ଯଦି ଜୀବନରେ ସବୁବେଳେ ସଫଳ ହେବାକୁ ଚାହାଁନ୍ତି ତ ଏହି 5 ଟି ସ୍ଥାନରେ ସବୁବେଳେ ଚୁପ ରୁହନ୍ତୁ।

ଜୀବନରେ ସଫଳତା ହେବକୁ କିଛି ମାର୍ଗ ଅଛି |କିଛି ଧାରା ମଧ୍ୟ୍ୟ ରହିଅଛି ଯାହାକୁ ଆମେ ଅନୁସରଣ କଲେ ଯଥା ସମ୍ଭବ ସେ ସ୍ଥାନ ରେ ପହଂଚି ପରିବା |ଆପଣ ମାନେ ଜାଣିଛନ୍ତି ଗୋଟେ କଥା ଅଛି ଶବ୍ଦ ଏବଂ ଆଉ ଗୋଟେ ହେଲା ସମୟ ଏହି 2ଟି ସଠିକ ସ୍ଥାନରେ ଉପଯୋଗ କରିବା ଉଚିତ |ଆପଣ ନିଜ ଶବ୍ଦରେ ସାରା ବିଶ୍ୱକୁ ବିଜୟ କରିପାରିବେ |ଏହି ଶବ୍ଦ ମାଧ୍ୟମରେ ଆପଣ କାହାର ଅନ୍ତରରେ ସ୍ଥାନ ବନେଇ ପାରିବେ |ଆଉ ଏହି କଟାକ୍ଷ ଶବ୍ଦ ଦ୍ୱାରା ଆପଣ ସବୁ କିଛି ଭାଙ୍ଗି ଦେଇପାରନ୍ତି ଆଉ କଟୁ ଶବ୍ଦ ଦ୍ୱାରା ସମ୍ପର୍କ ମଧ୍ୟ ଭାଙ୍ଗି ଯାଇ ପାରେ |ତେଣୁ ଶବ୍ଦ ପରିଚାଳନା କେତେ ମାନବ ସାମଜ ପ୍ରତି ମହତ୍ୱ ରଖେ ଆପଣ ଜାଣି ପାରୁଥିବେ |

ଆଜି ଆମେ ଆପଣମାନଙ୍କୁ କେଉଁ କେଉଁ ସ୍ଥାନରେ ନିଜକୁ ଚୁପ ରଖିବା ଜାଣିବା |ପ୍ରଥମ ସ୍ଥାନ ହେଉଛି ଯେଉଁ ଜାଗାରେ ଆପଣଙ୍କର କଥାକୁ ବୁଝୁ ନାହାନ୍ତି କିମ୍ବା ଆପଣଙ୍କ କଥାକୁ ଖାତିର କରୁ ନାହାନ୍ତି ସେ ଜାଗାରେ ଆପଣ ଯେତେ କଥା କହିଲେ କିଛି ମୂଲ୍ୟ ନାହିଁ ତେଣୁ ସେ ଜାଗାରେ ଚୁପ ରହିବା ବୁଦ୍ଧିମତା ଅଟେ |ଦ୍ୱିତୀୟ ସ୍ଥାନ ହେଉଛି ଯେତେବେଳେ କିଛି ଏଭଳି ପରିସ୍ଥିତି ଆପଣଙ୍କ ସମ୍ମୁଖରେ ଆସି ଛିଡା ହେବ ଏବଂ ଅପଣଂକୁ ସେ ମୁହୂର୍ତରେ କିଛି ବୁଦ୍ଧି ବାଟ ଦେଖାଯାଉ ନାହିଁ ସେ ସ୍ଥାନରେ ମଧ୍ୟ୍ୟ ଚୁପ ରହିଯିବେ ଏଭଳି ସ୍ଥିତି ରେ ଚୁପ ରହିବା ବୁଦ୍ଧିମତାର କାମ ଅଟେ।

ତୃତୀୟ ସ୍ଥାନ ହେଉଛି ଆପଣ ମାନେ ଲକ୍ଷ୍ୟ ରଖିଥିବେ ଯେତେବେଳେ କାହା ନାମରେ ପ୍ରଶସା କରାଯାଉଥିବ ତେବେ ହୁଏତ କିଛି ଲୋକ ଅବିଶ୍ୱାସ କରିପାରନ୍ତି କିନ୍ତୁ ଯେତେବେଳେ ନିନ୍ଦା କରାଯଉଥିବ ସେତେବେଳେ ଗୁଙ୍ଗା ବି ହଁ ଏଇଟା ସତ ବୋଲି କହୁଥିବ |ସେ ସ୍ଥାନରେ ମଧ୍ୟ୍ୟ ଚୁପ ରହିବେ |ଚତୁର୍ଥ ସ୍ଥାନ ହେଉଛି ଯେତେବେଳେ ଆପଣ ଅଧିକ ଖୁସି ଅଛନ୍ତି ସେତେବେଳେ କାହାକୁ କିଛି ବଚନ ଦେବେ ନାହିଁ କାରଣ ପରେ ଯେତେବେଳେ ଆପଣ ଦେଇନପାରିବେ ଏବଂ ସେ ଖୁସିର ମୁହୂର୍ତ ପଳାଇଲା ପରେ କଣ କରିବେ |ଏବଂ ଯେତେବେଳେ ଅଧିକ ରାଗିଥିବା ବେଳେ କିଛି ନିଷ୍ପତି ନେବେ ନାହିଁ କାରଣ ରାଗରେ ନେଇଥିବା ନିଷ୍ପତି ସଦା ସର୍ବଦା ଭୁଲ ପ୍ରମାଣିତ ହୋଇଥାଏ |

ଏହାର ଆଗାମୀ ପରିଣାମ ବହୁତ କଷ୍ଟ ଦେଇଥାଏ||ପଞ୍ଚମ ସ୍ଥାନ ହେଉଛି ଯେତେବେଳେ ଆପଣଙ୍କ ସମ୍ମୁଖରେ କିଏ ନିଜର ଦୁଃଖ ପରିପ୍ରକାଶ କରୁଛି ସେ ସମୟରେ ଆପଣ ଚୁପ ରହିବେ |ଆଉ ଯଦି ଆପଣ ତାର ଦୁଃଖକୁ ଶୁଣି ଉପହାସ କଲେ ତେବେ ସେ ଲୋକ ମନ ଦୁଃଖ ହେବା ସହ ଅପଣଂକୁ ବହୁତ ଖରାପ ମଧ୍ୟ୍ୟ ଭାବିବ |ଆଉ ତା ଛଡା ସମୟ ସମୟର କଥା ଆଜି ତାର ଆସିଛି କାଲି ତୁମର ଆସିବ ଆଜି ତୁମେ ହସୁଛ କାଲି ସେ ହସିବ |ତେଣୁ ସେ ସ୍ଥାନରେ ନିରବ ରହିବା ଆବଶ୍ୟକ |

Leave a Reply

Your email address will not be published. Required fields are marked *