ପିଲାଦିନର ପ୍ରଥମ ଇଦ୍ ର ଫୋଟୋ ଲଗେଇ ଏହି ହିରୋଇନ ଦେଲେ ଶୁଭେଚ୍ଛା,ଇଣ୍ଟରନେଟରେ ଆରମ୍ଭ ହୋଇଗଲା ‘ଚିହ୍ନନ୍ତୁ କିଏ ‘ର ଖେଳ ।

ଇଦ୍ ର ପର୍ବ ସମଗ୍ର ଭାରତରେ ଅତି ସରଳତାର ସହିତ ପାଳନ କରାଯାଉଛି । ସବୁଆଡେ ଖୁସି ବଣ୍ଟାଯାଉଛି । ଚାରିଆଡେ ଖୁସିର ମାହୋଲ୍ ନଜର ଆସୁଛି । ବଲିଉଡ ମଧ୍ୟ ଏହି ପର୍ବରୁ ବର୍ତି ଯାଇନାହିଁ । ବଡ଼ ବଡ଼ ସେଲିବ୍ରିଟି ତାଙ୍କ ଫ୍ୟାନ୍ସଙ୍କୁ ଏହି ପର୍ବରେ ଶୁଭେଚ୍ଛା ଦେଉଛନ୍ତି । ଅକ୍ଷୟ କୁମାରଙ୍କ ଠୁ ନେଇକି ସଞ୍ଜୟ ଦତ୍ତ ପର୍ଯ୍ୟନ୍ତ ଫ୍ୟାନ୍ସଙ୍କର ବାର୍ତ୍ତା ଦେଖାଯାଉଛି ।

ତେବେ ବଲିଉଡର ଜଣେ ଅଭିନେତ୍ରୀ ଏମିତି ମଧ୍ୟ ଅଛନ୍ତି ଯିଏ କିଛି ଅଲଗା ଷ୍ଟାଇଲ ରେ ତାଙ୍କ ଫ୍ୟାନ୍ସଙ୍କୁ ଇଦ୍ ର ଶୁଭେଚ୍ଛା ଦେଇଛନ୍ତି । ସେ ଫ୍ୟାନ୍ସଙ୍କ ପାଇଁ ତାଙ୍କର ଗୋଟିଏ ଫୋଟୋ ଅପଲୋଡ଼ କରିଦେଇଛନ୍ତି । ଏହି ଫୋଟୋ ଜରିଆରେ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି ଏବଂ ତାଙ୍କୁ ଚିହ୍ନିବାର ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ତେବେ ଚାଲନ୍ତୁ ଆପଣ କୁହନ୍ତୁ କଣ ଆପଣ ତାଙ୍କୁ ଚିହ୍ନିପାରୁଛନ୍ତି ନା ନାହିଁ ।

ପ୍ରଥମ ଇଦ୍ ର ଫୋଟୋ ଦେଖେଇ ଦେଲେ ଶୁଭେଚ୍ଛା :-

ବଲିଉଡରେ ଇଦ୍ ର ପର୍ବ ପାଳନ କରାଯାଉଛି । ସମସ୍ତେ ନିଜ ନିଜ ତରିକାରେ ଶୁଭେଚ୍ଛା ଦେବାର ଚେଷ୍ଠା କରୁଛନ୍ତି । ତେବେ ସେଇଠି ଜଣେ ପ୍ରସିଦ୍ଧ ଅଭିନେତ୍ରୀ ତାଙ୍କର ପ୍ରଥମ ଇଦ୍ ର ଫୋଟୋ ଦେଇ ଶୁଭେଚ୍ଛା ଦେଇଛନ୍ତି । ସେ ତାଙ୍କ ପିଲାଦିନର ଫୋଟୋ ଦେଖେଇ ଇଦ୍ ବିଷୟରେ ମଧ୍ୟ କହିଛନ୍ତି। ଫ୍ୟାନ୍ସ ତାଙ୍କ ଷ୍ଟାଇଲ୍ କୁ ଖୁବ ପସନ୍ଦ କରୁଛନ୍ତି ।

ବର୍ତ୍ତମାନ ଯଦି ଆପଣ ଝିଅଟିକୁ ଚିହ୍ନିବାରେ ହଇରାଣ ହେଉଛନ୍ତି ତେବେ ଆମେ ଆପଣଙ୍କୁ ସାହାଯ୍ୟ କରୁଚୁ । ଏହି ଅଭିନେତ୍ରୀ ହେଉଛନ୍ତି ଭୂମି ପେଡନେକର ଯିଏ କି ପ୍ରଥମ ଇଦ୍ ର ଫୋଟୋ ଜରିଆରେ ପିଲାଦିନକୁ ମନେ ପକେଇଛନ୍ତି। ସେ ମଧ୍ୟ ଅନ୍ୟ ତାରକାଙ୍କ ପରି ସମଗ୍ର ଦେଶକୁ ଏହି ପର୍ବ ର ଅନେକ ଅନେକ ଶୁଭେଚ୍ଛା ଦେଇଛନ୍ତି । ଏହା ସହିତ ଶାନ୍ତି ମନରେ ଇଦ୍ ପାଳନ କରିବାକୁ କହିଛନ୍ତି ।

ଭୁମି ପ୍ରଶଂସକମାନଙ୍କୁ ଏହି ବାର୍ତ୍ତା ଦେଇଛନ୍ତି :-

ଭୂମି ଯେଉଁ ଫୋଟୋ ସେୟାର କରିଛନ୍ତି ସେ। କ୍ୟାପ୍ସନ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି ଥ୍ରୋବ୍ୟକ୍ ତୋ ମାଇଁ ଫାଷ୍ଟ ଇଦ୍ ଆଉଟଫିଟ । ହିରୋଇନ ତାଙ୍କ ପ୍ରିୟଜନଙ୍କୁ ମଧ୍ୟ ମନେ ପକେଇଛନ୍ତି । ସେ ତାଙ୍କର ଏହି ଡ୍ରେସ ବିଷୟରେ କହିଛନ୍ତି କି ଏହା ତାଙ୍କୁ ସାଜିଦା କାକି ଏବଂ ରାଶିଦ୍ କାକା ଦେଇଥିଲେ । ସେ ଆଜିର ଦିନରେ ଦୁହିଁଙ୍କୁ ବହୁତ ମିସ କରୁଛନ୍ତି।

ଭୂମି ଏହା ସହିତ ସମସ୍ତଙ୍କୁ ଇଦ ମୁବାରକ ଏବଂ ଅନେକ ଅନେକ ଭଲପାଇବା ଏବଂ ଖୁସି ମଧ୍ୟ ଦେଇଛନ୍ତି। ତେବେ ଅନ୍ୟପଟେ ତାଙ୍କ ଫ୍ୟାନ୍ସଙ୍କୁ ଏହି ଫୋଟୋ ଏତେ ପସନ୍ଦ ଆସିଗଲା କି ଏହା ଭାଇରାଲ ହୋଇଗଲା । ଇଣ୍ଟରନେଟରେ ଏହାକୁ ନେଇକି ଗେମ୍ସ ଖେଳାଯାଉଛି । ତାଙ୍କ ଫ୍ୟାନ ପେଜ ରେ ଲୋକ ପରସ୍ପରଙ୍କୁ ଝିଅକୁ ଚିହ୍ନିବାର ଚ୍ୟାଲେଞ୍ଜ ଦେଉଛନ୍ତି।

ଦମଦାର ଭୂମିକା ପାଇଁ ଜଣାଶୁଣା ଭୂମି :-

ଭୂମି ପେଡନେକର୍ ବଲିଉଡର ଦମଦାର ଅଭିନେତ୍ରୀଙ୍କ ରୂପରେ ପ୍ରସିଦ୍ଧ ଅଟନ୍ତି । ସେ ତାଙ୍କ ଚରିତ୍ର ରେ ପଶିବା ଭଲ ଭାବରେ ଜାଣିଛନ୍ତି । ଆୟୁଷ୍ମାନ ଙ୍କ ସହ ତାଙ୍କର ପ୍ରଥମ ସିନେମାରେ ସେ ନିଜର ଓଜନକୁ ଅନେକ କିଲୋ ବଢାଇଥିଲେ । କାହାଣୀର ଚାହିଦା ଅନୁଯାୟୀ, ସେ ନିଜକୁ ସମାନ ଭାବରେ ଗଢ଼ିଥିଲେ । ତା’ପରେ ସେ ଅକ୍ଷୟଙ୍କ ସହ ଅନେକ ସିନେମାରେ ନଜର ଆସିଛନ୍ତି ।

ବିଶେଷକରି ଏହିପରି ଚଳଚ୍ଚିତ୍ରରେ, ଯେଉଁଥିରେ ବାର୍ତ୍ତା ଲୁଚି ରହିଥାଏ, ସେହି ଚଳଚ୍ଚିତ୍ରଗୁଡ଼ିକରେ ଭୁମିଙ୍କ ଭୂମିକା ବହୁତ ଭଲ । ତାଙ୍କର ଟଏଲେଟ୍ ଏକ ପ୍ରେମ କଥା ଚଳଚ୍ଚିତ୍ର ଏକ ହିଟ୍ ବୋଲି ପ୍ରମାଣିତ ହୋଇଥିଲା । ପୁଣି ଥରେ ସେ ରକ୍ଷସା ବନ୍ଧନ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ରେ ଦେଖିବାକୁ ମିଳିବେ । ତାଙ୍କ ଚଳଚ୍ଚିତ୍ରର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *