ଆଇପିଏଲ ସିଜି-୧୫ରେ ବିରାଟ ସେତେ ଖାସ୍ ପ୍ରଦର୍ଶନ କରିପାରୁ ନାହାନ୍ତି।ବିରାଟ ଏତେ ଖରାପ ଫର୍ମରେ ଅଛନ୍ତି ଯେ ତାଙ୍କ ବ୍ୟାଟରୁ ଭଲ ସ୍କୋର ବାହାରି ପାରୁନି । ଏବେ ପର୍ଯ୍ୟନ୍ତ ୯ଟି ମ୍ଯାଚ ଖେଳି ମାତ୍ର ୧୨୮ ରନ୍ କରିଛନ୍ତି ବିରାଟ । ଏପରିକି ଦୁଇଟି ମ୍ଯାଚରେ ସେ ଶୂନରେ ମଧ୍ୟ ଆଉଟ ହୋଇଛନ୍ତି। ଏଭଳି ସ୍ଥିତିରେ ଅନେକ ବଡ ବଡ କ୍ରିକେଟ ବିଶେଷଜ୍ଞ ବିରାଟଙ୍କୁ ଅବସର ନେବା ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି।ଏହା ସତ୍ତ୍ୱେ ଆରସିବି ର ମ୍ୟାନେଜମେଣ୍ଟ ଦଳ ଓ କ୍ଯାପଟେନ ଫାପ୍ ଡୁପ୍ଲେସି ତାଙ୍କ ଉପରେ ସଂପୂର୍ଣ୍ଣ ବିଶ୍ଵାସ ଦେଖାଇଛନ୍ତି।ବିରାଟଙ୍କୁ ଓପନିଂ କରିବାକୁ ସୁଯୋଗ ଦେଇଛି ଦଳ।
ବିରାଟ କୋହଲି ନିଜ ପର୍ଫମାନ୍ସ ସହ ପଡିଆରେ ତାଙ୍କ କ୍ୟୁଟ ହରକତ ଯୋଗୁଁ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି।ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଆଇପିଏଲ ୨୦୨୨ ରେ ମଧ୍ୟ ଖେଳାଳିଙ୍କୁ ବାୟୋ ବବଲ୍ ରେ ରଖାଯାଇଛି।ତଥାପି ଖେଳାଳିମାନେ ଖୁବ୍ ମସ୍ତି କରୁଛନ୍ତି। ଗତ ଏପ୍ରିଲ ୨୭ ତାରିଖରେ ଆରସିବି ର ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ଅଲରାଉଣ୍ଡର ଗେଲ୍ ମ୍ୟାକ୍ସୱେଲଙ୍କ ମ୍ୟାରେଜ ହୋଇଛି।
ଆଉ ତାଙ୍କ ମ୍ୟାରେଜରେ ସାଥି ଖେଳାଳିମାନେ ଖୁବ୍ ଅଣ୍ଟା ହଲେଇ ଥିବାର ଦେଖିବାକୁ ମିଳିଛି।ସେମାନଙ୍କ ମଧ୍ୟରେ ବିରାଟ କୋହଲି ମଧ୍ୟ ମ୍ୟାରେଜ ପାର୍ଟିର ଭରପୁର ମଜା ଉଠାଇଛନ୍ତି।ବିରାଟଙ୍କୁ ଟ୍ରାଡିସନାଲ ଲୁକ୍ ରେ ଦେଖିବାକୁ ମିଳିଥିଲା।ସେ ଏକ ବ୍ଲାକ କୁର୍ତ୍ତା ପିନ୍ଧିଥିଲେ।ବିରାଟ ଶାହାବାଜ ଅହମ୍ମଦ ଓ ଆରସିବି ର ଅଧିନାୟକ ଫାଫ୍ ଡୁପ୍ଲେସିଙ୍କ ସହ ଖୁବ ମଜା କରୁଥିବାର ଦେଖାଯାଇଛି ବିରାଟ ଡ୍ୟାନ୍ସ କରୁଥିବା ବେଳର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।