ଯେତେବେଳେ ବିଦ୍ୟାଳୟରୁ ଛୁଟି ଆବଶ୍ୟକ ହୁଏ, ଛାତ୍ରମାନେ ପ୍ରିନ୍ସିପାଲ୍ ଙ୍କ ପାଖେ ଏକ ଆବେଦନ ପତ୍ର ଲେଖନ୍ତି। ଏହା ପରେ ହିଁ ଛୁଟି ମିଳେ। ସୋସିଆଲ ମିଡିଆରେ ଜଣେ ଛାତ୍ର ଛୁଟିଦିନ ପାଇଁ ଏପରି ବାହାନା କରିଥିଲେ ଯେ ପ୍ରିନ୍ସିପାଲଙ୍କର ମଧ୍ୟ ହୋସ ଉଡ଼ିଗଲା। ଛାତ୍ର ତାଙ୍କ ଆବେଦନ ପତ୍ରରେ ଲେଖିଛନ୍ତି, ‘ମୋର ଦେହାନ୍ତ ହୋଇଛି, ମୁଁ ଅଧା ଦିନର ଛୁଟି ଚାହୁଁଛି।’ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରିନ୍ସିପାଲ୍ ମଧ୍ୟ ଛାତ୍ରଙ୍କୁ ଛୁଟି ଦେଇଛନ୍ତି।
ଛାତ୍ରଜଣକ ବୁନ୍ଦେଲଖଣ୍ଡି ଭାଷାରେ ଲେଖିଲେ ମଜାଳିୟା ଆବେଦନ ପତ୍ର।
ଆଜିକାଲି ସୋସିଆଲ ମିଡିଆରେ ଆଉ ଏକ ମଜାଦାର ଭିଡ଼ିଓ ଭାଇରାଲ ହେଉଛି। ଏହି ଆବେଦନ ପତ୍ର ଏତେ ମଜାଦାର ଯେ ଏହାକୁ ପଢିବାବେଳେ ଆପଣ ହସି ହସି ଗଡିଯିବେ। ଏହି ଆବେଦନ ଫର୍ମକୁ IAS ଅଧିକାରୀ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଛୁଟି ଆବେଦନ ପତ୍ର IAS ଅର୍ପିତ ବର୍ମା ଦ୍ୱାରା ସେୟାର କରାଯାଇଛି। ବୁନ୍ଦେଲଖଣ୍ଡୀ ଭାଷାରେ ଏହା ଏକ ମଜାଳିଆ ଢଙ୍ଗରେ ଲେଖାଯାଇଛି। ଏହି ଆବେଦନ ପତ୍ର ଏତେ ମଜାଳିଆ ଯେ ଏହା ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହୋଇଛି।
छुट्टी के लिए आवेदन पत्र! 😂😂 pic.twitter.com/RVgTX5pdM1
— Arpit Verma IAS (@arpit_verma13) April 29, 2022
ଏହି ଆବେଦନରେ ଛାତ୍ର ଲେଖିଛନ୍ତି, ‘ସେବାରେ … ଶ୍ରୀମାନ ମାସବ, ମାଧ୍ୟମିକ ପାଠଶାଳା ବୁନ୍ଦେଲଖଣ୍ଡ, ମାହାନୁଭବ। ତେବେ କଥାଟା ଏପରିକି ଯେ ଦୁଇ ଦିନ ଧରି ମତେ ଜ୍ୱର ହେବା ସହ ମୋର ନାକ ବୋହୁଅଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୁଇରୁ ଚାରି ଦିନର ଛୁଟି ଯଦି ଆପଣ ଦିଅନ୍ତେ ତେବେ ଟିକେ ଭଲ ହୁଅନ୍ତା। ଆଉ ଏମିତିରେ ବି ଯଦି ମୁ ନ ଆସେ ତେବେ କୋଉ ସ୍କୁଲ ଛୁଟି ନେଇଯିବ ଯେ। ଆପଣଙ୍କ ଆଜ୍ଞାଧୀନ ଛାତ୍ର… କଲୁଆ।’
ଲୋକଙ୍କୁ ପସନ୍ଦ ଆସୁଅଛି ଆବେଦନ ପତ୍ର।
ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ମଜାଳିଆ ଆବେଦନ ପତ୍ରକୁ ବହୁତ ପସନ୍ଦ କରୁଛନ୍ତି। ଯେତେବେଳେ ଲୋକମାନେ ଟ୍ୱିଟରରେ ଏହି ଆବେଦନ ଫର୍ମ ପଢୁଛନ୍ତି, ସେମାନେ ହସିବାରେ ଲାଗୁଛନ୍ତି। ଏହା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାର ଜବାବରେ ବହୁତ ମଜାଦାର ମନ୍ତବ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ପିଲାଦିନର ସ୍ମୃତି ସତେଜ ହୋଇଗଲା। IAS ଅଧିକାରୀଙ୍କ ସେୟାର ହୋଇଥିବା ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ 7 ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି।