ଭୁବନ ବାଦ୍ୟକାରଙ୍କୁ ଚାକିରୀ ଦେଲା ରେଲୱେ !

ପଶ୍ଚିମବଙ୍ଗର ଗାଁରେ ବାଦମ୍‌ ବିକ୍ରି କରୁଥିବା ଭୁବନ ନଜର କଚା ବାଦାମ ଗୀତ ଯୋଗୁଁ ବହୁତ ଚର୍ଚ୍ଚାକୁ ଆସିଥିଲେ । ସୋସିଆଲ ମିଡିଆରେ ଛୋଟରୁ ବଡ ଯାଏଁ ସମସ୍ତେ ସେହି ଗୀତରେ ରିଲ୍ ଭିଡିଓ ସବୁ ବନାଇଥିଲେ । ଏହି ଗୀତ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବା ପରେ ଭୁବନ ପ୍ରସିଦ୍ଧ ହୋଇଥିଲେ। ନିକଟରେ ଏକ ସଙ୍ଗୀତ କମ୍ପାନୀ ପାଇଁ କଚା ବାଦାମ ଗୀତର ଏକ ଭିଡିଓ ମଧ୍ୟ ଶୁଟିଂ କରିଥିଲେ। ସେ ଅନେକ କମ୍ପାନୀ ଏବଂ ଟିଭି ଶୋ’ରୁ ଅଫର୍‌ ପାଇଛନ୍ତି ।

ଆଉ ବର୍ତ୍ତମାନ ତାଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି । ସୂଚନାଯୋଗ୍ୟ,ଭୁବନ ପଶ୍ଚିମବଙ୍ଗରେ ଗ୍ରାଉଣ୍ଡ ବାଦାମ ବିକ୍ରି କରୁଥିଲେ । ବାଦାମ ବିକ୍ରି କରିବା ସମୟରେ କଚା ବାଦାମ ଗୀତ ଗାଇ ଗାଇ ଲୋକଙ୍କୁ ଆକର୍ଷିତ କରୁଥିଲେ ବାଦାମ କିଣିବା ପାଇଁ । ଏହି ଗୀତ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବା ପରେ ଭୁବନ ପ୍ରସିଦ୍ଧ ଅର୍ଜନ କରିଥିଲେ ।

ତେବେ କଚ୍ଚା ବାଦାମ ଗୀତ ଗାଇ ରାତାରାତି ଷ୍ଟାର ହୋଇ ଯାଇଥିବା ପଶ୍ଚିମବଙ୍ଗର ଛୋଟ ସହରରେ ବାଦାମ ବିକ୍ରି କରୁଥିବା ଭୁବନ ବାଦକର ଙ୍କୁ ଆପଣମାନେ ସମସ୍ତେ ତୋ ନିଶ୍ଚୟ ଭାବରେ ଜାଣିଥିବେ । ତେବେ ବର୍ତମାନ ସମୟରେ ଯେଉଁ କଥା ଭାଇରାଲ ହେଉଛି ତାହା ହେଲା ରେଲୱେରେ ଚାକିରୀ ପାଇଲେ କି ଭୁବନ ବାଦକର ତାକୁ ନେଇ ଚର୍ଚ୍ଚା । ରେଲୱେ ଷ୍ଟେସନ୍ ରେ ସତରେ କଣ ଚାକିରୀ ପାଇଛନ୍ତି ଭୁବନ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ରେଳବାଇ ପୋଷ୍ଟରେ ଚାକିରୀ ପାଇଥିବା ନେଇ କୁହା ଯାଉଛି । କେବଳ କୁହାଯାଉଛି ତାହା ନୁହେଁ ବରଂ ତାଙ୍କର ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ଭିଡ଼ିଓରେ ଦେଖା ଯାଉଥିବା ବ୍ୟକ୍ତି ଜଣକ ଧଳା ରଙ୍ଗର ପୋଷାକରେ ଗୀତ ଗାଉଥିବାର ନଜର ଆସନ୍ତି । ଏହି ବ୍ୟକ୍ତି ଜଣକ ଭୁବନଙ୍କ ପରି ଦେଖିବାକୁ ହେଲେ ସେ ଭୁବନ ନୁହଁନ୍ତି । ଏହା ସ୍ପଷ୍ଟ ହେଇଛି ଯେ ଭାଇରାଲ ଭିଡ଼ିଓରେ ଦେଖା ଯାଉଥିବା ଲୋକ ଜଣକ କଚ୍ଚା ବାଦାମ ଗୀତିକାର ଭୁବନ ବାଦକର୍ ନୁହନ୍ତି ।

Leave a Reply

Your email address will not be published. Required fields are marked *