ଏହି କାରଣରୁ ଭାଙ୍ଗିଗଲା ସିଦ୍ଧାର୍ଥ ମଲ୍ହୋତ୍ରା ଏବଂ କିଆରା ଆଡ଼ଭାନୀଙ୍କ ସମ୍ପର୍କ,ଦୁହେଁ ଚାହିଁକି ମଧ୍ୟ ବଞ୍ଚାଇ ପାରିଲେ ନାହିଁ !

କିଛି ଦିନ ପୂର୍ବରୁ ହିନ୍ଦୀ ସିନେମାର ଦୁଇ ଜଣାଶୁଣା କଳାକାର ଅଭିନେତା ସିଦ୍ଧାର୍ଥ ମଲ୍ହୋତ୍ରା ଏବଂ କିଆରା ଆଡ଼ଭାନୀଙ୍କ ବ୍ରେ-କ୍ଅ-ପର ଖବର ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଦେଇ ଥିଲା । ଦୁହିଁଙ୍କୁ ସାଥିରେ ରହିବାର ଗୋଟିଏ ବହୁତ ଭଲ ସମୟ ହୋଇଯାଇଥିଲା । ଦୁହିଁଙ୍କ ବିବାହକୁ ନେଇ ମଧ୍ୟ ଫ୍ୟାନ୍ସ ବହୁତ ଉତ୍ସଛୁକ ଥିଲେ ଯଦିଓ ନିକଟରେ ଦୁହେଁ ନିଜ ସମ୍ପର୍କକୁ ଶେଷ କରିଦେଇଛନ୍ତି ।

ସିଦ୍ଧାର୍ଥ ଏବଂ କିଆରାଙ୍କ ବ୍ରେ-କ୍ଅ-ପର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ତେବେ ଦମ୍ପତିଙ୍କ ବ୍ରେ-କ୍ଅ-ପର କାରଣର ଖୁଲାସା ହୋଇପାରିନଥିଲା କିନ୍ତୁ ବର୍ତ୍ତମାନ ଦୁହିଁଙ୍କର ବ୍ରେ-କ୍ଅ-ପ୍ ର ସତ୍ୟତା ସାମ୍ନାକୁ ଆସିଯାଇଛି । କୁହାଯାଉଛି କି ସିଦ୍ଧାର୍ଥ ଏବଂ କିଆରା ଦୁହେଁ ପରସ୍ପର ବୁଝାମଣା କରି ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।

ସିଦ୍ଧାର୍ଥ ଏବଂ କିଆରା ନିଜ ରାସ୍ତା ସିନା ବଦଳେଇ ଦେଲେ କିନ୍ତୁ ଆପଣଙ୍କୁ କହିରଖୁଛୁ କି ଦୁହେଁ ସଦାସର୍ବଦା ବନ୍ଧୁତା ବଜାୟ ରଖିବେ । ଏଥିସହିତ ଏହି ଖବର ମଧ୍ୟ ଆସୁଛି କି ବ୍ରେ-କଅ-ପ ପରେ ମଧ୍ୟ ଆଗକୁ ଦୁହେଁ ବଡ ପରଦାରେ ସାଥିରେ କାମ କରୁଥିବାର ନଜର ଆସିବେ । ଉଲେଖଯୋଗ୍ୟ କି ବଡ ପରଦା ରେ ସିଦ୍ଧାର୍ଥ ଏବଂ କିଆରାଙ୍କ ଯୋଡି ସୁପରହିଟ ଫିଲ୍ମ ‘ ଶେରଶାହ’ ରେ ନଜର ଆସିଥିଲା ।

ଫିଲ୍ମ ‘ଶେରଶାହ’ ବୀର ସହିଦ କ୍ୟାପ୍ଟନ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଆଧାରିତ ଥିଲା । ଏହି ଫିଲ୍ମ ରେ ସିଦ୍ଧାର୍ଥ କ୍ୟାପ୍ଟନ ବିକ୍ରମ ବତ୍ରାଙ୍କ ଭୂମିକା ନିଭାଇଥିଲେ ସେଇଠି କିଆରା ଆଡ଼ବାନିଙ୍କୁ ବିକ୍ରମ ବତ୍ରାଙ୍କ ପ୍ରେମିକା ଡ଼ିମ୍ପଲ ଚିମାର ରୋଲ ରେ ଦେଖା ଯାଇଥିଲା । ବଡ଼ ପରଦାରେ ସିଦ୍ଧାର୍ଥ ଏବଂ କିଆରାଙ୍କ କେମେଷ୍ଟ୍ରିକୁ ବହୁତ ପସନ୍ଦ କରାଯାଇଥିଲା ।

ଅଗଷ୍ଟ ୨୦୨୧ ରେ ରିଲିଜ ହୋଇଥିବା ଫିଲ୍ମ ‘ଶେରଶାହ’ଙ୍କୁ ସମସ୍ତେ ବହୁତ ପସନ୍ଦ କରିଥିଲେ ତେବେ କିଆରା ଏବଂ ସିଦ୍ଧାର୍ଥଙ୍କ କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କ ହୃଦୟ ଜିତିନେଇ ଥିଲା । ଫିଲ୍ମ ରେ ଦୁହିଁଙ୍କର କାମର ବହୁତ ପ୍ରଶଂସା ହୋଇଥିଲା । ଦୁହେଁ ପ୍ରଥମରୁ ହିଁ ପରସ୍ପର ସହ ସମ୍ପର୍କରେ ଥିଲେ ଏବଂ ଫିଲ୍ମର ଅପାର ସଫଳତା ପାଇଁ ଦୁହିଁଙ୍କର ସମ୍ପର୍କ ଅଧିକ ହୋଇଯାଇଥିଲା ।

‘ଶେରଶାହ’ ପରଠୁ ଲଗାତାର ସିଦ୍ଧାର୍ଥ ଆଉ କିଆରା ତାଙ୍କ ସମ୍ପର୍କକୁ ନେଇ ଜୋର ଶୋର ରେ ହେଡଲାଇନ ରେ ଚାଲିଥିଲେ । ଦୁହିଁଙ୍କର ସମ୍ପର୍କ ଉପରେ ପ୍ରାୟତଃ ଚର୍ଚ୍ଚା ହେଉଥିଲା । ତେବେ ସିଦ୍ଧାର୍ଥ କିମ୍ବା କିଆରା ସେମାନଙ୍କ ସମ୍ପର୍କ ଉପରେ କିଛି କହି ନାହାଁନ୍ତି । ବ୍ରେ-କଅ-ପ୍ ପରେ ମଧ୍ୟ, ଉଭୟେ ଏହି ବିଷୟରେ କୌଣସି ପ୍ରତି-କ୍ରିୟା ଦେଇ ନାହାଁନ୍ତି ।

ବ୍ରେ-କଅ-ପ୍ ପରେ ସିଦ୍ଧାର୍ଥ ସେୟାର କରିଥିଲେ ଏହି ଫୋଟୋ :-

କିଆରାଙ୍କ ସହ ବ୍ରେକଅପ୍ ଖବର ମଧ୍ୟରେ ସିଦ୍ଧାର୍ଥ ସୋସିଆଲ ମିଡିଆ ଆକାଉଣ୍ଟରୁ ନିଜର ଏକ ଫୋଟୋ ସେୟାର କରିଥିଲେ । ଫୋଟୋରେ ସିଦ୍ଧାର୍ଥ ତାଙ୍କ ସାର୍ଟ ଫୋଲ୍ଡ କରିବା ସହ ଚଷମା ଲାଗେଇଥିବାର ନଜର ଆସିଛନ୍ତି,ସିଦ୍ଧାର୍ଥ ଗୋଟିଏ କ୍ୟାପସନ୍ ଦେଇଥିଲେ ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକ-ର୍ଷଣ କରିଥିଲା ​​। ଫୋଟୋ ସେୟାର କରିବା ସହିତ ଅଭିନେତା କ୍ୟାପସନରେ ଲେଖିଛନ୍ତି, “ଗୋଟିଏ ଦିନ ବିନା,ସୂର୍ଯ୍ୟକିରଣ ପରି,ତୁମେ ଜାଣିଛ ରାତି ” ।

ଏହି ସମୟରେ, ବ୍ରେକଅପ୍ ଖବର ମଧ୍ୟରେ କିଆରା ଏକ ସାକ୍ଷାତକାରର ଅଂଶ ବନିଥିଲେ । ବାସ୍ତବରେ ଆଜିକାଲି କିଆରା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଭୁଲ ଭୁଲାୟା 2’ ବିଷୟରେ ମଧ୍ୟ ଆଲୋଚନା କରୁଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ଆସିଛି । ଏହି ଅବସରରେ କିଆରାଙ୍କୁ ପଚରାଯାଇଥିଲା ଯେ ସେହି ବ୍ୟକ୍ତିଙ୍କର ଅଭ୍ୟାସ କ’ଣ ଯାହାକୁ ସେ ଭୁଲିଯିବାକୁ ଚାହାଁନ୍ତି । ଏହାର ପ୍ରତି-କ୍ରିୟାରେ କିଆରା କହିଥିଲେ, “ମୁଁ ଆଜି ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଭେଟିଛି, ପ୍ରତ୍ୟେକ ବ୍ୟକ୍ତି ମୋ ଜୀବନରେ କିଛି ଭଲ କରିଛନ୍ତି, ତେଣୁ ମୁଁ କାହାକୁ ଭୁଲିଯିବାକୁ ଚାହେଁ ନାହିଁ” ।

Leave a Reply

Your email address will not be published. Required fields are marked *