ଆକ୍ଟର ବନିବା ଆଗରୁ ମେକାନିକ ଥିଲେ ଅଜିତ କୁମାର, ଶୁଟର ଏବଂ ଫ୍ରାମୁଲା 2 ରେସର ରୂପରେ ମଧ୍ୟ ଦେଖେଇଲେ ଦମଖମ |

ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତା ଅଜିତ କୁମାରଙ୍କୁ ଆଜି (ମେ 1) 51 ବର୍ଷ ବୟସର ହୋଇସାରିଛନ୍ତି | ଅଜିତ କୁମାର 1 ମଇ 1971 ରେ ତେଲେଙ୍ଗାନାର ସେକୁଣ୍ଡରାବାଦରେ ଜନ୍ମଗ୍ରହଣ କରିଥିଲେ | ଅଜିତଙ୍କୁ ଦକ୍ଷିଣ ଭାରତୀୟ ସିନେମାର ସର୍ବୋତ୍ତମ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ | ହିନ୍ଦୀ ଦର୍ଶକମାନେ ମଧ୍ୟ ଅଜିତଙ୍କୁ ବହୁତ ପସନ୍ଦ କରନ୍ତି |

19 ବର୍ଷ ବୟସରେ କରିଥିଲେ ଡେଭ୍ୟୁ :-

ମୂଳ ରୂପରେ ଅଜିତ କୁମାର ତାମିଲ ସିନେମାରେ କାମ କରନ୍ତି | ତାଙ୍କୁ ଚଳଚ୍ଚିତ୍ରରେ କାମ କରିବାର ତିନି ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି | ଅଜିତ ମାତ୍ର 19 ବର୍ଷ ବୟସରେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ | ଏହା ପ୍ରାୟ 1990ର ବର୍ଷର କଥା ଅଟେ | ଆସନ୍ତୁ ତାଙ୍କ ଜନ୍ମଦିନ ଅବସରରେ ଅଜିତଙ୍କ ସହ ଜଡିତ କିଛି ବିଶେଷ କଥା ଆମେ ଆପଣଙ୍କୁ କହିବୁ |

ଆକ୍ଟର ବନିବା ଆଗରୁ ଥିଲେ ସେ ମେକାନିକ :-

ଚଳଚ୍ଚିତ୍ର ଜଗତରେ ପାଦ ରଖିବା ଆଗରୁ ଅଜିତ କୁମାର ମେକାନିକ୍ ଭାବରେ କାମ କରୁଥିଲେ | ଯଦିଓ ତାଙ୍କର ସ୍ୱପ୍ନ ବଡ ପରଦାରେ କାମ କରିବାର ଥିଲା | ଆଗକୁ ଯାଇ ସେ ଏହି ସ୍ୱପ୍ନକୁ ପୂରଣ କଲେ ଏବଂ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚିଛନ୍ତି | ଚଳଚ୍ଚିତ୍ର ଜଗତରେ ପାଦ ଦେବା ପରେ ଅଜିତ ଆଉ ପଛକୁ ବୁଲୁ ଚାହିଁ ନାହାନ୍ତି |

ଫର୍ମୁଲା 2 ରେସର ଅଟନ୍ତି ଅଜିତ :-

ଅଜିତ କୁମାର କେବଳ ଜଣେ ଅଭିନେତାଙ୍କ ମଧ୍ୟରେ ସୀମିତ ନୁହଁନ୍ତି ବରଂ ସେ ବହୁମୁଖୀ ପ୍ରତିଭାର ଧନୀ ଅଟନ୍ତି | ଅଜିତ ରେସିଙ୍ଗକୁ ବହୁତ ଭଲ ପାଆନ୍ତି |ସେ ଏକ ଫର୍ମୁଲା 2 ରେସର ଭାବରେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ରେସଙ୍ଗିରେ ପ୍ରତିଯୋଗିତାରେ ଭାଗ ନେଇଛନ୍ତି |

ସୁଟିଂର ମଧ୍ୟ ସୌକିନ ଅଟନ୍ତି ଅଜିତ :-

ଅଜିତ ମଧ୍ୟ ଶୁଟିଂ ମାନେ ନିଶାନୀବାଜିର ମଧ୍ୟ ସୌକିନ ଅଟନ୍ତି | ସେ ଏହି କାର୍ଯ୍ୟକୁ ଆୟତ୍ତ କରିଛନ୍ତି | ଗତ ବର୍ଷ ମାର୍ଚ୍ଚରେ ସେ ଶୁଟିଂ ଚାମ୍ପିଅନସିପରେ 4 ଟି ସ୍ୱର୍ଣ୍ଣ ପଦକ ଏବଂ ଦୁଇଟି ରୋପ୍ୟ ପଦକ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ | 49 ବର୍ଷ ବୟସରେ ସେ ଏହି କୀର୍ତ୍ତିମାନ କରିଥିଲେ |

ପାୟେଲଟ ଏବଂ ଫୋଟୋଗ୍ରାଫର ମଧ୍ୟ ଅଟନ୍ତି ଅଜିତ :-

ଅଜିତ କୁମାର ବହୁତ ସକ୍ରିୟ ରୁହନ୍ତି | ସେ ଜଣେ ଅଭିନେତା, ଫର୍ମୁଲା 2 ରେସର୍ ଏବଂ ସୁଟର ହେବା ବ୍ୟତୀତ ସେ ଜଣେ ପାଇଲଟ୍ ମଧ୍ୟ | ସେ ଏୟାର ମଡେଲିଂ କରନ୍ତି | ତାଙ୍କ ପାଖରେପାଇଲଟଙ୍କ ଲାଇସେନ୍ସ ମଧ୍ୟ ରଖିଛନ୍ତି | ଅଜିତ ଫଟୋଗ୍ରାଫିକୁ ମଧ୍ୟ ବହୁତ ପସନ୍ଦ କରନ୍ତି | ଅଜିତ ଯୁଆଡେ ବି ଯାଆନ୍ତି ସେଠାକୁ ସେ ନିଜ କ୍ୟାମେରାକୁ ସାଙ୍ଗରେ ନେଇ ଯାଆନ୍ତି ସେଠାରେ ସେ ତାଙ୍କ କ୍ୟାମେରାରେ ଅନେକ ସୁନ୍ଦର ସୁନ୍ଦର ଏବଂ ୟାଦଗାର ମୁହୁର୍ତକୁ ବନ୍ଦୀ ବନାନ୍ତି |

ଅଜିତଙ୍କର ଗୋଟେ ସୌକ ବହି ବଢିବା ମଧ୍ୟ ଅଛି | 51 ବର୍ଷର ହୋଇଯାଇଛନ୍ତି ଅଜିତ କୁମାର ନୁଜ ଘରେ ଢେର ସାରା ବହିର କଲେକ୍ସନ ରଖିଛନ୍ତି | ସୂଚନା ଅନୁଯାୟୀ ଅଭିନେତାଙ୍କ ସବୁଠାରୁ ପ୍ରିୟ ବହି ‘ଲିବିଙ୍ଗ ବିଦ ଦ ହିମାଳୟନ ମାଷ୍ଟର୍ସ’ ଅଟେ | ଖାସ କଥା ହେଉଛି ଏହା ଯେ ଏହି ବହି ତାଙ୍କୁ ସିନେଷ୍ଟାର ରଜନୀକାନ୍ତଙ୍କ ଠାରୁ ଉପହାର ସ୍ୱରୂପ ମିଳିଥିଲା |

ପତ୍ନୀଙ୍କ ଦେଇଥିବା ମୁଦି ହିଁ ପିନ୍ଧନ୍ତି ଅଜିତ :-

ଅଜିତ ଏକ ସରଳ ଜୀବନଯାପନ କରିବାକୁ ପସନ୍ଦ କରନ୍ତି | ସୁନା ଅଳଙ୍କାର ଇତ୍ୟାଦି ପିନ୍ଧିବାକୁ ତାଙ୍କର ଆଗ୍ରହ ନାହିଁ | ଅଭିନେତା ସର୍ବଦା ଗୋଟେ ମୁଦି ପିନ୍ଧିଥିବାର ଦେଖାଯାଏ | ସେହି ମୁଦିକୁ ତାଙ୍କ ପତ୍ନୀ ଶାଲିନି ହିଁ ତାଙ୍କୁ ଉପହାର ଦେଇଥିଲେ |

ଏହି ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି ଅଜିତଙ୍କୁ :-

ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଜିତଙ୍କୁ ଏପର୍ଯ୍ୟନ୍ତ ତିନିଥର ସିନେମା ଏକ୍ସପ୍ରେସ ପୁରସ୍କାର ପ୍ରଦାନ କରାଯାଇଛି | ଏତିକି ନୁହେଁ ସେ ନିଜର 32 ବର୍ଷ କ୍ୟାରିଅରରେ 60 ଟି ଚଳଚ୍ଚିତ୍ରରେ କାମ କରିଥିବା ଅଜିତଙ୍କୁ ସାଉଥ ଭାରତୀୟ ଚଳଚ୍ଚିତ୍ର ପାଇଁ ଦାଦାସାହେବ ଫାଲକେ ପୁରସ୍କାର ମଧ୍ୟ ଦିଆଯାଇଛି |

ଦୁଇ ପିଲାଙ୍କର ବାପା ଅଟନ୍ତି ଅଜିତ :-

ଅଜିତ କୁମାର 2000 ମସିହାରେ ଶାଲିନ କୁମାରଙ୍କ ସହ ବିବାହ କରିଥିଲେ | ଏହି ଦୁହେଁ ଦୁଇ ପିଲାଙ୍କର ମାତା-ପିତା ଅଟନ୍ତି | ଏହି ଦମ୍ପତିଙ୍କ ଝିଅଙ୍କ ନାମ ଅନୁଷ୍କା କୁମାର ଏବଂ ପୁଅଙ୍କ ନାମ ଆଦ୍ୟୁକ କୁମାର ଅଟନ୍ତି |

Leave a Reply

Your email address will not be published. Required fields are marked *