ପ୍ରେମରେ ଅନ୍ଧ ହେଲେ ଗର୍ଲଫ୍ରେଣ୍ଡ୍‌ ; ବୟଫ୍ରେଣ୍ଡ୍‌କୁ ୯୭ ଲକ୍ଷ ଟଙ୍କା ଦେଇ ହେଲେ ଗି-ର-ଫ,ପୁରା ଘ-ଟ-ଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ କଥାଟି ପୁରାପୁରି ସତ୍ୟ । ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଯେଉଁ ଉପହାର ଦେଇଛନ୍ତି ତାହା ବୋଧହୁଏ ଆଉ କୌଣସି ପ୍ରେମିକା ଦେଇନଥିବେ । ଏହାର ପରିମାଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ୯୭ ଲକ୍ଷ ଟଙ୍କାର ଗିଫ୍ଟ ଦେଇଛନ୍ତି । କିନ୍ତୁ ଏହି ଉପହାର ଟଙ୍କା ସେ କାମ କରୁଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଟଙ୍କା । ଏହି ଟଙ୍କାକୁ ହେରଫେର କରି ଉପହାର ଦେଇଥିଲେ ପ୍ରେମିକା ।

ରାଜଧାନୀର ଏକ ଇଞ୍ଜିନିୟରିଂ କଲେଜରେ ଏକ ଅଭା-ବନୀ-ୟ ଘ-ଟ-ଣା ଘ-ଟିଛି । କଲେଜରେ କାମ କରୁଥିବା ଜଣେ ଲେଡି ଆକାଉଣ୍ଟାଟାଣ୍ଟ ନିଜ ପୁରୁଷ ବନ୍ଧୁଙ୍କ ପାଇଁ ଅଭି-ଯୁକ୍ତ ପାଲଟିଯାଇଛନ୍ତି । ସେ ଯେଉଁ କାରନାମା କରିଛନ୍ତି, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମିକା ଜଣକ କଲେଜ ଆକାଉଣ୍ଟରୁ ମୋଟା ଆକାରର ଟଙ୍କା ତାଙ୍କ ପୁରୁଷ ବନ୍ଧୁଙ୍କ ଆକାଉଣ୍ଟକୁ ପଠାଇ ଦେଇଛନ୍ତି । ଆଉ ଏହି ଟଙ୍କାର ପରିମାଣ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୯୭ ଲକ୍ଷ ଟଙ୍କା ।

ତେବେ ପୁଲିସ ହାତରେ ବନ୍ଧା ହୋଇ ଗାଡିରେ ଯାଉଛନ୍ତି ପ୍ରେମିକା । ରାଜଧାନୀର ଏକ ଘରୋଇ କଲେଜର ଆକାଉଣ୍ଟ ବିଭାଗରେ କାମ କରୁଥିବା ପାୟଲ ବୋଧ ହୁଏ ଭାବିନଥିଲେ, ଚୋରା ପ୍ରେମ ପାଇଁ ସେ କରୁଥିବା ଚୋ-ରି ଦିନେ ଧ-ରା ପଡିଯିବ । ତେବେ ଗତ ବର୍ଷ ଭିତରେ ପାୟଲ ନିଜ ପ୍ରେମିକଙ୍କ ଆକାଉଣ୍ଟକୁ ୯୭ ଲକ୍ଷ ଟଙ୍କା ଫୋନ-ପେ ମାଧ୍ୟମରେ ପଠାଇଛନ୍ତି । କଲେଜରେ ଛାତ୍ର ଛାତ୍ରୀଙ୍କ ଆଡମିଶନ ଟଙ୍କା, ଟ୍ୟୁସନ ଫି, ହଷ୍ଟେଲ ଫି ଏହିପରି ବିଭିନ୍ନ ବା-ବ-ଦରେ ଆସୁଥିବା ଟଙ୍କାକୁ କୁଆଡେ ହଡପ କରିଚାଲିଥିଲେ

ଏକାଥରକେ ବହୁ ପରିମାଣର ଟଙ୍କା ପଠାଉନଥିଲେ, ଏକ ବର୍ଷ ଭିତରେ କମ କମ କରି ୯୭ ଲକ୍ଷ ଟଙ୍କା ପଠାଇଥିଲେ । କିନ୍ତୁ ଏହା ଭିତରେ ଆକାଉଣ୍ଟସ ବିଭାଗର ମୁଖ୍ୟ ଏ ବିଷୟରେ ସୁରାକ ପାଇଯାଇଥିଲେ । ଏହା ପରେ ତମାଣ୍ଡୋ ଥା-ନାରେ ଏନେଇ କଲେଜ୍ କର୍ତୁପକ୍ଷ ଅଭି-ଯୋଗ କରିଥିଲେ । ଏତେ ଗୁଡାଏ ଟଙ୍କା ଯାଉଥିବା ଯୁବତୀଙ୍କ ବୟଫ୍ରେଣ୍ଡ ଜଣକ ସେହି କଲେଜର ଜଣେ ପୁରାତନ ଛାତ୍ର ଓ ସେ ଝାଡଖଣ୍ଡରେ ରହନ୍ତି ବୋଲି ଜଣାପଡ଼ିଛି । ବୟଫ୍ରେଣ୍ଡକୁ ଧରିବା ପାଇଁ କମିସନରେଟ ପୁ-ଲି-ସ ଏକ ଟିମ ଗଠନ କରି ଝାଡଖଣ୍ଡ ଯିବାକୁ ଯୋଜନା କରିଛି ।

Leave a Reply

Your email address will not be published. Required fields are marked *