୍ଦିର ଆଗରେ ହଠାତ ଟ୍ରେନର ଗତି ଆପେ ଆପେ କମିଯାଏ ଏସବୁ ଦେଖୀ ଲୋକ ଆଶ୍ଚର୍ଯ୍ୟ ବି ହୋଇ ଯାନ୍ତି |ମଧ୍ୟପ୍ରଦେଶର ସଜାପୁର ଜ଼ିଲ୍ଲାରେ ବୁଲେଇ ଗ୍ରାମରେ ରହିଛି ଏପରି ଏକ ମନ୍ଦିର ଯାହା ଶ୍ରୀଧବୀର ହନୁମାନ ମନ୍ଦିର ଭାବରେ ବେସ ଜଣାଶୁଣା |ଲୋକମାନେ କୁହନ୍ତି ଯେ ଏହି ମନ୍ଦିର ବହୁତ ପ୍ରାଚୀନ |

ଏଠାରେ ବିଶ୍ୱାସ ରହିଛି ଯେ ଯଦି ଆପଣ ହୃଦୟରୁ କିଛି ମାଗନ୍ତି ତାହା ଅବଶ୍ୟ ପୁରୁଣ ହୋଇଥାଏ |ସେହି ମନ୍ଦିରର ଭକ୍ତଙ୍କ ବିଶ୍ୱାସ ଅତ୍ୟନ୍ତ ଶକ୍ତିଶାଳୀ |ଏହି ମନ୍ଦିର ପ୍ରତି ଲୋକଙ୍କ ବିଶ୍ୱାସ ଯେ ହନୁମାନ ଜି ଭବିଷ୍ୟତ ମଧ୍ୟ କହିଦିଅନ୍ତି |ଯାହାଫଳ ରେ ଆସୁଥିବା ସଙ୍କଟ ମଧ୍ୟ ଲୋକ ଜାଣିପାରନ୍ତି |କୁହାଯାଏ ମନ୍ଦିର 300ବର୍ଷ ପୁରୁଣା ଏଠାରେ ହନୁମାନ ଭଗବାନ ଗଣେଷଙ୍କ ସହ ବିରାଜ ମାନ କରିଛନ୍ତି |

ଏହି ମନ୍ଦିରର ନିର୍ମାଣ ଠାକୁର ଦେବେ ସିଂ ନିର୍ମାଣ କରିଥିଲେ |ଏହି ମନ୍ଦିର ଚମତ୍କାରରେ ପରିପୂର୍ଣ |ଆସୁଥିବା ଟ୍ରେନର ଗତି ହଠାତ କମିଯାଏ ଲୋକମାନେ କୁହନ୍ତି ଯେ ଏହା ହନୁମାନଜି ଙ୍କର ଅଦ୍ଭୁତ ଚମତ୍କାର।

Leave a Reply

Your email address will not be published. Required fields are marked *