ବଲିଉଡରେ ରାଜ୍ କରୁଥିବା ସାଧନାଙ୍କ ଜୀବନ କଟୁଛି ଏମିତି,କୋର୍ଟର ଚକ୍କର୍ କାଟିକାଟି ହୋଇଥିଲା ଏମିତି

ବଲିଉଡର କିଛି ଅଭିନେତ୍ରୀ ଚିରସବୁଜ ହୋଇ ରହିଯାଇଛନ୍ତି । ତାଙ୍କର ଆକର୍ଷଣୀୟ ଅଭିନୟ ଦର୍ଶକଙ୍କ ମନ ମୋହି ନେଉଥିଲା । ଯେତେବେଳେ ବି ଏମିତି ହିରୋଇନଙ୍କ କଥା ଆସେ,ସେତେବେଳେ ଗୋଟିଏ ନାଁ ମନକୁ ନିଶ୍ଚିନ୍ତ ଆସିଥାଏ । ସେହି ନାଁ ହେଉଛି ସାଧନଙ୍କର । ତାଙ୍କର ସୁନ୍ଦରତା ହେଉ ଅବା ତାଙ୍କ ଅଭିନୟ,ଦର୍ଶକଙ୍କୁ ପ୍ରକ୍ଷାଳୟକୁ ପର୍ଯ୍ୟନ୍ତ ଟାଣି ହିଁ ନେଇଯାଏ ।

ଆଜି ଆମେ ଆପଣଙ୍କୁ ସାଧନାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସୂଚନା ଦେଉଛୁ । ସେ ତାଙ୍କ ସମୟରେ ବହୁତ ପ୍ରସିଦ୍ଧ ଥିଲେ । ବଡ଼ ବଡ଼ ହିରୋ ଙ୍କ ସହ ତାଙ୍କ ଫିଲ୍ମ ହିଟ ହେଉଥିଲା । ଯଦିଓ ପରେ ତାଙ୍କ ଅବସ୍ଥା ଏମିତି ହିଁ ହୋଇଯାଇଥିଲା କି ତାଙ୍କ ବଂଚିବା ବହୁତ କଷ୍ଟକର ହୋଇଯାଇଥିଲା। ଆସନ୍ତୁ ସାଧନାଙ୍କ ସହ ଜଡିତ ଜିଛି କାହାଣୀ ଜାଣିବା ।

ଲଭ ଇନ ଶିମଲାରୁ ବଲିଉଡରେ ପାଦ ରଖିଥିଲେ :-

ନିଜ ଅଭିନୟ ଓ ଷ୍ଟାଇଲର ବଳରେ ବଲିଉଡ ରେ ରାଜ୍ କରୁଥିବା ଅଭିନେତ୍ରୀ ସାଧନା ଟପ ହିରୋଇନ ହୋଇ ରହିଥିଲେ । ତାଙ୍କ ଘର ବାହାରେ ପ୍ରଯୋଜକଙ୍କ ଲାଇନ ଲାଗି ରହୁଥିଲା । ତାଙ୍କ ଜନ୍ମ ପାକିସ୍ଥାନର କରାଚି ସହର ରେ ହୋଇଥିଲା । ୧୯୪୧ ମସିହାରେ ଜନ୍ମଗ୍ରହଣ କରିଥିବା ସାଧନା ଗୋଟିଏ ସିନ୍ଧି ପରିବାରର ସଦସ୍ୟ ଥିଲେ । ତାଙ୍କ ପୁରା ନାଁ ସାଧନା ଶିବଦାସାନି ଥିଲା ।

ତାଙ୍କ କେଶର ଷ୍ଟାଇଲ୍ ‘ସାଧନା କଟ’ ତ ଆଜି ଯାଏଁ ପ୍ରସିଦ୍ଧ ଅଛି । ବହୁତ କମ ହିଁ ଲୋକ ଜାଣିଥିବେ କି ଏହି କଟ ସେ ମଜବୁରୀ ରେ ରଖିଥିଲେ । ପ୍ରକୃତରେ ତାଙ୍କ ମଥା ବହୁତ ଚଉଡା ଥିଲା । ଏହି କାରଣରୁ ଡ଼ାଇରେକ୍ଟର ଏହାକୁ ଲୁଚେଇବା ପାଇଁ ତାଙ୍କୁ ଏହି କଟ କରିବା ପାଇଁ ଉପଦେଶ ଦେଇଥିଲେ । କିନ୍ତୁ ପରେ ଏହି କଟ ସାଧନା କଟ ନାମରେ ପ୍ରସିଦ୍ଧ ହୋଇଯାଇଥିଲା ।

ଅନେକ ହିଟ ଫିଲ୍ମ କରଦେଇଥିଲା ଷ୍ଟାର ;-

୧୯୬୦ ରେ ବଲିଉଡ ରେ କ୍ୟାରିଅର ଆରମ୍ଭ କରିଥିବା ସାଧନା ତାଙ୍କ ମାତା ପିତାଙ୍କର ଗୋଟିଏ ମାତ୍ର ଅଲିଅଳି ଝିଅ ଥିଲେ ।ଏହା ପରେ ସେ ପଛକୁ ବୁଲି ଚାହିଁଲେ ନାହିଁ । ତାଙ୍କର ଏକ ଗୀତ ‘ଜୁମ୍କା ଜିରା ରେ ବରେଲି କେ ବଜାର ମେନ୍’ ଆଜି ପର୍ଯ୍ୟନ୍ତ ଗାନ କରାଯାଉଛି । ଏହି ଗୀତଟି ତାଙ୍କ ହିଟ୍ ଫିଲ୍ମ ମେରା ସାୟରର ଥିଲା । ଏହା ବ୍ୟତୀତ ତାଙ୍କର ଅନେକ ସୁପରହିଟ୍ ଫିଲ୍ମ ମଧ୍ୟ ଥିଲା

ଏହି ଫିଲ୍ମଗୁଡିକରେ ‘ୱେ କୌନ ଥି’ ବହୁତ ପ୍ରସିଦ୍ଧ ହୋଇଥିଲା ।ଏହା ବ୍ୟତୀତ ଏକ ଫୁଲ ଦୋ ମାଲି,ରାଜକୁମାର,ଅସଲି ନକଲି ଏବଂ ୱକ୍ତ ପରି ଫିଲ୍ମ ତାଙ୍କୁ ଟପ ଅଭିନେତ୍ରୀ କରିଦେଇ ଥିଲା ।ସାଧନା ସେହି ସମୟର ବଡ ବଡ ତାରକାଙ୍କ ସହିତ କାମ କରିଛନ୍ତି । ସେଥିରେ ସମ୍ମି କପୁର ହୁଅନ୍ତୁ କି ସୁନୀଲ ଦତ୍ତ,ସମସ୍ତଙ୍କ ସହ ତାଙ୍କର ହିଟ ଫିଲ୍ମ ନଜର ଆସିଛି ।

ଜାଣନ୍ତୁ ପରେ କେମିତି ହୋଇଯାଇଥିଲା ଜୀବନ :-

ସାଧନା ତାଙ୍କର ପ୍ରଥମ ଚଳଚ୍ଚିତ୍ରର ସୁଟିଂ ସମୟରେ ନିର୍ଦ୍ଦେଶକ ଆର.କେ ନାୟାରଙ୍କ ନିକଟତର ହୋଇଥିଲେ । ଏହା ପରେ ଦୁହେଁ ମଧ୍ୟ ବିବାହ କରିଥିଲେ । ଉଭୟଙ୍କର କୌଣସି ସନ୍ତାନ ନଥିଲେ । ୩୦ ବର୍ଷ ଏକାଠି ରହିବା ପରେ ସ୍ୱାମୀ ନାୟାରଙ୍କ ଦେହାନ୍ତ ହୋଇଗଲା । ଏହା ପରେ ସାଧନାଙ୍କ ଜୀବନ ଏତେ ଖରାପ ହୋଇଗଲା ଯେ ତାଙ୍କ ଜୀବନ ମଧ୍ୟ କଷ୍ଟସାଧ୍ୟ ହୋଇ ଯାଇଥିଲା ।

ସାଧନା ଯେଉଁ ଘରେ ରହୁଥିଲେ,ସେ ଘର ମଧ୍ୟ ମକଦମା ରେ ଫସି ଯାଇଥିଲା । ଗୋଟିଏ ପଟେ ତାଙ୍କ ବେମାରୀ ତାଙ୍କୁ ହଇରାଣ କରି ରଖିଥିଲା । ଏହା ପରେ ତାଙ୍କୁ ପୋଲିସ ଏବଂ କୋର୍ଟ ର ଚକର ଲଗେଇବାକୁ ପଡୁଥିଲା । ସେ ସମ୍ପୂର୍ଣ୍ଣ ଭାବରେ ଏକୁଟିଆ ହୋଇଯାଇଥିଲେ ।

ତାଙ୍କର ଶେଷ ସମୟରେ ତାଙ୍କ କଥା କଥା ବୁଝିବା ପାଇଁ କେହି ବି ନଥିଲେ । ସେ ଏକୁଟିଆ ହିଁ ସଂଘର୍ଷ କରିଥିଲେ । ହିରୋଇନ ସାଧନା ନିଜ ଅସୁବିଧାଗୁଡିକୁ ସମ୍ଭାଳି ସମ୍ଭାଳି ୨୫ ଡିସେମ୍ବର ୨୦୧୫ କୁ ଦୁନିଆକୁ ଅଲବିଦା କହିଦେଇ ଥିଲେ ।

Leave a Reply

Your email address will not be published. Required fields are marked *