ଦେଖନ୍ତୁ ବାବୁଶାନ୍ ଙ୍କ ପୁଅର ହିରୋ ଅନ୍ଦାଜ ରେ ଫୋଟ,ବାପାର ପୁରା କାର୍ବନ କପି

.ବନ୍ଧୁଗଣ ବାବୁଶାନ୍ ହେଉଛନ୍ତି ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ତାଙ୍କର ପ୍ରକୃତ ନାମ ହେଉଛି ତନ୍ମୟ ମହାନ୍ତି । ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା, ଗୀତ ଲେଖକ, ପ୍ରଚ୍ଛଦପଟ ଗାୟକ ଭାବରେ କାମ କରୁଛନ୍ତି । ସେ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ଅଟନ୍ତି । ଓଲିଓଡ଼ ଇଣ୍ଡଷ୍ଟ୍ରିର ଚକୋଲେଟ୍ ହିରୋ ବୋଲି ବାବୁଶାନ୍ ଙ୍କୁ କୁହା ଯାଏ । ବହୁତ୍ କମ୍ ବୟସ ରୁ ସେ ଅଭିନୟ ଜଗତରେ ପାଦ ଦେଇଥିଲେ । ନିଜର ଦମଦାର ଅଭିନୟ ଯୋଗୁ ସେ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି

ବର୍ତ୍ତମାନର ଯୁବପୀଢ଼ି ତାଙ୍କର ଅଭିନୟ ଓ ସିନେମାକୁ ପସନ୍ଦ କରୁଛନ୍ତି । ତେବେ “ରୋମିଓ ଦ ଲଭର ବୟ” ରୁ ସେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତାର ସୁପର୍ ହିଟ୍ ଫିଲ୍ମ୍ ଇଣ୍ଡଷ୍ଟ୍ରିକୁ ଦେଇ ଚାଲିଛନ୍ତି । ତେବେ ସେ ୨୦୧୪ ମସିହାରେ ତାଙ୍କର ପିଲା ଦିନ ପ୍ରେମ ଅମ୍ରିତା ମିଶ୍ର ଙ୍କୁ ବିବାହ କରିଥିଲେ । ଉଭୟ ମଧ୍ୟ ସୁଖର ସଂସାର ଗଢ଼ିଛନ୍ତି । ଆଉ କିଛିବର୍ଷ ପୂର୍ବେ ଅର୍ଥାତ୍ ୨୦୧୯ରେ ତାଙ୍କର ପୁଅ ସନ୍ତାନ ଟିଏ ହୋଇଛି ।

ତେବେ ବନ୍ଧୁଗଣ ଆମେ ଅମର ପ୍ରିୟର ସେଳିବ୍ରେଟି ମାନଙ୍କ ଜୀବନ ବିଷୟରେ ଜାଣିବା ପାଇଁ ସବୁବେଳେ ଇଛୁକ ଓ ତତ୍ପର ଥାଉ । ବିଶେଷ କରି ସେମାନଙ୍କ ପର୍ଶନାଲ୍ ଜୀବନରେ କଣ ଘଟୁଛି । ଏମିତିରେ ବି ସୁପରଷ୍ଟାର ବାବୁଶାନ୍ ତାଙ୍କର ପୁଅର ଫୋଟ ଏବଂ ଭିଡ଼ିଓ ସବୁବେଳେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଥାନ୍ତି ନିଜର ଫ୍ୟାନ୍ ମାନଙ୍କ ପାଇଁ । ତେବେ ବର୍ତମାନ ସମୟରେ ସେଭଳି ତାଙ୍କ ପୁଅର ଏକ ଭିଡ଼ିଓ ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଯେଉଁଥିରେ ପୁଅ ଗ୍ୱାନ୍ ଶୋଇଛି ଏବଂ ତା ସହିତ ତାର ଜେଜେମା ଅପରାଜିତା ମହାନ୍ତି ଖେଳୁ ଥିବାର ନଜର ଆସୁଛନ୍ତି । ଆଉ ଗୋଟିଏ ଫୋଟରେ ବାବୁଶାନ୍ ଙ୍କ ପୁଅ ଏକ ବ୍ଲାକ ଚଷମା ପିନ୍ଧି ପୂରା ବାପା ଭଳିଆ ହିରୋ ଦେଖା ଯାଉଛି । ତେବେ ବାବୁଶାନ୍ ଙ୍କ ପୁଅର ଏଭଳି ଫୋଟ ଓ ଭିଡ଼ିଓ ଗୁଡ଼ିକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *