ଓମିନି ଠାରୁ ଆରମ୍ଭ କରି ଅଲ୍ଟୋ ପର୍ଯ୍ୟନ୍ତ ଜାଣନ୍ତୁ ଭାରତ ଓ ପାକିସ୍ତାନରେ ବିକ୍ରି ହେଉଥିବା କାରର ମୂଲ୍ୟରେ ଅନ୍ତର କେତେ ?

ପାକିସ୍ତାନ ବଢୁଥିବା ମୂଲ୍ୟ କାରଣରୁ ପାଖାପାଖି ୪ ବର୍ଷ ଧରି ଚିନ୍ତିତ ଅଛି। ଇମ୍ରାନ ଖାନଙ୍କ ନେତୃତ୍ବରେ ଆଜି ପାକିସ୍ତାନର ଅବସ୍ଥା ବହୁତ ଖରାପ ହୋଇଯାଇଛି। ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ କଚ୍ଚା ତୈଳର ବଢୁଥିବା ମୂଲ୍ୟ କାରଣରୁ ପାକିସ୍ତାନର ଅବସ୍ଥା ବହୁତ ଖରାପ ହୋଇଯାଇଛି। ପାକିସ୍ତାନର ପଇସା ୧୮୨ ଟଙ୍କା ପ୍ରତି ଡଲାର ଦରରେ ସବୁଠାରୁ ନିଚ ସ୍ତରକୁ ଛୁଇଁ ସାରିଛି।

ଏହି ସବୁ କାରଣରୁ ପାକିସ୍ତାନର କାର ବ୍ୟବସାୟ ମଧ୍ୟ ବହୁତ ଅଧିକ ପ୍ରଭାବିତ ହୋଇଛି। ଏହି ଆକଳନ ଅନୁସାରେ କାରର ମେନ୍ୟୁଫେକ୍ଚରିଂ ଶୂନ୍ୟ ହୋଇଯାଇଛି ଓ ସମସ୍ତ ଗାଡିକୁ ବାହାରକୁ ଇମ୍ପୋର୍ଟ କରିବାକୁ ପଡୁଛି। ଆଜି ଆମେ ପାକିସ୍ତାନରେ ବିକ୍ରି ହେଉଥିବା ଗାଡ଼ିର ସୂଚନା ଦେବୁ ତେବେ ଆସନ୍ତୁ ଜାଣିବା।

୧। ମାରୁତି ଓମିନି:-

ଭାରତରେ ମାରୁତି ଓମିନି ଆପଣଙ୍କୁ ୨.୦୮ ଲକ୍ଷ ଟଙ୍କାରୁ ୩.୦୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଯିବ। ଯେତେବେଳେକି ପାକିସ୍ତାନରେ ଏହି ଗାଡ଼ି ସୁଜୁକି ବୋଲାନ ନାମରେ ବିକ୍ରି କରାଯାଏ। ଯାହାର ମୂଲ୍ୟ ୧୧.୭୮ ରୁ ୧୨.୬୫ ଲକ୍ଷ ପାକିସ୍ତାନୀ ଟଙ୍କା ମଧ୍ୟରେ ଆସିଥାଏ

୨। ମାରୁତି ସୂଜୁକି ଅଲ୍ଟୋ:-

ଭାରତରେ ମାରୁତି ସୂଜୁକି ଅଲ୍ଟୋର ମୂଲ୍ୟ ୩.୨୫ ରୁ ୪.୯୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ କରାଯାଇଛି। କିନ୍ତୁ ପାକିସ୍ତାନରେ ଏହି କାର ‘ସୂଜୁକି ଅଲ୍ଟୋ’ ନାମରେ ପ୍ରସିଦ୍ଧ। ଏହାର ମୂଲ୍ୟ ପାକିସ୍ତାନୀ ଟଙ୍କା ୧୪.୨୫ ରୁ ୧୮.୮୬ ଲକ୍ଷ ମଧ୍ୟରେ ଆସିଥାଏ।

୩। ମାରୁତି ସୂଜୁକି ୱାଗନ ଆର:-

ଭାରତରେ ‘ମାରୁତି ସୂଜୁକି ୱାଗନ ଆର’ ବହୁତ ପପୁଲାର ଅଟେ ଓ ଏହାର ମୂଲ୍ୟ ୫.୩୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୭.୧୦ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ। କିନ୍ତୁ ପାକିସ୍ତାନରେ ଏହି ‘ମାରୁତି ସୂଜୁକି ୱାଗନ ଆରର’ ମୂଲ୍ୟ ୧୮.୭୭ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୨୧.୫୮ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ।

୪। ଭାରତରେ ‘ମାରୁତି ସୂଜୁକି ସିଲେରିଓ’ ନାମକ ପପୁଲାର କାରର ମୂଲ୍ୟ ୫.୧୫ ଲକ୍ଷ ଟଙ୍କାରୁ ୬.୯୪ ଲକ୍ଷ ଟଙ୍କା ମଧ୍ୟରେ ଆସିଥାଏ। ପାକିସ୍ତାନରେ ଏହି କାର ‘ସୂଜୁକି କଲ୍ଟସ’ ନାମରେ ଜଣାଶୁଣା। ଓ ଏହାର ମୂଲ୍ୟ ପାକିସ୍ତାନୀ ଟଙ୍କା ୧୬.୫୫ ଲକ୍ଷ ରୁ ୧୯.୭୫ ଲକ୍ଷ ମଧ୍ୟରେ ଆସିଥାଏ।

୫। ମାରୁତି ସୂଜୁକି ସ୍ଵିଫ୍ଟ:-

ଭାରତରେ ‘ମାରୁତି ସୂଜୁକି ସ୍ଵିଫ୍ଟ’ର ମୂଲ୍ୟ ୫.୯୦ ରୁ ୮.୭୭ ଲକ୍ଷ ଟଙ୍କା ମଧ୍ୟରେ ଆସିଥାଏ। କିନ୍ତୁ ପାକିସ୍ତାନରେ ଏହି ସୂଜୁକି ସ୍ଵିଫ୍ଟର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୨୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ।

୬। ହୋଣ୍ଡା ସିଟି:-

ଭାରତରେ ‘ହୋଣ୍ଡା ସିଟି’ କାରର ମୂଲ୍ୟ ୧୧.୬୩ ଲକ୍ଷରୁ ୧୩.୫୮ ଲକ୍ଷ ମଧ୍ୟରେ ଆସିଥାଏ। ଯେତେବେଳେକି ପାକିସ୍ତାନରେ ଏହି ‘ହୋଣ୍ଡା ସିଟି’ ୨୪.୫ ଲକ୍ଷ ରୁ ଆରମ୍ଭ ହୋଇ ୨୮.୬ ଲକ୍ଷରେ ବିକ୍ରି ହୁଏ।

୭। ଟୟୋଟା ୟାରିସ:-

ଭାରତରେ ‘ଟୟୋଟା ୟାରିସ’ ର ମୂଲ୍ୟ ୯.୧୬ ଲକ୍ଷ ଟଙ୍କା ଅଟେ, ସେହିପରି ପାକିସ୍ତାନରେ ଏହି ‘ଟୟୋଟା ୟାରିସ’ ର ମୂଲ୍ୟ ୨୫ ଲକ୍ଷ ଟଙ୍କା ଅଟେ।

୮। ଟୟୋଟା ଫର୍ଚ୍ୟୁନର:-

ଭାରତରେ ‘ଟୟୋଟା ଫର୍ଚ୍ୟୁନର’ କାର ଡିଜେଲ ଭେରିଏଣ୍ଟ ୩୮ ଲକ୍ଷ ଟଙ୍କାର ପାଖାପାଖି ଆସିଯାଏ। ଯେତେବେଳେକି ପାକିସ୍ତାନର ଏହି କାରର ମୂଲ୍ୟ ୯୨ ଲକ୍ଷ ଟଙ୍କାରୁ ଅଧିକ ପଡ଼ିଥାଏ।

Leave a Reply

Your email address will not be published. Required fields are marked *