ଆମ ଭାରତକୁ ଏକ ପରମ୍ପରାର ଦେଶ କୁହାଯାଏ, ଯେଉଁଠାରେ ସବୁ ଧର୍ମର ଲୋକମାନେ ମିଳିମିଶିକି ଖୁସିରେ ରୁହନ୍ତି। ମନ୍ଦିର ହେଉ ବା ମସଜିଦ ହେଉ ଅବା ମକବରା ଯାହା ସବୁ ଆପଣଙ୍କୁ ଭାରତରେ ଦେଖିବାକୁ ମିଳିବ ତାହା ଆପଣଙ୍କୁ ଅନ୍ୟ କେଉଁଠି ଦେଖିବାକୁ ମିଳିବ ନାହିଁ। ଆମେ ଆଜି ଆପଣ ମାନଙ୍କୁ ଭାରତର ଏପରି ଏକ ଐତିହାସିକ ଏବଂ ରହ-ସ୍ୟମୟ ମନ୍ଦିର ସମ୍ପର୍କରେ କହିବୁ ଯେଉଁଠାରେ କୌଣସି ମୂର୍ତ୍ତି ନୁହେଁ ବରଂ ସ୍ୱୟଂ ଭଗବାନ ବିରାଜମାନ ହୋଇଛନ୍ତି।
ଯେଉଁଠାରେ କୌଣସି ପଥରର ମୂର୍ତ୍ତି ନାହିଁ, ଯଦି ଅଛି ତାହା କେବଳ ଜୀବିତ ଭଗବାନଙ୍କର। ଯାହାଙ୍କୁ ଗରମ ଲାଗେ ଏବଂ ତାଙ୍କ ଶରୀରରୁ ଝାଳ ମଧ୍ୟ ବାହାରେ ଏବଂ ଏଥିପାଇଁ ସେଠାରେ ଫ୍ୟାନ୍ ର ବ୍ୟବସ୍ଥା ମଧ୍ୟ ରହିଛି। ଆଉ ସେହି ମନ୍ଦିରଟି ଦୁନିଆର ଧନୀ ମନ୍ଦିର ମାନଙ୍କ ମଧ୍ୟରୁ ଗୋଟେ ଅଟେ, ଏବଂ ଏହି ମନ୍ଦିର ପାଖରେ ଫିକ୍ସ ଡିପୋଜିଟ୍ ରେ ହିଁ ଏତିକି ଟଙ୍କା ରଖା ଯାଇଛି ଯେ ଯାହାର କେବଳ ସୁଧ ଟଙ୍କାରେ ହିଁ ବର୍ଷକୁ ପ୍ରାୟ ୮୦୦ କୋଟି ଟଙ୍କାର ରୋଜଗାର ହୋଇଯାଏ।
ସେହି ମନ୍ଦିରର ନାମ ହେଲା ତିରୁପତି ବାଲାଜୀ ଟେମ୍ପଲ୍, ଏହି ମନ୍ଦିରଟିର ନାମ ତ ଆପଣମାନେ ଅନେକ ଥର ଶୁଣିଥିବେ। ହେଲେ ମନ୍ଦିରଟିର ଅ-ଦ୍ଭୂ-ତ ରହ-ସ୍ୟ ସମ୍ପର୍କରେ ଆପଣମାନେ ବହୁତ କମ୍ ହିଁ ଜାଣିଥିବେ। ଏହି ମନ୍ଦିରଟି ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ ରାଜ୍ୟର ଚିତୁର୍ ଜିଲ୍ଲାରେ ଅବସ୍ଥିତ, ଦକ୍ଷିଣ ଭାରତରେ ଅନେକ ପ୍ରସିଦ୍ଧ ମନ୍ଦିର ଅଛି, କିନ୍ତୁ ସେମାନଙ୍କ ମଧ୍ୟରୁ ତିରୁପତି ବାଲାଜୀ ମନ୍ଦିର ବିଶ୍ୱ ପ୍ରସିଦ୍ଧ ଅଟେ। ଏହି ମନ୍ଦିରରେ ସ୍ୱାମୀ ଭେଙ୍କଟେଶ୍ୱର ମହାରାଜାଙ୍କର ପୂଜାର୍ଚ୍ଚନା କରାଯାଏ, ଯାହାକି ଭଗବାନ ବିଷ୍ଣୁଙ୍କ ଅନ୍ୟ ଏକ ରୂପ ଅଟେ।
ଏହି ମନ୍ଦିରର ସବୁଠାରୁ ରହ-ସ୍ୟମୟ କଥା ହେଲା, ଏହି ମନ୍ଦିରର ଗର୍ଭଗୃହରେ ଥିବା ମୂର୍ତ୍ତି ଯାହାକୁ କି କେହି ମନୁଷ୍ୟ ତିଆରି କରିନାହିଁ। ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ ସେହି ମୂର୍ତ୍ତିଟି ସେଠାରେ ସ୍ୱୟଂ ପ୍ରକଟ ହୋଇଛି, ଏହା ସତ ଯେ ମୂର୍ତ୍ତିଟି ପଥରର ଅଟେ କିନ୍ତୁ ଯେବେ ଆପଣ ସେହି ମନ୍ଦିରକୁ ଦର୍ଶନ କରିବାକୁ ଯିବେ ସେତେବେଳେ ଆପଣ ନିଜେ ବୁଝିଯିବେ ଯେ ଏହା କୌଣସି ସାଧାରଣ ମୂର୍ତ୍ତି ନୁହେଁ, ବରଂ ସେଠାରେ ଭଗବାନ ନିଜେ ବିରାଜମାନ ଅଛନ୍ତି ଆଉ ଏଥିପାଇଁ ସେଠାକାର ପୂଜାରୀମାନେ ଭେଙ୍କଟେଶ୍ୱର ମହାରାଜାଙ୍କ ମୁହଁରେ ଚନ୍ଦନ ଲଗାନ୍ତି।