ପିପିଲିରେ ବନ୍ଧା ପଡିଛି ‘ପାର୍ବତୀ ଗଣନାଟ୍ୟ’ । ୪ଟି ଗାଡ଼ିକୁ ଅଟକ ରଖିଛନ୍ତି ମେଳନ କମିଟି

ଯାତ୍ରା ଦେଖିବାକୁ କିଏ ବା ଭଲ ନପାଏ । ଓଡ଼ିଶାରେ ଯଲିଉଡ ବା ଯାତ୍ରା ଜଗତର ବହୁତ ଜଲୱା ଅଛି । କିଛି ମେଳା କିମ୍ବା ପର୍ବପର୍ବାଣୀରେ ଯାତ୍ରା ପଡ଼ିବା ସୁନିଶ୍ଚିତ । ପିଲା ଠାରୁ ବୁଢ଼ା ସବୁ ବର୍ଗୀୟ ଲୋକ ଯାତ୍ରା ଦେଖିବାକୁ ପସନ୍ଦ କରନ୍ତି । ତେବେ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ପିପିଲି ରାଜରାସ୍ତାରେ ବନ୍ଧା ପଡିଲା ପାର୍ବତୀ ଗଣନାଟ୍ୟ ।

ପୁରୀ ଜିଲ୍ଲା ପିପିଲି ଥା-ନା ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ତେଇଶପୁର ନିକଟରେ ପାର୍ବତୀ ଗଣନାଟ୍ୟର ଗାଡ଼ି ବନ୍ଧା ପଡ଼ିଛି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ । ଯାହା ଖବର ମିଳିଛି ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ତେଇଶିପୁର ନିକଟରେ ପାର୍ବତୀ ଗଣନାଟ୍ୟର ୪ଟି ଗାଡ଼ିକୁ ଅଟକ ରଖିଛନ୍ତି ମେଳନ କମିଟି । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ଅନ୍ତର୍ଗତ ଇନ୍ଦିପୁର ମେଳନ କମିଟି ଓ ଚିଲିକା ବ୍ଳକ ଅନ୍ତର୍ଗତ ସାନନୈରୀ ମେଳନ କମିଟି ପାର୍ବତୀ ଗଣନାଟ୍ୟର ୪ ଟି ବଡ଼ ଟ୍ରକକୁ ଅଟକ ରଖିଛନ୍ତି ।

ତେବେ ସୂଚନା ଅନୁସାରେ କୋଭିଡ଼ ପୂର୍ବରୁ ଇନ୍ଦିପୁର ମେଳନ କମିଟିର ୪ ଲକ୍ଷ ଟଙ୍କା ଓ ଚିଲିକା ସାନନୈରି ମେଳନ କମିଟିର ୨ ଲକ୍ଷ ୩୦ ହଜାର ଟଙ୍କା ରାଜଧାନୀ ଅପେରା ଅଗ୍ରିମ ନେଇଥିଲେ । ଯାତ୍ରା ପରିବେଶଣ ନକରି ଟଙ୍କା ଫେରାଇବା ପରିବର୍ତେ ଖରାପ ବ୍ୟବହାର କରୁଥିବା ଉଭୟ କମିଟି ଅଭି-ଯୋଗ ଆଣିଛନ୍ତି । ଏନେଇ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ ।

ନ୍ୟା-ୟ ନମିଳିବାରୁ ଆଜି ସାତଶଂଖ ଠାରେ ଯାତ୍ରା ପରିବେଶଣ କରି ଫେରିବା ବାଟରେ ତେଇଶପୁର ନିକଟରେ ୪ଟି ଟ୍ରକକୁ ଅଟକ ରଖିଛନ୍ତି ଯାତ୍ରା କମିଟି । ଭୁବନେଶ୍ୱରର ରାଜଧାନୀ ଅପେରା ଅଗ୍ରିମ ଟଙ୍କା ନେଇଥିବା ବେଳେ ଉଭୟ ରାଜଧାନୀ ଅପେରା ଓ ପାର୍ବତୀ ଗଣନାଟ୍ୟ ଗୋଟିଏ ମାଲିକର । ତେଣୁ ଟଙ୍କା ସୁଝିବା ପାଇଁ ରାଜରାସ୍ତାରେ ବନ୍ଧାପଡ଼ିଛି ପାର୍ବତୀ ଗଣନାଟ୍ୟ ।

Leave a Reply

Your email address will not be published. Required fields are marked *