ଦର୍ଷକବନ୍ଧୁ ଆଜି ଆମେ ଭଗବାନ ଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ ଦ୍ଵାରା ଲିଖିତ ଏକ ଗ୍ରନ୍ଥ ଯାହାର ନାମ ହେଉଛି ମହାଗୁପ୍ତ ପଦ୍ମକାଳ ସେ ସମ୍ପର୍କରେ କହିବାକୁ ଯାଉଛୁ । ସେହି ଗ୍ରନ୍ଥର କିଛି ଅଂଶକୁ ନେଇ ବୁଝିବାକୁ ଚେଷ୍ଟା କରିବା । “ସାତ ଦିନ ଚଢ଼ି ପ୍ରଭୁ ବୁଲିବେ ଯେ ଦେଶ । ବାରହାତ ଖଣ୍ଡା ଧରିଥିବେ ନିଜେ ଜଗନ୍ନାଥ । ମେଲଚ୍ଛ ସଂହାର କରିବେ ପ୍ରଭୁ ପୀତବାସ । ଏହିବେଳେ କଳିଯୁଗ ହୋଇବ ଯେ ଶେଷ ।
ଦର୍ଶକବନ୍ଧୁ ଏହି ପଙ୍କତି କୁ ଧ୍ୟାନ ପୂର୍ବକ ଶୁଣିଲେ ଏଥିରେ ପ୍ରଭୁ ଅଚ୍ୟୁତାନନ୍ଦ କହିବାକୁ ଚାହିଁଛନ୍ତି ଯେ ଭଗବାନ ଶ୍ରୀ ଜଗନ୍ନାଥ ନିଜ ହାତରେ ବାର ହାତର ଖଣ୍ଡା ଧରି ପୃଥିବୀ ସାରା ବୁଲିବେ ଏବଂ ସାରା ପାପୀଙ୍କୁ ବି-ନା-ଶ କରିବେ । ଯେତେେଳେ ସବୁ ପାପୀଙ୍କ ବି-ନା-ଶ ସରିଯିବ, ସେତେବେଳେ ଯାଇ କଳିଯୁଗର ଅନ୍ତ ହେବ । ତେବେ ଆଦ୍ୟ ସତ୍ୟ ଯୁଗ ଆରମ୍ଭ ହେବ । ମାଲିକାକୁ ବୁଝିବା ଏତେ ଟା ସହଜ କଥା ନୁହେଁ । ଓଡ଼ିଶାରେ ମାଳିକା ଉପରେ ୨୦/୩୦ ବର୍ଷ ହେଲା ଗବେଷଣା କରି ଆସୁଛନ୍ତି । ହେଲେ ମାଳିକା ବିଷୟରେ ସମ୍ପୂର୍ଣ ତଥ୍ୟ ଏପର୍ଯ୍ୟନ୍ତ ପାଇ ପାରିନାହାନ୍ତି । ଯଦି ଆପଣମାନଙ୍କ ମନରେ ଦୃଢ ଇଚ୍ଛାଶକ୍ତି ରହିଛି ମାଳିକାକୁ ଜାଣିବା ପାଇଁ ଆଗ୍ରହ ଥିଲେ ୨/୩ ବର୍ଷରେ ବହୁତ କିଛି ଜାଣି ପାରିବେ ।
ତେବେ ଦର୍ଷକବନ୍ଧୁ ଆଉ ଏକ ପଂକ୍ତି ରେ ମହାପୁରୁଷ କହିଛନ୍ତି ଯେ ଦ୍ଵାପର ଯୁଗରେ ଋଷିଆ ମାଗିଥିଲା ଏହି ବର । ଛେଚା ପହଁରା ଦେବ ହିଁ ମୁହି ଏହି କ-ଳି ଯୁଗର । କଳିରେ ଦାରୁଣ ହୋଇଥିବି ମୁଁ ଜାଣ, ନୀଳଗିରି ଉପରେ ଥିବି ମୁହିଁ ଜେପୁଣ । ଏହାର ଅର୍ଥ ହେଉଛି ଦ୍ଵାପର ଯୁଗ ଯେତେବଳେ ଚାଲୁଥିଲା ସେତେବେଳେ ଋଷିଆ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଆସି ମାଗିଥିଲେ ହେ ପ୍ରଭୁ ମୁଁ ଆପଣଙ୍କର କି ସେବା କରି ପାରିବି ଆଉ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ସାମାନ୍ୟ ହଁସି ଦେଇ କହିଥିଲେ
ତୁମର କାମ ବର୍ତମାନ ଦ୍ଵାପର ଯୁଗରେ ଉପଯୋଗୀ ନୁହେଁ । କିନ୍ତୁ କଳିଯୁଗରେ ତୁମେ ମୋର ଏକ ବହୁତ ବଡ଼ କାମ କରିବ । ଭଗବାନ ଶ୍ରିହରି ଋଷିଆ ରାଜାଙ୍କୁ କହିଥିଲେ ଯେତେବେଳେ କଳିଯୁଗ ଚାଲିଥିବ ନୀଳଗିରି ଉପରେ ମୁଁ ଦାରୁବ୍ରହ୍ମ ରୂପରେ ଥିବି ତାପରେ ମୁଁ ବୁଦ୍ଧ ରୂପ ଧାରଣ କରିବି । ଆଉ ସେହି ସମୟରେ ଋଷୀୟ ରାଜା ଜଗନ୍ନାଥଙ୍କୁ ନେଇ ଛତିଆ ମଠରେ ସାତ ଦିନ ପର୍ଯ୍ୟନ୍ତ ନେଇ ରଖିବେ ଓ ପୂଜା କରିବେ । ଆଉ ଭଗବାନ ପୂଜାରେ ସନ୍ତୁଷ୍ଟ ହୋଇ ଋଷିଆକୁ ମୋକ୍ଷ ପ୍ରଦାନ କରିବେ ।