ନୟାଗଡ଼ର ଏହି ଗାଁରେ ଭୂ-ତ ଆ-ତ-ଙ୍କ । ଗାଁ ଛାଡ଼ିଲେ ସମସ୍ତ ପରିବାର

ଲାଗିଲା ଭୂତ ଭୟ । ଆଧୁନିକ ବିଜ୍ଞାନ ଯୁଗରେ ଭୂତକୁ କେହି ବିଶ୍ୱାସ କରନ୍ତି ନାହିଁ । ଭୁତ ପ୍ରେତ ଏକ ଭ୍ରମ ଓ ଏହା ଦୁର୍ବଳ ମାନ-ସିକତାର ପ୍ରତୀକ ବୋଲି କୁହାଯାଏ । ଏହା ଏକ ଅନ୍ଧବିଶ୍ୱାସ କାରଣ ଏ ପର୍ଯ୍ୟନ୍ତ ଭୂତ ପ୍ରେତଙ୍କୁ କେହି ଦେଖିଥିବାର ଜୋର ଦେଇ କହି ପାରିବେ ନାହିଁ । ଏ ସବୁ ସତ୍ତ୍ୱେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଦର୍ପନାରାୟଣପୁର ପଞ୍ଚାୟତ ଅଧୀନ ଗୁଣ୍ଡୁରାବାରି ଗାଁରେ ଭୂ-ତ ଭ-ୟରେ ସବୁ ପରିବାର ଗାଁ ଛାଡ଼ିଥିବାର ଖବର ମିଳିଛି ।

ଖବର ନେବାରେ ଜଣାଯାଇଛି ଯେ ରଣପୁର ବ୍ଲକ ସୁନାଖଳା ଦର୍ପନାରାୟଣପୁର ରାସ୍ତାରେ ଗୁଣ୍ଡୁରାବାରି ଗାଁରେ ଦୀର୍ଘ ବର୍ଷ ଧରି କିଛି ହରିଜନ ପରିବାର ରହି ଆସୁଥିଲେ । ତେବେ ବିବାହର କିଛି ମାସ ପରେ ଏଠିକାର ପୁରୁଷମାନେ ର-କ୍ତ ବାନ୍ତି କରି ମୃ-ତ୍ୟୁ ମୁଖରେ ପଡ଼ୁଥିବା ଦେଖାଯାଇଥିଲା । ଫଳରେ ଗାଁରେ ଭୂ-ତ ଥିବା ଆ-ଶ-ଙ୍କା କରି ଏବେ ଗାଁର ଛବି ନାୟକ, ଗଦାଧର ନାୟକ, ଶରତ ନାୟକଙ୍କ ପରିବାର ଲେକେ ନିଜ ଘରର କବାଟ, ଝରକା ତାଡ଼ି ଜିନିଷପତ୍ର ବୋହି ନେଇ ଗାଁ ଛାଡ଼ିଥିବା ଜଣାଯାଇଛି ।

କିନ୍ତୁ ବର୍ତମାନ ଫେରିଛନ୍ତି କେବଳ ଗୋଟେ ପରିବାର ଯେଉଁଥିରେ ନୂଆ ବୋହୂ ଏବଂ ୩ ମାସର କଅଁଳା ଶିଶୁ ସହ ରହିଛନ୍ତି ସେହି ଗ୍ରାମର ଜଣେ ମହିଳା । ତେବେ ଗାଆଁରେ ଲୋକ ନଥିବାରୁ ଲାଇଟ୍ ସଂଯୋଗ କା-ଟି ଦେଇଥିବାରୁ ଅନ୍ଧାରରେ ବିତୁଛି ସେମାନଙ୍କ ଜୀବନ । ଆଉ ମଝିରେ ମଝିରେ ଶୁଭୁଛି କୁନି ଛୁଆ ଟିର କେବଳ କୁଆଁ କୁଆଁ କା-ନ୍ଦ ।

ଆଉ ବାକି ଚାରିଆଡ଼େ ଖାଁ ଖାଁ ଲାଗୁଛି । ଆଧୁନିକ ସଭ୍ୟତାରେ ଭୂତ ପ୍ରେତ ଭଳି ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ପାଇଁ ଅଞ୍ଚଳର ବରିଷ୍ଠ ନାଗରିକମାନେ ବୁଝାଇଥିଲେ ମଧ୍ୟ ସମ୍ପୃକ୍ତ ପରିବାର ଲୋକେ କିଛି ବୁଝିବାକୁ ନାରାଜ । ଅପରପକ୍ଷେ ଉକ୍ତ ପରିବାର ସଦସ୍ୟ ଜଣେ ଗୁଣିଆଙ୍କୁ ଏ ସମ୍ପର୍କରେ ପଚାରିବାରୁ ଗାଁରେ କେହି ପୁରୁଷ ରହିବେନି ବୋଲି ସେ କହିଥିଲେ । ଏଥିପାଇଁ ସେମାନେ ଗାଁ ଛାଡ଼ି ପଳାଇଗଲେ ବୋଲି ସରପଞ୍ଚ ଧ୍ରୁବଚରଣ ପ୍ରଧାନ କହିଛନ୍ତି । ଏପରିକି ଗୁଣ୍ଡୁରାବାରି ହରିଜନ ପରିବାରର କହିବାନୁଯାୟୀ ବିବାହର କିଛି ମାସ ମଧ୍ୟରେ ବିବାହିତ ଯୁବକଙ୍କ ମୃ-ତ୍ୟୁ ହେଉଥିବା ବେଳେ ପରିବାର ସେମାନଙ୍କ ମଧ୍ୟରେ ଭ-ୟ ସଞ୍ଚାର ହେବାରୁ ଏଭଳି କରିଥାଇପାରନ୍ତି ବୋଲି ସରପଞ୍ଚ ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *