ନିଜର ଗୁ-ପ୍ତରୋ-ଗ ଭଲ କରିବା ପାଇଁ ଚାଲିଚାଲି ଡାକ୍ତରଖାନା ଆସିଲା ହନୁ

ରୋଗ କେତେବେଳେ କେମିତି ହେବ କହି ହେବ ନାହିଁ। ଶରୀର ରହିଚି ମାନେ ରୋ-ଗ ମଧ୍ୟ ଅଛି।ସେ ମଣିଷ ହେଉ କି ପଶୁ ରୋଗ ହେଲେ ସମସ୍ତକୁ କଷ୍ଟ ହୋଇଥାଏ। ସାଧାରଣତଃ ମଣିଷ ମାନଙ୍କୁ ଗୁ-ପ୍ତରୋ-ଗ ହେବାର ଶୁଣିଥିବେ,ହେଲେ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଯେ ମାଙ୍କଡକୁ ହେଇଚି ଗୁ-ପ୍ତରୋ-ଗ।ତେବେ ଗୋଟାଏ ମାଙ୍କଡ ମେଡ଼ିକାଲ ଭିତରକୁ ଡେଇଁ ଡେଇଁ ଆସିଲା, ଏପାଖ ସେପାଖ ଅନାଇଲା। ସମସ୍ତଙ୍କୁ ଅନାଇ ଶେଷରେ ଯାଇ ଚଟାଣରେ ବସି ପଡ଼ିଲା। କା-ମୁ-ଡ଼ି ଦବ ବୋଲି ସମସ୍ତେ ଡ-ରିଗଲେ ଓ ଘୁଞ୍ଚିଗଲେ। ପ୍ରାଣୀ ଚିକିତ୍ସାଳୟ ଉଦ୍ଘା-ଟନ ପାଇଁ ଆସିଥିଲେ ସୋଆ କୁଳପତି ପ୍ରଫେସର ଅଶୋକ ମହାପାତ୍ର।

ହନୁକୁ ଦେଖିଲେ ଲାଗୁଥିଲା ସେ ଯେମିତି ତାଙ୍କୁ ହିଁ ଅପେକ୍ଷା କରିଛି। ଠିକ୍ କିଛି ସମୟ ପରେ ହଠାତ ଉଠିଯାଇ ଚେୟାର ଉପରେ ବସିଲା ଓ ପ୍ରଫେସର ଅଶୋକ ମହାପାତ୍ର ଙ୍କ ହାତ ଧରି ପକାଇଲା।ଯେମିତି ଲାଗୁଥିଲା ସେ କହିବାକୁ ଚାହୁଁଚି ପ୍ରଫେସର ଅଶୋକ ମହାପାତ୍ର ହିଁ ତା ରୋ-ଗ ଭଲ କରନ୍ତୁ। ହନୁ କୁ ଭୋକ ହେଉଚି ବୋଲି ଭାବି ସମସ୍ତେ ତାଙ୍କୁ ବିସ୍କୁଟ ଓ କଦଳୀ ଦେଲେ ହେଲେ ଜମା ଖାଇଲାନି ହନୁ।

ଏହା ପରେ ପ୍ରାଣୀ ଚିକିତ୍ସକ ସେଠାରେ ପହଞ୍ଚିଥିଲେ ଆଉ ଜାଣିବାକୁ ପାଇଲେ ହନୁର ଗୁ-ପ୍ତା-ଙ୍ଗରେ କିଛି ସମସ୍ୟା ରହିଛି।ତେବେ ଏହା ଜାଣିପାରି ହନୁ ର ସଙ୍ଗେ ସଙ୍ଗେ ଚିକିତ୍ସା ହେଲା। ସବୁଠାରୁ ବଡ଼ କଥା ହେଉଛି ଶୋଆ ର ପ୍ରାଣୀ ଚିକିତ୍ସାଳୟ ଉଦ୍ଘାଟନ ଦିବସରେ ପ୍ରଥମ ରୋଗୀ ସାଜିଲା ଏହି ହନୁ ମାଙ୍କଡ।

Leave a Reply

Your email address will not be published. Required fields are marked *