ତପସ୍ଵିନୀ ଙ୍କ ଉପରେ ଶାଶୁ ଘର ର ଅଭି-ଯୋଗ । ଏମିତି ଛୋଟ ପ୍ରକୃତି ର ଲୋକ ଦେଖି ନାହି ବୋଲି କହିଲେ ପ୍ରମିଳା

ଏପରି ଲୋକ ଏତେ ଛୋଟ ପ୍ରକୃତି ର ଲୋକ ମୁଁ ଜୀବନ ରେ ଦେଖିନି । ବହୁତ୍ କେସ ଦେଖିଛି ହେଲେ ତପସ୍ଵିନୀ ଙ୍କ ସହିତ ଯାହା ହେଉଛି ଏମିତି କେସ କେବେ ଦେଖିନି । ଟିଭି ଲଗେଇ ପାରିବେନି ତପସ୍ଵିନୀ । ହେମଦସ୍ତା ଟିକେ ବ୍ୟବହାର କରି ପାରିବେନି ତପସ୍ଵିନୀ । ଫ୍ୟାନ ଲାଇଟ୍ କିଛି ବି ଇଲେକ୍ଟ୍ରୋନିକ କାମ ପଡ଼ିଲେ କାହାକୁ ବି ଭିତର କୁ ଡାକି ପାରିବେନି । ଖାଲି ସନ୍ଦେହ । ନିଜ ବାପା ମା ଙ୍କ ସହିତ ମଧ୍ୟ ଦେଖା କରି ପାରିବେନି ।

ଏମିତି କେତେ ବାନ୍ଧି ହୋଇ ରହିବେ ତପସ୍ଵିନୀ । ଯେଉଁ ସ୍ବାମୀ ପାଇଁ ସବୁବେଳେ ତପସ୍ୟା କରି ଆସିଥିଲେ ସ୍ବାମୀ ତ ପାଖରେ ନାହି କିନ୍ତୁ ସୁମିତ ଙ୍କ ଘରେ ଯେଉଁ ଜାଗା ଟିକେ ମିଳିଛି ସେଠି ଶାନ୍ତି ରେ ଶୋଇ ପାରୁ ନାହାନ୍ତି । ଯାହା ବି କରିଲେ ଶବ୍ଦ ଶୁଭୁଛି । ଏହିପରି କେମିତି ବଞ୍ଚିବେ ତପସ୍ଵିନୀ । ଅଭି-ଯୋଗ ପରେ ଅଭି-ଯୋଗ କରୁଛନ୍ତି ଶାଶୁ ଘର ଲୋକ ।

ଅନେକ ସମୟ ପରେ ମୁଁହ ଖୋଲିଛନ୍ତି ସମାଜ ସେବୀ ପ୍ରମିଳା । ଏମିତିକା ଲୋକ ମୁଁ ଦେଖି ନାହି । ତପସ୍ଵିନୀ ସ୍ବାମୀ ଙ୍କୁ ପାଇବା ପାଇଁ ଅହରହ ଚେଷ୍ଟା କରୁଥିବା ପାଇଁ ସାରା ରାଜ୍ୟ ରେ ଚର୍ଚ୍ଚିତ । ସୁମିତ୍ ଙ୍କ ଘର ଆଗରେ ଧାରଣା ଦେବା ଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ସବୁ ଜାଗା ରେ ତପସ୍ଵିନୀ ଛିଡ଼ା ହୋଇଛନ୍ତି । ତାଙ୍କୁ ସ୍ବାମୀ ଆବଶ୍ୟକ । ତଥାପି ତାଙ୍କୁ ଟିକେ ଶାନ୍ତି ମିଳୁ ନାହି। ସୁମିତ ଘରେ ନାହାନ୍ତି ହେଲେ ତାଙ୍କ ଘରେ ଅଛନ୍ତି ତପସ୍ଵିନୀ । ଶାଶୁ ଘର ଲୋକ ଙ୍କ ଅଭିଯୋଗ ତପସ୍ଵିନୀ ସବୁବେଳେ ଶବ୍ଦ କରୁଛି । ପରିବାର ଲୋକ ମିଶିବାକୁ ଆସିଲେ ବି ସ-ନ୍ଦେ-ହ । ଘର ର କୌଣସି ଅସୁବିଧା ହେଲେ ଘର ଭିତର କୁ କାହାକୁ ପଶିବାକୁ ମନା କରା ଯାଇଛି । ଘର ଭିତରେ ଏକା ହୋଇ ବ-ନ୍ଦୀ ଭାବରେ ରହୁଛନ୍ତି ତପସ୍ଵିନୀ ।

Leave a Reply

Your email address will not be published. Required fields are marked *