ଜଣେ ବର ଗୋଟେ ହିଁ ମଣ୍ଡପରେ 3ଜଣ କନିଆଙ୍କ ସହ ନେଲେ ଫେରା, ସମସ୍ତଙ୍କ ସହ ମନେଇବେ ସୁହାଗରାତ୍, ସାମ୍ନାକୁ ଆସିଲା ଭିଡ଼ିଓ

ଦୁନିଆରେ ଅନେକ ଏମିତି ଲୋକ ଅଛନ୍ତି ଯେଉଁମାନେ ବିବାହ କରିବା ପାଇଁ ଝିଅ ମିଳିନ୍ତି ନାହିଁ | କିନ୍ତୁ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ଏକା ସାଥିରେ 3ପ୍ରେମିକାଙ୍କ ସହ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି | ଏତିକି ହିଁ ନୁହେଁ ଏହି ବିବାହରେ ବ୍ୟକ୍ତିଙ୍କର 6ଟି ପିଲା ମଧ୍ୟ ସାମିଲ ଅଛନ୍ତି | ସମସ୍ତେ ବାପାଙ୍କ ବିବାହ ବହୁତ ମଜା କରିଲେ ଏବଂ ବହୁତ ଡ୍ୟାନ୍ସ ମଧ୍ୟ କରିଲେ | ଏହି ବ୍ୟକ୍ତି ଜଣଙ୍କ ଏହି 3ପ୍ରେମିକାଙ୍କ ସହ ଗତ 15 ବର୍ଷରୁ ଲିଭ-ଇନ ରେଲେସନସିପ୍ ରହୁଥିଲେ | ତେବେ ଚାଲନ୍ତୁ ଏହି ଅଜବ ପ୍ରେମର ଗଜବ କାହାଣୀକୁ ବିସ୍ତାର ରୂପେ ଜାଣିବା |

ବ୍ୟକ୍ତି ଜଣଙ୍କ 3 ପ୍ରେମିକାଙ୍କ ସହ ନେଲେ ସତ ଫେରା :-

ଏହି ଅନୋଖା ମାମଲା ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ଅଟେ | ଏଠାରେ ଏକ ଆଦିବାସୀ ସମ୍ପ୍ରଦାୟର ଜଣେ ବ୍ୟକ୍ତି 3 ଜଣା ପ୍ରେମିକାଙ୍କ ସହିତ ବିବାହ କରିଥିଲେ | ଏହି ବିବାହ ଆଦିବାସୀ ରୀତି-ନୀତି ଅନୁଯାୟୀ ସମ୍ପୂର୍ଣ୍ଣ ହୋଇଥିଲା | ବରର ନାମ ସମରଥ ମୌର୍ଯ୍ୟ ଅଟେ , ଯିଏକି ନାନପୁର ଅଞ୍ଚଳର ପୂର୍ବତନ ସରପଞ୍ଚ ମଧ୍ୟ ରହିଆସିଛନ୍ତି | ଆଶ୍ଚର୍ଯ୍ୟଜନକ କଥା ହେଲା ଏହା ଯେ ଏହି ବିବାହରେ ଏହି ତିନଟି ପ୍ରେମିକାଙ୍କ ଠାରୁ ହୋଇଥିବା 6 ଜଣ ପିଲା ମଧ୍ୟ ସାମିଲ ଥିଲେ | ସେମାନେ ସମସ୍ତେ ନିଜ ପିତାମାତା ଏବଂ ନିଜ ସାବତ ମା’ଙ୍କ ବିବାହରେ ବହୁତ ଖୁସି ଅଛନ୍ତି |

ଏହି ବିବାହ ବହୁତ ଧୁମ-ଧାମର ସହିତ କରାଗଲା | ସବୁ ବାହାଘର ଭଳି ଏହି ବାହାଘରରେ ମଧ୍ୟ କାର୍ଡ ଛପା ଗଲା | ଏହି କାର୍ଡରେ ବର ସାଥିରେ ତାଙ୍କର 3 କନିଆଙ୍କ ନା ମଧ୍ୟ ଲେଖା ଯାଇଥିଲା | ବିବାହରେ ସାମିଲ ହେବା ପାଇଁ ପୁରା ଗାଁ କୁ ନିମନ୍ତ୍ରଣ କରାଗଲା | ସମସ୍ତେ ଏହି ବିବାହରେ ବହୁତ ଏଞ୍ଜୟେ କରିଲେ | ବିଶେଷ କରି ଏହି ବ୍ୟକ୍ତିଙ୍କର 6ଟି ପିଲା ଏହି ବାହାଘରରେ ମନ ଭାରି ଡ୍ୟାନ୍ସ କରିଥିଲେ |

ସମାଜ ଏବଂ ଆ-ଇ-ନ ଦିଏ ଛାଡ଼ :-

ବର୍ତ୍ତମାନ ଆପଣ ଭାବୁଥିବେ ଯେ କେମିତି ଜଣେ ବ୍ୟକ୍ତି ଏକା ସାଥିରେ 3ଜଣା ମହିଳାଙ୍କୁ ବାହା କେମିତି ହେଲେ? ପ୍ରକୃତରେ ଅଧିବାସୀ ଭୀଲାଲା ସମୁଦାୟରେ ଏମିତି ହେବା ଅତ୍ୟନ୍ତ ସାଧାରଣ କଥା ଅଟେ | ଏଠାରେ ବାହାଘର ପୂର୍ବରୁ ଲିଭ-ଇନ ରେ ରହିବା କିମ୍ଭା ପିଲା ଜନ୍ମ କରିବା କିଛି ବଡ଼ କଥା ହୋଇନଥାଏ | ସେହିଠାରେ ଭାରତୀୟ ସମ୍ଭିଧାନର ଅନୁଚ୍ଛେଦ 342 ଅନୁଯାୟୀ ଆଦିବାସୀ ରୀତି-ନୀତି ଏବଂ ବରିଷ୍ଠ ସାମାଜିକ ପରମ୍ପରାର ସଂର-କ୍ଷଣ ପାଇଁ ଏମିତି କରାଯାଇ ପରେ | ଏଥିପାଇଁ ସମରଥ ମୌଯ୍ୟ ଏକା ସାଥିରେ 3 କନିଆଙ୍କ ସହ ବିବାହକୁ ଅ-ଇ-ନି-ବି-ରୋ-ଧ ବୋଲି କୁହା ଯିବ ନାହିଁ |

ବର ସମରଥ ମୌର୍ଯ୍ୟଙ୍କ କହିବା କଥା ଏହା ଯେ ଏହି 3 କନିଆଙ୍କ ସାଙ୍ଗରେ ସେ ପାଖା-ପାଖି 15 ବର୍ଷରୁ ଲିଭ-ଇନରେ ରହୁଥିଲେ | ତାଙ୍କ ସମସ୍ତ ପ୍ରେମିକାଙ୍କର 2ଟି ଲେଖା ପିଲା ମଧ୍ୟ ଅଛନ୍ତି | ସେ ଏହି ସମସ୍ତଙ୍କ ପ୍ରେମିକାଙ୍କୁ ଭାଗ-ଭାଗ କରି ଲୁଚେଇକି ଆଣିଥିଲେ | ଯଦିଓ ସେତେବେଳେ ସେ ଗରିବ ଥିଲେ ସେଥିପାଇଁ ସେ ବିବାହ କରିପାରିନଥିଲେ | ଏଥିପାଇଁ ଏତେ ବର୍ଷ ପର୍ଯ୍ୟନ୍ତ ଲିଭ-ଇନରେ ରହୁଥିଲେ | ସେ ତିନି ପ୍ରେମିକାଙ୍କ ସାଥିରେ ପତ୍ନୀଙ୍କ ପରି ରହୁଥିଲେ |

ବର ସମରଥ ମୌର୍ଯ୍ୟ କହିଛନ୍ତି ଯେ ଆଦିବାସୀ ଭୀଲାଲ ସମୁଦାୟ ଲିଭ-ଇନରେ ରହିବା କିମ୍ବା ପିଲା ଜନ୍ମ କରିବାର ସ୍ୱାଧୀନତା ଦିଏ, କିନ୍ତୁ ଯଦି ଵିଧି-ବିଧାନରେ ବିବାହ ହୋଇନଥାଏ ତେବେ ସମାଜର ଲୋକମାନେ କୌଣସି ମଙ୍ଗଳିକ କାର୍ଯ୍ୟରେ ବର-କନିଆଙ୍କୁ ସାମିଲ କରନ୍ତି ନାହିଁ | ଏଥିପାଇଁ ଗୋଟେ କାରଣ ଏହା ମଧ୍ୟ ସେ 15 ବର୍ଷ ପରେ ବିବାହ କରିନେଲେ ଯେଉଁଥିପାଇଁ କି ବର୍ତ୍ତମାନ ସେ ଏବଂ ତାଙ୍କର 3ଜଣ ପତ୍ନୀ ମଙ୍ଗଳିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ |

Leave a Reply

Your email address will not be published. Required fields are marked *