ପୁଣି ତାଣ୍ଡବ ରଚିବ କାଳବୈଶାଖୀ,ଘଡ଼ଘଡ଼ି, ବିଜୁଳି ସହ ଜାରି ରହିବ ବର୍ଷା।

ଦକ୍ଷିଣ ଆଣ୍ଡମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୁର୍ବ ବଙ୍ଗପୋସାଗରରେ ଲଘୁଚାପ ସୃଷ୍ଟି ହେବା ପରେ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।କ୍ରମଶଃ ଏହା ଘନୀଭୂତ ହୋଇ 7ତାରିଖରେ ଅବପାତର ରୂପ ନେବା ସହ 8 ତାରିଖ ରେ ବାତ୍ୟା ର ରୂପ ନେବ।ଏହି ଅବପାତ ରବିବାର ବାତ୍ୟା ରୂପ ନେଇ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ୧୦ ତାରିଖ ରେ ଛୁଇଁବ।

ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ସାମୁଦ୍ରିକ ବାୟୁ, କ୍ରମାଗତ ଭାବେ ପ୍ରବେଶ କରୁବା ଯୋଗୁଁ, ଏହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରୁଛି। ଘଡ଼ଘଡ଼ି, ବିଜୁଳି ସହ ଜାରି ରହିବ ବର୍ଷା। କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ଗଞ୍ଜାମ ଆଦି 6ଟି ଜିଲ୍ଲାରେ ଜାରୀ ରହିଛି ବର୍ଷା।

ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଘୂର୍ଣ୍ଣିଝଡ଼ ବର୍ଷା ସହ କେଉଁଠି ଡଙ୍ଗା ବୁଡ଼ିଚି ତ ଆଉ କେଉଁଠି ଟାୱାର ଭାଙ୍ଗିଛି। ଗତକାଲି ଚିଲିକାରେ ଡଙ୍ଗା ବୁଡ଼ିଥିଲା ଓ ୧୧ ଜଣଙ୍କୁ ଉଦ୍ଧାର କରା ଯାଇଥିଲା। ତେବେ ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଦୁଷ୍ଟିରେ ରଖି ଆଗୁଆ ପଦକ୍ଷେପ ପାଇଁ ଅଣ୍ଟା ଭିଡିଛି ବିଏମସି ।

ଭୁବନେଶ୍ୱର ମେୟର, ବିଏମସି ଅଧିନସ୍ଥ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ବାତ୍ୟା ସମ୍ପର୍କିତ ଆଲୋଚନା କରିବା ସହ ବାତ୍ୟା ପରେ ଓ ପୂର୍ବରୁ ରାଜଧାନୀ ବାସୀଙ୍କ ସୁରକ୍ଷା ଦିଗରେ ଆଲୋଚନା କରିଛନ୍ତି ।ବିଏମସି ଅଧିନସ୍ଥ ସମସ୍ତ ଆଶ୍ରୟସ୍ଥଳୀର ଯାଞ୍ଚ ସହ ରାଜଧାନୀରୁ ଜଳନିଷ୍କାସନ ପାଇଁ ୩୦ଟି ତଳିଆ ଅଞ୍ଚଳ ଚି଼ହ୍ନଟ କରିଛି ବିଏମସି । ତଳିଆ ଅଞ୍ଚଳରେ ପାଣି ନିଷ୍କାସନ ସହ, ବିଦ୍ୟୁତ ଯୋଗାଣ ଓ ଶୁଦ୍ଧ ପିଇବାପାଣି ଯୋଗାଇବା ଉପରେ ଗୁରୁତ୍ୱ ଦେବ ବିଏମସି।ଗତ କିଛି ବର୍ଷ ହେଲା ଲଗାତାର ଭାବେ ମେ’ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୁର୍ଣ୍ଣିବଳୟ।

Leave a Reply

Your email address will not be published. Required fields are marked *